Monday, September 16, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଘରେ ରଖନ୍ତୁନି ଲକ୍ଷ୍ମୀଙ୍କର ଏଭଳି ଫଟୋ, ଗ୍ରାସୀପାରେ ଦାରିଦ୍ର୍ୟତା

ଧନ ଅର୍ଜନ କରିବା ଆଜି ପ୍ରତ୍ୟେକ ବ୍ୟକ୍ତିର ମୁଖ୍ୟ ଲକ୍ଷ। ଯେ କୌଣସି ଉପାୟରେ ବି ହେଉ ସମସ୍ତଙ୍କୁ ଆବଶ୍ୟକ ବିପୁଳ ଧନ। ଏଥିପାଇଁ ନୀତି ଅନୀତି କଥା ବି ଏବେ ବିଚାର କରାଯାଉନି। ଧନଦାତ୍ରୀ ଲକ୍ଷ୍ମୀ କେବେ କିପରି କେଉଁଠି କାହା ଉପରେ ସୁନାକଳଶ ଢାଳୁଛନ୍ତି ତ କେଉଁଠୁ ସବୁଦିନ ପାଇଁ ଚାଲି ଯାଉଛନ୍ତି।ତେବେ ଭାରତରେ ଧନଦାତ୍ରୀଙ୍କ ଆରାଧନା କିନ୍ତୁ ସବୁଠି ହୁଏ। ଲୋକେ ଘରେ ଘରେ ବିଷ୍ଣୁଙ୍କ ସହ ଲକ୍ଷ୍ମୀଙ୍କ ଫଟୋ ଓ ପ୍ରତିମା ରଖି ପୂଜା କରନ୍ତି। ତେବେ ଲକ୍ଷ୍ମୀଙ୍କ ଫଟୋକୁ ନେଇ ଅନେକ କଥା ପ୍ରଚଳିତ। ଏପରି ଫଟୋ ରଖନ୍ତୁ ଯେପରି ଘରେ ସଦା ଲକ୍ଷ୍ମୀଙ୍କ ନିବାସ ହେବ।

କୁହାଯାଏ ଘରେ ଅନୁନ୍ୟ ଲକ୍ଷ୍ମୀଙ୍କର ଫଟୋ ଟିଏ ନିଶ୍ଚିତ ରଖନ୍ତୁ। ଯାହା ଦ୍ବାରା ପରିବାର କେବେ ଆର୍ଥିକ ଦୁସ୍ଥିତିର ସମ୍ମୁଖୀନ ହେବନି। ତେବେ ଏପରି ଫଟୋ ରଖନ୍ତୁନି ଯେଉଁଥି ପାଇଁ ଘରେ ଥିବା ସମ୍ପତ୍ତି ବି ଶେଷ ହୋଇ ନଯାଏ। କୁହା ଯାଏ ମା ଲକ୍ଷ୍ମୀଙ୍କର ଫଟୋରେ ପେଚା ଥିଲେ ଭଲ ନୁହେଁ। ଏମିତିରେ ପେଚା ଲକ୍ଷ୍ମୀଙ୍କ ବାହନ। ତେବେ ପେଚାଋଢା ଲକ୍ଷ୍ମୀଙ୍କର ଫଟୋ ଘରେ ରହିଲେ ଘରୁ କ୍ରମେ ଧନ ସମ୍ପତ୍ତି କ୍ଷୟ ହୁଏ ବୋଲି ହିନ୍ଦୁ ମାନ୍ୟତା ରହିଛି।

ମାନ୍ୟତା ଅନୁସାରେ ପେଚା ଏକ ଅଶୁଭ ପକ୍ଷୀ। ଏଣୁ ଦିନରେ କେବେ ଦେଖା ଦିଏନି।ରାତି ଅନ୍ଧାରରେ ବି ତାକୁ କେହ ଦେଖି ପାରନ୍ତିନି। ଏକ ବୁଦ୍ଧିହୀନ ପକ୍ଷୀ ଭାବେ ପରିଗଣିତ ପେଚା ଯଦି ଲକ୍ଷ୍ମୀଙ୍କ ଫଟୋ ସହ ରହେ ତେବେ ନଜର ତା ଉପରେ ନିଶ୍ଚିତ ପଡିବ। ଏଣୁ ଶୁଭ ବଦଳେ ଅଶୁଭ ଫଳ ଅଧିକ ମିଳିବ ବୋଲି ଆଶଙ୍କା ରହେ। ସେହିପରି ଲକ୍ଷ୍ମୀଙ୍କ କୁରୁପ, ବିରୁପ ଅଥା ମୁହଁ ଭଲରେ ଦେଖାଯାଉନଥିବା ପଟୋ ମଧ୍ୟ ଘରେ ଲଗାନ୍ତୁ ନାହିଁ

ଏଣୁ ଲକ୍ଷ୍ମୀଙ୍କର ଫଟୋ ଘରେ ଲଗାଇବା ପୂର୍ବରୁଏଥିପ୍ରତି  ନିଶ୍ଚିତ ସଚେତନତା ଅବଲମ୍ବନ କରନ୍ତୁ। ଯଦି ଘରେ ଲକ୍ଷ୍ମୀଙ୍କ ଫଟୋ ଲଗାଇବାକୁ ଚାହୁଁଥାନ୍ତି ତେବେ  ଏସମ୍ପର୍କରେ ଅଭିଜ୍ଞ ପଣ୍ଡିତଙ୍କ ପରାମର୍ଶ ନିଶ୍ଚିତ ନିଅନ୍ତୁ। ଲକ୍ଷ୍ମୀଙ୍କ ଫଟୋଟିଏ ଘରେ ଥିଲେ ଧନଧାନ୍ୟରେ ନିଶ୍ଚିତ ବୃଦ୍ଧି ହୋଇଥାଏ। ହେଲେ ଧନସମ୍ପତ୍ତି ଲୋଭରେ ଲକ୍ଷ୍ମୀଙ୍କ ଫଟୋ ଆଢୁଆଳରେ ଘରକୁ ଅଲକ୍ଷ୍ମୀଙ୍କ ଆମନ୍ତ୍ରଣ କରନ୍ତୁ ନାହିଁ।

246 Views

   ସମ୍ବନ୍ଧିତ ଖବର