ଆଜିଠୁ ବିଭିନ୍ନ ଶକ୍ତି ପୀଠରେ ମା’ଙ୍କ ଷୋଡ଼ଶ ଉପଚାର ପୂଜା ନୀତି

Published By : Prameya-News7 Bureau | September 22, 2019 IST

କଟକ ୨୨/୯: ଆଜି ଆଶ୍ୱିନ ମାସ ମୁଳାଷ୍ଟମି ତିଥି । ଏହି ଅବସରରେ ଆଜିଠୁ ବିଭିନ୍ନ ଶକ୍ତି ପୀଠରେ ମା’ଙ୍କ ଷୋଡ଼ଶ ଉପଚାର ପୂଜା ନୀତି । ପୁରୀ ଶ୍ରୀମନ୍ଦିର ବିମଳାଙ୍କ ପୀଠରେ ଆଜି ମାଙ୍କ ଷୋଡ଼ଶ ଦିନାମତ୍କ ପୂଜା ଉପଚାର ବିଧି ଆରମ୍ଭ ହେବ । ସେହିପରି କଟକର ଅଧିଷ୍ଠାତ୍ରୀ ଦେବୀ ମା’କଟକ ଚଣ୍ଡୀ ଏବଂ ଗଡଚଣ୍ଡୀ, ଜଗତସିଂହପୁରର ମା ଶାରଳା, ଯାଜପୁରର ମା ବିରଜା ଏବଂ ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା ଚର୍ଚ୍ଚିକାପୀଠରେ ମଧ୍ୟ ଆଜି ଷୋଡ଼ଶ ପୂଜା ଆରମ୍ଭ ହେବ ।

{"id":160934}

ମନ୍ଦିର ଭିତରେ ସମାର୍ଜନୀ କଳଶ ବସିବା ସହ ବ୍ରାହ୍ମଣ ମାନଙ୍କ ଦ୍ବାରା  ଶୋଡଶ ଉପଚର ପୂଜା, ସୂର୍ଯ୍ୟ ପୂଜା,ଓ ଚଣ୍ଡିପାଠ ଆଦି ଆୟୋଜିତ ହେବ । ଏହା ସହିତ ପ୍ରତିଦିନ ମଧ୍ୟ ରାତ୍ରୀରେ ମାଆଙ୍କୁ ସୁନା ବେଶ କରାଯିବା ସହିତ ଅଷ୍ଟମୀ ନବମୀ ଓ ହଶହରା ଦିନ ମା ଙ୍କୁ ମହିଷା ମର୍ଦ୍ଦିନୀ ବେଶରେ ସୁସଜିତ କରାଯିବ ।

{"id":160935}

ସେପଟେ ଆଉ କେଇଟା ଦିନ ପରେ ଧରାବତରଣ କରିବେ ଜଗଦଜନନୀ ମା’ ଦୂର୍ଗା । ଏଥିପାଇଁ ସମସ୍ତ ପୂଜା ମଣ୍ଡପ ସଜେଇ ହେଉଛି । ବିଭିନ୍ନ ମାଣ୍ଡପରେ ଜୋରଦାର ପୂଜା ପ୍ରସ୍ତୁତି ଚାଲିଛି ।

{"id":160936}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.