Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ହେରାପଞ୍ଚମୀ ଅବସରରେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ ଭାଙ୍ଗିଲେ ଅଭିମାନିନୀ ମା’ ଲକ୍ଷ୍ମୀ

9/07/2019 at 10:32 AM

ପୁରୀ ୯|୭: ହେରାପଞ୍ଚମୀ ଅବସରରେ ଅଭିମାନିନୀ ମା’ ଲକ୍ଷ୍ମୀ ସାଆନ୍ତାଣି ରାଗ ତମ ତମ ହୋଇ ମହାପ୍ରଭୁ କାଳିଆ ସାଆନ୍ତଙ୍କର ନନ୍ଦିଘୋଷ ରଥ ଭାଙ୍ଗିଛନ୍ତି । ନବଦିନାତ୍ମକ ଯାତ୍ରାରେ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ଆସିଛନ୍ତି କାଳିଆ ସାଆନ୍ତ ।  ହେଲେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଆଣିନଥିବାରୁ ସେ ଅଭିମାନ କରିଛନ୍ତି । 

ଶ୍ରୀମନ୍ଦିରରେ ପ୍ରଭୁ ଶ୍ରୀଜଗନ୍ନାଥ ଅନୁପସ୍ଥିତ ଥିବାରୁ ଚିନ୍ତାରେ ଅଛନ୍ତି ମା ମହାଲକ୍ଷ୍ମୀ । କାରଣ ପ୍ରଭୁଙ୍କ ବିନା ଶ୍ରୀମନ୍ଦିର ଏବେ ଖାଁ ଖାଁ ଲାଗୁଛି । ହେରାପଞ୍ଚମୀ ତିଥିରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ ହୋଇଥିଲା । ପାଳିଆ ମହାଜନଙ୍କ ଦ୍ୱାରା ଭଣ୍ଡାର ଘରେ ବିଜେ ମା’ ମହାଲକ୍ଷ୍ମୀଙ୍କ ପ୍ରଥମେ ମାଜଣା କରାଯାଇଥିଲା। ମହାଲକ୍ଷ୍ମୀଙ୍କୁ ବନକଲାଗି, ପାଟଶାଢ଼ୀ ଓ ଅଳଙ୍କାର ଦ୍ୱାରା ଆଭୁଷଣ କରାଯାଇ ପୂଜାପଣ୍ଡାଙ୍କ ଦ୍ୱାରା ପନ୍ତି ଭୋଗ ପରେ ନୀତି ବଢ଼ଥିଲା ।  ବିମାନରେ ବିଜେ କରିଥିଲେ ମହାଲକ୍ଷ୍ମୀ। ଘଣ୍ଟ, ଛତା ଓ ପଟୁଆରରେ ଭକ୍ତ ଓ ସେବାୟତଙ୍କ ସହ  ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଥି ନନ୍ଦିଘୋଷ ରଥ ଭାଙ୍ଗିଥିଲେ । ଶହ ଶହ ଭକ୍ତଙ୍କ ହରିବୋଲ ହୁଳହୁଳିରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ଶରଧାବାଲିରେ ।

ଶ୍ରୀଜିଉଙ୍କ ଦର୍ଶନ ନିମନ୍ତେ ଭଉଣୀ ବିମଳାଙ୍କ ଠାରୁ ପରାମର୍ଶ ଆଣି ମହାଲକ୍ଷ୍ମୀ ଗଣ୍ଡିଚା ମନ୍ଦିରକୁ ଗୋପନ ଯାତ୍ରାରେ ଆସିଥାନ୍ତି। ସଂନ୍ଧ୍ୟାଧୂପ ଉଠି ପୂଜା ଚାଲିଥିବା ସମୟରେ ସମସ୍ତ ନୀତି ସାରି ଜୟବିଜୟ ଦ୍ୱାରକୁ ବିଜେ କରିଥିବା ବେଳେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ମା’ ମହାଲକ୍ଷ୍ମୀଙ୍କ ପାଇଁ ଆଜ୍ଞାମାଳ ଆସିଥାଏ। ଜଗମୋହନରୁ ଯାଇ ନାକଚଣା ଦ୍ୱାର ଠାରେ ଅଟକିଥିବା ମା’ ସାଆନ୍ତାଣୀଙ୍କୁ ଭିତରଛ ମହାପାତ୍ର ଦହିପଟି ଓ ବନ୍ଦାପନା ପରେ ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିର ଅଭିମୁଖେ ଯାଇଥିଲେ ମହାଲକ୍ଷ୍ମୀ ।

   Related Posts