୬୦୦ବର୍ଷ ପରେ ମାଆ ଲକ୍ଷ୍ମୀଙ୍କ କୃପା: ଏହି ୩ଟି ରାଶି ଉପରେ କରିବେ ଧନବର୍ଷା

Published By : Prameya-News7 Bureau | July 06, 2019 IST

ବିଛା ରାଶି : ଆଜି ଦିନଟି ସାମାନ୍ୟ ରହିବ। ବ୍ୟବସାୟ ମଧ୍ୟମ ରହିବ,କିନ୍ତୁ ଆର୍ଥିକ ଲାଭ ମିଳିବାର ସମ୍ଭାବନା ରହିଛି। ଚାକିରୀରେ ମଧ୍ୟ ପ୍ରତିଷ୍ଠାର ଯୋଗ ରହିଛି। କିନ୍ତୁ ପାରିବାରିକ ଦାୟିତ୍ବ ବଢ଼ିବ। କାର୍ଯ୍ୟସ୍ଥଳରେ କାର୍ଯ୍ୟଭାର ରହିବ ଏବଂ ସଫଳତା ପାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ସ୍ବାସ୍ଥ୍ୟକୁ ନେଇ ସାବଧାନ ରହିବାକୁ ପଡ଼ିବ। ସମ୍ପତ୍ତି ରକ୍ଷଣାବେକ୍ଷଣର ଖର୍ଚ୍ଚ ବଢ଼ିବ। ବିଦ୍ୟାର୍ଥୀ ଭଲ ପ୍ରଦର୍ଶନ କରିବେ। ଧାର୍ମିକ ପରୋପକାର କାର୍ଯ୍ୟ କରିବେ।

ଧନୁ ରାଶି : କଠିନ ପରିଶ୍ରମ କଲେ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ। କ୍ରୋଧ ବଢ଼ିବ। ଚାକିରୀ କ୍ଷେତ୍ରରେ ଉଚ୍ଚାଧିକାରୀଙ୍କଠୁ ଲାଭ ପାଇବେ। ସ୍ବାସ୍ଥ୍ୟ ଖରାପ ହୋଇପାରେ,ଏଥିପାଇଁ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ପରିବାରର ସଦସ୍ୟଙ୍କ ସହ କଳି-ଝଗଡ଼ା ଏବଂ ଅଶାନ୍ତି ହୋଇପାରେ,ଏଥିପାଇଁ ନିଜର କଥାବାର୍ତ୍ତାରେ ସଂଯମତା ରଖନ୍ତୁ। ପରିବାର ଲୋକଙ୍କ ସହ ଅଧିକ ସମୟ ବିତାଇବେ। କୈାଣସି ଧାର୍ମିକ ଯାତ୍ରାରେ ଯିବାର ଯୋଗ ରହିଛି। ବିନିଯୋଗ କରନ୍ତୁ ନାହିଁ।

ମକର ରାଶି : ଆଜିର ଦିନ ଶୁଭ ରହିବ। ବ୍ୟବସାୟ ଗତିବିଧି ପ୍ରଗତିଶୀଳ ରହିବ ଏବଂ ବ୍ୟବସାୟରେ ଧନପ୍ରାପ୍ତି ହେବ। ଚାକିରୀରେ ମାନ ପାଇବେ। କାର୍ଯ୍ୟସ୍ଥଳରେ ବାତାବରଣ ଭଲ ରହିବ। କୈାଣସି ପାରିବାରିକ ସମାରୋହରେ ଯାଇପାରନ୍ତି। ଜୀବନସାଥି ସହିତ ତାଳମେଳର ଆବଶ୍ୟକତା ରହିଛି। ଧାର୍ମିକ ଯାତ୍ରାର ଆୟୋଜନ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.