Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ବିଶ୍ୱାସ ନା ଅନ୍ଧବିଶ୍ୱାସ ! ପୂଜା ଚାଲୁଥିବା ବେଳେ ମହିଳାଙ୍କ ଦେହରେ ଲାଗିଲେ ଦିଅଁ

25/10/2020 at 6:27 PM

ପୁରୀ ୨୫/୧୦ : ପୂଜା ଚାଲୁଥିବା ବେଳେ ଭକ୍ତ ଦେହରେ ଲାଗିଲେ ଦିଅଁ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଅଠରନଳା ଠାରେ ନିର୍ମାଣ ହେଉଥିବା ମୂର୍ତ୍ତି କାରିଗରଙ୍କ ଦାଣ୍ତ ଦୁଆରେ। ଶାରଦୀୟ ଦୁର୍ପାପୁଜା ଅବସରରେ ନୋଳିଆ ସଂପ୍ରଦାୟର ଲୋକମାନେ ଆଜି ଗୌରୀ ପୂଜା ସହ ଶିବପାର୍ବତୀଙ୍କ ପୂଜାର୍ଚ୍ଚନା କରିଥାନ୍ତି।

ଆଜି ମଧ୍ୟାହ୍ନ ସମୟରେ ପୁରୀ ହୋଟେଲ ପାଖ ବାଲି ନୋଳିଆ ସାହିର ପୁରୁଷ ଓ ମହିଳା ମାନେ ଶିବପାର୍ବତୀଙ୍କ ମୁର୍ତ୍ତି ନେବା ପାଇଁ ଅଠରନଳା ଆସିଥିଲେ। ସେଠାରେ ସେମାନେ ବିଧି ଅନୁଯାୟୀ ଶିବପାର୍ବତୀଙ୍କ ମୂର୍ତ୍ତି ପୂଜାର୍ଚ୍ଚନା କରୁଥିବା ସମୟରେ ୨ ଜଣ ମହିଳାଙ୍କ ଦେହରେ ଦିଅଁ ଲାଗିଥିଲେ। କିଛି ସମୟ ପର୍ଯ୍ୟନ୍ତ ମହିଳା ଦୁଇଜଣ ଥରିବା ସହିତ ତଳେ ପଡି ବେହୋସ ହୋଇ ଯାଇଥିଲେ। ସାଙ୍ଗରେ ଆସିଥିବା ଲୋକମାନେ ସଂପୃକ୍ତ ମହିଳାଙ୍କ ମୁହଁରେ ପାଣି ଛିଞ୍ଚନ କରବା ପରେ ସେମାନଙ୍କର ହୋସ ଆସିଥିଲା।

ତେବେ ଏହି ଘଟଣା କେତେ ଦୂର ବିଶ୍ବାସ ଯୋଗ୍ୟ ସେ ନେଇ ସାଧାରଣରେ ଚର୍ଚ୍ଚା ଚାଲିଥିବା ବେଳେ ପ୍ରତିବର୍ଷ ପୂଜା କରିବା ପାଇଁ ଆସିବା ବେଳେ ମହିଳାଙ୍କ ଦେହରେ ଏମିତି ଦିଅଁ ଲାଗିଥାନ୍ତି ବୋଲି ନୋଳିଆ ସଂପ୍ରଦାୟର ଲୋକେ କହିଛନ୍ତି।

   Related Posts