Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ଓଡ଼ିଶାର ଏହି ସ୍ଥାନରେ ଦେବୀ ଦୁର୍ଗାଙ୍କ ବଦଳରେ ପୂଜା ପାଉଛନ୍ତି ନୀଳ ସରସ୍ଵତୀ : ଜାଣନ୍ତୁ କାରଣ

7/10/2019 at 1:33 PM

ଭଦ୍ରକ ୭/୧୦: ଯିଏ ଦୂର୍ଗା ସିଏ ଲକ୍ଷ୍ମୀ ଓ ସେ ବି ମା ସରସ୍ଵତୀ । ମା ଦୂର୍ଗା ଙ୍କ ଆଦିରୂପ ହେଉଛନ୍ତି ନୀଳବର୍ଣ୍ଣା ସରସ୍ବତୀ  । ସେଥିପାଇଁ ଦୁର୍ଗାପୂଜାରେ ମା ନୀଳ ସରସ୍ଵତୀଙ୍କୁ ପୂଜା କରନ୍ତି ଗୋବିନ୍ଦପୁରର ଗାଁ ଲୋକେ। ସେଇଥିପାଇଁ ତ ପାର୍ବଣ ଋତୁରେ ଏହି ଗାଁର ଲୋକେ ମା ଦୁର୍ଗାଙ୍କ ସ୍ଥାନରେ ମା ସରସ୍ଵତୀଙ୍କୁ ପୂଜା କରନ୍ତି । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଗୋବିନ୍ଦପୁର ଗାଁ । ଏଠି ଦୁର୍ଗା ମା ଙ୍କ ବଦଳରେ ମା ନୀଳ ସରସ୍ଵତୀ ପୂଜା ପାଉଛନ୍ତି  ।

ଶରତ ଋତୁରେ କାଶତଣ୍ଡି ଫୁଲ ସ୍ଵାଗତ କରେ ଦେବୀଙ୍କ ଆଗମନକୁ । ଆଉ ଦେବୀ ଦୁର୍ଗା ଧରାପୃଷ୍ଠକୁ ଓହ୍ଲାଇ  ଆସନ୍ତି । ଆଉ ଗୋବିନ୍ଦପୁର ଗାଁରେ ଦେବୀ ଦୁର୍ଗା ନୁହେଁ ମା ନୀଳ ସରସ୍ଵତୀ ପୂଜା ପାଆନ୍ତି। ଏହି ଗାଁରେ ରହନ୍ତି ମାଟି ସଂପ୍ରଦାୟର ଲୋକ । ଲୋକେ କୁହନ୍ତି ଯିଏ ଦୁର୍ଗା ସେ ହିଁ ସରସ୍ଵତୀ । ମହିଷାସୁରଙ୍କ ଦାଉରୁ ଅତିଷ୍ଠ ହୋଇ ତ୍ରିଦେବ ମାଙ୍କ ଆବାହନ କରିଥିଲେ ।  ସେତେବେଳେ ମା ସରସ୍ଵତୀ ନୀଳ ବର୍ଣ୍ଣା ଥିଲେ । ଆଉ ନୀଳସରସ୍ବତୀ ହେଉଛନ୍ତି ମା ଦୁର୍ଗାଙ୍କ ଆଦିରୂପ । ଆଉ ମା ରୂପ ଓ ଗୁଣରେ  ଶାନ୍ତ ।

ଏଠି ସମାନ ରୀତିନୀତିରେ ପୂଜାପାଠ କରାଯାଏ । ଆବାହନ ଓ ବିସର୍ଜନ ମଧ୍ୟ ଦେବୀ ଦୁର୍ଗାଙ୍କ ପରି ସେହି ଦିନ ମାନଙ୍କ ରେ ହୁଏ । ମା ଙ୍କ ମୂର୍ତ୍ତି ନିକଟରେ ବ୍ରହ୍ମା , ବିଷ୍ଣୁ , ମହେଶ୍ଵରଙ୍କ ସହ ଗଣେଶ ଓ କାର୍ତ୍ତିକ ମଧ୍ୟ ପୂଜା ପାନ୍ତି । ମା ହାତରେ ଲେଖନୀ ଓ ଖାଦ୍ୟ ଗୋଟଲା ମଧ୍ୟ ଧାରଣ କରିଥାନ୍ତି ।  ଆଉ ମା ସରସ୍ଵତୀଙ୍କ ପାଖରେ ମାନସିକ ରଖିଲେ ତାହା ପୂରଣ ହୁଏ ବୋଲି ଲୋକେ ବିଶ୍ବାସ  ରଖନ୍ତି । ସେଥି ପାଇଁ ବହୁ ଦୂର ଦୂରାନ୍ତରୁ ଭକ୍ତ ମାନେ ଛୁଟି ଆସନ୍ତି ଏହି ନୀଳ ସରସ୍ଵତୀ ଙ୍କ ପିଠକୁ । ଗାଁ ସାରା ଲୋକ ମାଙ୍କୁ ସ୍ଵାଗତ କରି ଘରକୁ ଝୋଟି ଓ ଚିତାରେ ରଙ୍ଗେଇଛନ୍ତି । ଭଳି କି ଭଳି ଦୋକାନ ମଧ୍ୟ ରହିଛି ।

ସବୁଠି ଦୁର୍ଗାଙ୍କ ଆବାହନ କରାଯାଉଥିବା ବେଳେ ମାଙ୍କ ମୂଳରୂପ ବା ଶାନ୍ତ ରୂପ ମା ନୀଳସରସ୍ବତୀ ଙ୍କୁ ଆବାହନ କରୁଛନ୍ତି ମାଟି ସଂପ୍ରଦାୟର ଲୋକେ ।



   Related Posts