Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଶୁକ୍ରବାର ଦିନ ସରଳ ଉପାୟରେ ମା’ବୈଭବ ଲକ୍ଷ୍ମୀଙ୍କୁ କରନ୍ତୁ ଆରାଧନା: ମନୋସ୍କାମନା ପୂର୍ଣ୍ଣ ସହ ଭରିଯିବ ଭଣ୍ଡାର

2/10/2020 at 6:50 PM

ଭୁବନେଶ୍ୱର ୦୨/୧୦ : ଦୁନିଆରେ ସମସ୍ତଙ୍କୁ ଧନସମ୍ପତ୍ତି ଦରକାର । ଧନ ବିନା ଚଳିବା ମୁସକିଲ । ଧନ ବୃଦ୍ଧି ପାଇଁ ଧନର ଦେବୀ ମା’ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ । ଶୁକ୍ରବାର ଦିନ ମା’ ବୈଭବ ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ । ଶୁକ୍ରବାର ଦିନ ସଚ୍ଚୋଟ ମନରେ ମାଙ୍କୁ ଆରାଧନା କଲେ ମନୋସ୍କାମନା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି । ଧନ ପ୍ରାପ୍ତି ପାଇଁ ଶୁକ୍ରବାର ଦିନ ବିଧିବଦ୍ଧ ଭାବେ ମାଙ୍କ ପୂଜା କରିବା ଉଚିତ । ଜାଣନ୍ତୁ ସାମାନ୍ୟ ପୂଜାବିଧି :

-ଶୁକ୍ରବାର ଦିନ ଘରେ ତୁଳସୀ ଗଛ ଲଗାନ୍ତୁ ଓ ନିୟମିତ ଜଳ ଅର୍ପଣ କରି ପୂଜା କରନ୍ତୁ

-ଶ୍ୱେତ ଚନ୍ଦନ ତିଳକ କରନ୍ତୁ

-ପାଣିରେ ଚନ୍ଦନ ମିଶାଇ ସ୍ନାନ କରନ୍ତୁ

-ରୁପା ଖଣ୍ଡ କିମ୍ବା ଚନ୍ଦନ କାଠ ନଦୀରେ ପ୍ରବାହିତ କରନ୍ତୁ

-ସୁଗନ୍ଧିତ ପଦାର୍ଥ ବ୍ୟବହାର କରନ୍ତୁ

-ସନ୍ତାନ ପ୍ରାପ୍ତି ପାଇଁ ଘରେ ପାରିଜାତ ଗଛ ଲଗାନ୍ତୁ ଏବଂ ନିଜ ସନ୍ତାନ ଭଳି ଗଛର ଯତ୍ନ ନିଅନ୍ତୁ

ଆଉ କଣ କରିବେ ଜାଣନ୍ତୁ :

– ଶୁକ୍ରବାର ଦିନ ସଫା ଧଳା ବସ୍ତ୍ର ପିନ୍ଧି ମା’ଙ୍କୁ ଆରାଧନା କରନ୍ତୁ । ମା’ଙ୍କ ପାଖରେ ପଦ୍ମ ଫୁଲ ଅର୍ପଣ କରନ୍ତୁ । ହଳଦିଆ କପଡାରେ ୫ଟି କଉଡ଼ି, କେଶର, ରୁପା ମୁଦ୍ରାକୁ ବାନ୍ଧି ନିଜ ଟ୍ରେଜେରୀରେ ରଖିଦିଅନ୍ତୁ । ଧନ ଅଭାବ ରହିବ ନାହିଁ ।

– ସ୍ୱାମୀ ସ୍ତ୍ରୀ ସମ୍ପର୍କ ଭଲ ନଥିଲେ ଶୁକ୍ରବାର ଦିନ ଶୟନକକ୍ଷରେ ପ୍ରେମୀ ଯୁଗଳଙ୍କ ଫଟୋ ଲଗାନ୍ତୁ ।

– ଯଦି କାମରେ ବାଧା ସୃଷ୍ଟି ହେଉଛି ତାହେଲେ ଶୁକ୍ରବାର ଦିନ କଳା ପିମ୍ପୁଡିଙ୍କୁ ଚିନି ଖାଇବାକୁ ଦିଅନ୍ତୁ ।

– ଶୁକ୍ରବାର ଦିନ ଲକ୍ଷ୍ମୀ ମନ୍ଦିରରେ ଶଙ୍ଖ, କଉଡ଼ି, ପଦ୍ମ ଓ ମିଠା ଅର୍ପଣ କରନ୍ତୁ । ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହେବ ।

– ସନ୍ଧ୍ୟା ସମୟରେ ଘର ଅନ୍ଧାର ରଖନ୍ତୁ ନାହିଁ । ସନ୍ଧ୍ୟା ସମୟରେ ଘରେ ଲାଇଟ ଲଗାନ୍ତୁ ।

– ଶୁକ୍ରବାର ଦିନ ସକାଳେ ଗୋମାତାଙ୍କୁ ରୁଟି ଖୁଆଇବା ଉଚିତ । ଏହାଦ୍ୱାରା ମା’ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଓ ମାଙ୍କ କୃପା ମିଳିଥାଏ ।

– ଘର ସବୁବେଳେ ସଫାସୁତୁରା ରଖିବା ଉଚିତ । ସନ୍ଧ୍ୟା ସମୟରେ ଘରେ ଝାଡୁ କରିବା ଉଚିତ ନୁହେଁ । ଏହାଦ୍ୱାରା ଘରର ଲକ୍ଷ୍ମୀ ବାହାରକୁ ଚାଲିଯାନ୍ତି ବୋଲି କୁହାଯାଏ ।

– ଶୁକ୍ରବାର ଦିନ ମୟୁର ନୃତ୍ୟ କରୁଥିବା ଜାଗାକୁ ଯାଇ ସେଠାରୁ ମାଟି ଆଣି ଏକ ନାଲି କପଡାରେ ବାନ୍ଧି ପୂଜା ସ୍ଥାନରେ ରଖିଦିଅନ୍ତୁ । ଏହାସ୍ଵର ଧନ ପ୍ରାପ୍ତି ହେବ ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

   Related Posts