ଗୋଦାବରୀ ନଦୀରେ ପର୍ଯ୍ୟଟନ ନୌକା ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ହେଲା ୧୧, ଉଦ୍ଧାର କାର୍ଯ୍ୟ ଜାରି

Published By : Prameya-News7 Bureau | September 15, 2019 IST

ଅମରାବତୀ ୧୫।୯: ଆନ୍ଧ୍ରପ୍ରଦେଶ ପୂର୍ବ ଗୋଦାବରୀ ଜିଲ୍ଲାରେ ରବିବାର ଘଟିଥିବା ପର୍ଯ୍ୟଟନ ନୌକା ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି।  ଉଦ୍ଧାରକାରୀ ଦଳ ୨୩ ଜଣଙ୍କୁ ଜୀବିତ ଉଦ୍ଧାର କରିଥିବା ବେଳେ ନଦୀରେ ବାକି ଯାତ୍ରୀଙ୍କ ତଲାସ ଜାରି ରହିଛି। ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ପ୍ରତି ମୃତ ଯାତ୍ରୀଙ୍କ ପରିବାର ଲାଗି ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର ଓ ସହାୟତା ପରିଚାଳନା ଲାଗି ମୁଖ୍ୟମନ୍ତ୍ରୀ ରାଜ୍ୟର ସବୁ ମନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ପଠାଇଛନ୍ତି। 

{"id":158128}

ରବିବାର ମଧ୍ୟାହ୍ନରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ନୌକାଟି ଅଚାନକ କଚ୍ଚୁଲୁରୁରେ ଓଲଟି ପଡିଥିଲା।  ଦୁର୍ଘଟଣା ବେଳେ ନୌକାରେ ୧୧ ଜଣ ଚାଳକଦଳ ସଦସ୍ୟଙ୍କ ସମେତ ମୋଟ ୬୧ ଜଣ ଥିଲେ। ତେବେ ୧୦ ଜଣ ପହଁରି ପହଁରି କୁଳକୁ ଆସିଥିବା ବେଳେ ଏପିଏସଡିଏମଏ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛି। ଉଦ୍ଧାର କାର୍ଯ୍ୟ ଲାଗି ହେଲିକପ୍ଟରର ସହାୟତା ମଧ୍ୟ ନିଆଯାଇଛି।

{"id":158132}

ଗୋଦାବରୀରେ ଜଳସ୍ତର ବୃଦ୍ଧି ହୋଇଥବାରୁ ନଦୀରେ ନୌଚଳାଚଳ ତୁରନ୍ତ ବନ୍ଦ କରିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଜାରି କରିଛନ୍ତି। ଦୁର୍ଘଟଣାର କାରଣ ଜଣାପଡି ନାହିଁ। ତେବେ କେଉଁଭଳି ପରିସ୍ଥିତିରେ ପର୍ଯ୍ୟଟନ ବିଭାଗର ନୌକା ବୁଡିଲା ଜାଣିବା ଲାଗି ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରା ଉଚରା କରାଯାଉଥିବା ଜିଲ୍ଲା ପୋଲିସ ଅଧିକ୍ଷକ ଅଦନାନ୍ ଅସ୍ମୀ କହିଛନ୍ତି। ତେବେ ପ୍ରଥମେ ଯାତ୍ରୀଙ୍କ ଉଦ୍ଧାର ଲାଗି ପ୍ରାଥମିକତା ଦିଆଯାଉଥିବା କହିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.