ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୩୦ଦମକଳ ଗାଡି ନିୟୋଜିତ

Published By : Prameya-News7 Bureau | May 06, 2020 IST

ନୂଆଦିଲ୍ଲୀ ୦୬।୦୫: ପୁଣି ଦେଶର ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ । ଦିଲ୍ଲୀର ଏକ ଗୋଦାମରେ ଏହି ଅଗ୍ନିକାଣ୍ଡ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଗୋଦାମରେ ନିଆଁ ଲାଗିବା ଦ୍ୱାରା ବ୍ୟାପକ ପରିମାଣର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି ।

wp:html /wp:html

ସୂଚନାଯୋଗ୍ୟ ଯେ, ଦିଲ୍ଲୀ ଟିକାରୀ ସୀମାରେ ଥିବା ଏକ ଗୋଦାମରେ ଅଗ୍ନିକାଣ୍ଡ ହୋଇଛି । ଆଜି ସକାଳ ସମୟରେ ହଠାତ୍‌ ଗୋଦାମରେ ନିଆଁ ଲାଗିଥିବାର ଦେଖିବାକୁ ମିଳିଥିଲା । ଯାହା ପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ତେବେ ନିଆଁ ମାତ୍ରାଧିକ ଅତ୍ୟଧିକ ଥିବା ଦେଖି ଅଗ୍ନିଶମ ବାହିନୀର ୩୦ଟି ଗାଡି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.