ରଖେ ହରି ମାରେ କିଏ , ଭଗବାନ ଭାବେ ଜୀବନ ରକ୍ଷା କଲେ ରିକ୍ସାଚଲାଳୀ- ଠିକ୍‌ ସମୟରେ ରିକ୍ସା ରାସ୍ତାରେ ଯାଉଥିବାରୁ ଦୁଇ ମହଲାରୁ ଖସିପଡିଥିବା ଛୋଟ ପିଲାର ଜୀବନ ବଞ୍ଚିଲା

Published By : Prameya-News7 Bureau | October 21, 2019 IST

ଭୋପାଳ - କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ , ରଖେ ହରି ମାରେ କିଏ । ଏପରି ଏକ ଘଟଣା ମଧ୍ୟପ୍ରଦେଶରେ ଘଟିଛି । ରିକ୍ସା ଠିକ୍‌ ସମୟରେ ରାସ୍ତାରେ ଯାଉଥିବାରୁ ଗୋଟିଏ ଛୋଟ ପିଲାର ଜୀବନ ବଞ୍ଚିଯାଇଛି ।
ମଧ୍ୟ ପ୍ରଦେଶର ଟିକମଗଡରେ ଦ୍ୱିତୀୟ ମହଲାରୁ ଗୋଟିଏ ପିଲା ଖସି ପଡିଥିଲା । ଏକ ଆପାର୍ଟମେଣ୍ଟର ଦ୍ୱିତୀୟ ମହଲାରୁ ଏହି ଛୋଟ ପିଲାଟି ଖେଳୁଥିବା ଯୋଗୁଁ ଖସି ପଡିଥିଲା। ଏହି ସମୟରେ ସେହି ରାସ୍ତାରେ ଜଣେ ରିସ୍କା ଚାଳକ ତାଙ୍କ ରିକ୍ସା ନେଇଯାଉଥିଲା । ରିକ୍ସାର ସିଟ୍ ଉପରେ ଠିକ୍‌ ସମୟ ଅନୁସାରେ ପିଲାଟି ଖସିଥିଲା । ଏହି ପିଲାଟିର ପ୍ରାଣ ରକ୍ଷା ହୋଇଛି। ସିସି ଟିଭିରେ ଏହି ଦୃଶ୍ୟ କଏଦ ହୋଇଛି ।

wp:core-embed/twitter {"url":"https://twitter.com/ANI/status/1185835655009619968?s=20","type":"rich","providerNameSlug":"twitter","className":""}
https://twitter.com/ANI/status/1185835655009619968?s=20
/wp:core-embed/twitter


ପରେ ପିଲାଟିର ପରିବାର ଲୋକ ଆସି ପିଲାଟିକୁ ନେଇଥିଲେ।
ପିଲାଟି ଦୁଇ ମହଲାରେ ଥିବା ବାଲକୋନିରେ ଖେଳୁଥିବା ବେଳେ ଭାରସାମ୍ୟ ହରାଇ ଖସି ପଡିଥିଲା ବୋଲି ପିଲାଟିର ବାପା ଆଶୀଷ ଜୈନ୍‌ କହିଛନ୍ତି । ମାତ୍ର ଏହା ଭଗବାନଙ୍କ ଆଶୀର୍ବାଦ ଓ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଠିକ୍‌ ସେହି ସମୟରେ ରାସ୍ତାରେ ଏକ ରିକ୍ସା ଯାଉଥିଲା ।
ଏହାର ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବେଶ୍‌ ଭାଇରାଲ୍‌ ହୋଇଛି । ହଜାର ହଜାର ଲୋକ ଏହାକ ଲାଇକ୍‌ ଓ ସେୟାର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.