Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ସିବିଆଇ ତଦନ୍ତ ଦାବି କଲେ ସାଲୁଜା, କହିଲେ-‘ମୁଖ୍ୟ ଅପରାଧି ଗୋବିନ୍ଦ ସାହୁକୁ ସୁରକ୍ଷା ଦେଉଥିଲେ ମନ୍ତ୍ରୀ, ସେ ଛାଡନ୍ତୁ ପଦ’

19/10/2021 at 2:40 PM

କଳାହାଣ୍ଡି, ୧୯/୧୦:   ମମିତା ମେହେର ନିଖୋଜ ଘଟଣାରୁ ଧିରେଧିରେ ପରଦା ହଟିବାରେ ଲାଗିଛି । ପୋଲିସ ମହାଲିଙ୍ଗ ସରକାରୀ ହାଇସ୍କୁଲ ନିର୍ମାଣଧୀନ ଖେଳ ପଡିଆକୁ ସିଲ୍ କରି ମାଟି ଖୋଳିଛି । ମାଟି ତଳେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ମଧ୍ୟ ହୋଇଛି । ତେବେ ଏହି ମୃତଦେହ ମମିତା ମେହେରଙ୍କ ନା ନାହିଁ ତାହା ସ୍ପଷ୍ଟ ହୋଇନଥିବା ବେଳେ ସନସାଇନ ସ୍କୁଲ ସଭାପତି ଗୋବିନ୍ଦ ସାହୁ ପାଇଁ ଅଡୁଆ ବଢିବାରେ ଲାଗିଛି । ପ୍ରଥମେ ପୋଲିସ ତାଙ୍କୁ ଧରାଇଦେବାକୁ ପୋଷ୍ଟର ମାରିଥିଲା । ଏବେ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ଗୋବିନ୍ଦଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଆହୁରି ମଧ୍ୟ ସେ ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ କାଠଗଡାକୁ ଟାଣିଛନ୍ତି ।

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ,  ଘଟଣାରେ ସିବିଆଇ ତଦନ୍ତ ହେବା ଆବଶ୍ୟକ । ଘଟଣାରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ଓ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଇସ୍ତଫା ଦିଅନ୍ତୁ । ମନ୍ତ୍ରୀ ଇସ୍ତଫା ନଦେଲେ ତଦନ୍ତ  ବାଟବଣା ହେବାର ସମ୍ଭାବନା ରହିଛି । ଏହାସହ ମନ୍ତ୍ରୀଙ୍କୁ ତୁରନ୍ତ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗୋବିନ୍ଦ ଫେରାର ପଛରେ ଯେଉଁ ଥାନା କର୍ମଚାରୀ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଉ । ଏପରିକି କଲେଜରେ ସେ ସେକ୍ସ ସ୍କାଣ୍ଡାଲ ଚଳାଇଥିଲେ ବୋଲି କଂଗ୍ରେସ ବିଧାୟକ ଅଭିଯୋଗ କରିଛନ୍ତି । ଆହୁରି ମଧ୍ୟ ମାର୍କ ବଢାଇବାକୁ କହି ଝିଅମାନଙ୍କୁ ନେଇ ଗୋବିନ୍ଦ ଖରାପ କାର୍ଯ୍ୟ କରାଉଥିଲେ ବୋଲି ଶ୍ରୀ ସାଲୁଜା ଅଭିଯୋଗ ଆଣିଛନ୍ତି ।

   Related Posts