ପୋତି ହେଉଛି ଗୋବରୀ ନଦୀ
27/10/2019 at 10:09 PM

କେନ୍ଦ୍ରାପଡା ୨୭।୧୦ ଦିନକୁ ଦିନ ଗୋବରୀ ନଦୀରେ ବଢ଼ିଚାଲିଛି ପ୍ରଦୂଷଣର ମାତ୍ରା । ବିଶେଷ କରି କେନ୍ଦ୍ରାପଡା ସହର ଭିତର ଦେଇ ଯାଇଥିବା ଗୋବରୀ ନଦୀ କ୍ରମଶଃ ପୋତି ହୋଇପଡିଥିବା ବଳେ ଏହାର ଜଳ ଧାରଣ କ୍ଷମତା ମଧ୍ୟ ବେଶ ହ୍ରାସ ପାଇଛି । ଆବର୍ଜନାମୟ ଗୋବରୀ ଏବେ ବିଶାକ୍ତ ହୋଇ ପଡିଛି ।
ନଦୀ ପାଣିରେ ଭାସୁଛି କୁଢ଼ କୁଢ଼ ଅଳିଆ-ଆବର୍ଜନା । ମୃତ ପଶୁମାନଙ୍କ ପଚାସଢ଼ା ଶବ ବି ଭାସୁଛି। ଏହା କେଉ ନାଳ ନର୍ଦ୍ଦମାର ଚିତ୍ର ନୁହେଁ, ଇଏ ହେଉଛି କେନ୍ଦ୍ରାପଡା ସହର ଭିତରେ ଯାଇଥିବା ଗୋବରୀ ନଦୀର ଅବସ୍ଥା । ସହରଯାକର ଆବର୍ଜନାର ଭାରରେ ବିଷାକ୍ତ ହୋଇଗଲାଣି ଗୋବରୀ । ନଦୀ ଏତେ ମାତ୍ରାରେ ପ୍ରଦୂଷଣ ହେଲାଣି ଯେ, ଏହାର ପାଣି ଦେହରେ ବାଜିଲେ କୁଣ୍ଡେଇ ହେଉଛି । ସେହିଭଳି ବର୍ଷ ବର୍ଷ ଧରି ପଟୁମାଟି ଜମି ରହିବା ଫଳରେ ନଦୀଗର୍ଭ ପୋତି ହୋଇଗଲାଣି । ଫଳରେ ଏହାର ଜଳଧାରଣା କ୍ଷମତା ମଧ୍ୟ ହ୍ରାସ ପାଇବାରେ ଲାଗିଛି ।

ତେବେ କେନ୍ଦ୍ରାପଡ଼ା ଠାରେ ଗୋବରୀ ନଦୀ ପ୍ରଦୁଷଣ କଥା ପଶାସନ ଜାଣିନି ବୋଲି ତାହା ନୁହେଁ । ଏହାର ପୁନରୁଦ୍ଧାର ପାଇଁ ପ୍ରାୟ ୨୦ କୋଟି ଟଙ୍କାର ଏକ ପ୍ରୋଜେକ୍ଟ ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ଏଥିରେ ନଦୀ କୂଳରେ ପାଚେରୀ ନିର୍ମାଣ, ନଦୀ ଗର୍ଭରୁ ପଙ୍କ ଉଦ୍ଧାର, ନଦୀ କୂଳର ସୌନ୍ଦର୍ଯ୍ୟକରଣ ଭଳି ଯୋଜନା ପ୍ରସ୍ତୁତ ହୋଇଛି । ହେଲେ ଏହାକୁ କେବେ କାର୍ଯ୍ୟକାରୀ କରାଯିବ ସେନେଇ ଜିଲ୍ଲାପାଳ କ’ଣ କହୁଛନ୍ତି ଦେଖନ୍ତୁ ।

ପ୍ରଶାସନର ଯୋଜନା କାର୍ଯ୍ୟକାରୀରେ ଯେତେ ବିଳମ୍ବ ହେଉଛି ସେତିକି ବିଷାକ୍ତ ହେଉଛି ଗୋବରୀ ନଦୀ । ନଦୀ ପ୍ରଦୁଷଣ ରୋକିବାକୁ ହେଲେ ପ୍ରଶାସନର ଯୋଜନାକୁ ଯଥା ଶୀଘ୍ର କାର୍ଯ୍ୟକାରୀ କରିବାକୁ ପଡ଼ିବ । ହେଲେ ନଦୀ ଜଳକୁ ପ୍ରଦୁଷଣମୁକ୍ତ କରିବା କେବଳ ଜିଲ୍ଲା ପ୍ରଶାସନର କାମ ନୁହେଁ, ସ୍ଥାନୀୟ ଜନସାଧାରଣ ମଧ୍ୟ ଏଥିପାଇଁ ତତ୍ପରତା ଦେଖାଇବାର ଆବଶ୍ୟକତା ରହିଛି ।