ଗୋବର୍ଦ୍ଧନ ପୀଠ ଜମି ଫେରସ୍ତ ନେଇ ବୈଠକ
13/07/2018 at 11:30 AM

ଆଜି ଆଇନମନ୍ତ୍ରୀ ପ୍ରତାପ ଜେନା, ଗଜପତି ଦିବ୍ୟସିଂହ ଦେବ, ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ସାକ୍ଷାତ କରିଛନ୍ତି। ଗୋବର୍ଦ୍ଧନ ମଠରେ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନାରେ ମଠକୁ ଶ୍ରୀମନ୍ଦିର ପ୍ରଶାସନ ଜମି ଫେରାଇବା ପ୍ରସଙ୍ଗ ସ୍ଥାନ ପାଇଥିଲା। ଗୋବର୍ଦ୍ଧନ ମଠର ପ୍ରାୟ ୫ ଏକର ଜମି ଶ୍ରୀମନ୍ଦିର ପ୍ରଶାସନ ନାମରେ ରେକର୍ଡ଼ ହେବାପରେ ଏହାକୁ ଫେରସ୍ତ ଦେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିଲା। ପ୍ରଶାସନର ଏହି ନିଷ୍ପତ୍ତି ସଂପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ଗଜପତି ଏ ନେଇ ଶଙ୍କରାଚାର୍ଯ୍ୟଙ୍କୁ ଅବଗତ କରିଥିଲେ। ସରକାରୀ ନିୟମ ଅନୁଯାୟୀ ଏହି ମଠ ଜମିକୁ ଫେରାଇବା ପାଇଁ ସବୁପ୍ରକାର ସହଯୋଗ ଦିଆଯିବ ବୋଲି ଶଙ୍କରାଚାର୍ଯ୍ୟଙ୍କୁ ଅବଗତ କରାଯାଇଥିଲା। ଏହାସହ ରଥ ଉପରେ ଶଙ୍କରାଚାର୍ଯ୍ୟଙ୍କ ଦର୍ଶନ ନେଇ ମଧ୍ୟ ପ୍ରଶାସନ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା।