ଛେଳି ମଡକ - ୧୫ ଦିନ ଭିତରେ ମଲେଣି ୧୦୦ରୁ ଅଧିକ ଛେଳି

Published By : Prameya-News7 Bureau | December 09, 2019 IST

ସୁବର୍ଣ୍ଣପୁର ୦୯।୧୨ - ସୁବର୍ଣ୍ଣୁପର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ଏବଂ ଜାଲୋଏ ପଞ୍ଚାୟତରେ ଛେଳି ମଡକ  ।ଗତ ୧୫ ଦିନ ଭିତରେ ମଲେଣି ୧୦୦ରୁ ଅଧିକ ଛେଳି  । ଅଜଣା ରୋଗରେ ଛେଳିଙ୍କର ମୃତ୍ୟୁ ହେଉଥିବା ବେଳ ଏ ଯାଏ ପ୍ରାଣୀ ଚିକିତ୍ସକଙ୍କ ଦେଖାନାହିଁ । ଯାହାକୁ ନେଇ ଅସେନ୍ତେ।ଷ ପ୍ରକାଶ କରିଛନ୍ତି ଛେଳି ମାଲିକ ।

{"id":195716,"sizeSlug":"large"}

ସୁବର୍ଣ୍ଣପୁର ଜିଲ୍ଲା   ଉଲୁଣ୍ଡା ବ୍ଲକ କୋଟସମଲାଇ ଏବଂ ଜାଲୋଏ ପଞ୍ଚାୟତରେ ଛେଳି ପାଳକଙ୍କ ମଧ୍ୟରେ ଭାଳେଣି  ।ଏହି ଅଞ୍ଚଳରେ ଦେଖାଦେଇଛି ଛେଳି ମଡକ  ।  କିଛି ଦିନ ହେଲା ଗୃହପାଳିତ ପଶୁଙ୍କୁ ଏକ ଅଜଣା ରୋଗ ବ୍ୟାପି ମୃତ୍ୟୁ ହେଉଛି । ଗତ ୧୫ ଦିନ ମଧ୍ୟରେ ଶହେରୁ ଅଧିକ ଛେଳି ଆଖି ବୁଜିଲେଣି । ପ୍ରଥମେ  ଛେଳିମାନଙ୍କ ପାଟିରେ ଘା ହୋଇଯାଉଛି ।ତା ପରେ ଖାଇବା ଛାଡିଦେଉଛନ୍ତ । ଆଉ କିଛି ଦିନ ପରେ ମୃତ୍ୟୁ ହେଉଛି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଛେଳି ପାଳକ । ସ୍ଥାନୀୟ ଅଞ୍ଚଳରେ ପ୍ରାଣୀ ଚିକତ୍ସକ ଉପକେନ୍ଦ୍ର ଥିଲେ ବି କୌଣସି ଅଧିକାରୀ ଆସୁନାହାନ୍ତି କି କର୍ମଚାରୀ ବି ଦେଖା ନାହିଁ ।

{"id":195717,"width":583,"height":437,"sizeSlug":"large"}

ଏ ହେଉଛନ୍ତି କୋଟସମଲାଇ ଗାଁର ହରି ବାରକୁଟିଆ । ଛେଳି ପାଳନ କରି ଗୁଜୁରାଣ ମେଣ୍ଟାନ୍ତି । କିନ୍ତୁ ୭ଦିନ ମଧ୍ୟରେ ତାଙ୍କର ୧୪ଟି ଛେଳିର ମୃତ୍ୟୁ ହୋଇଥିବା ବେଳେ ଏବେ ସେ ସର୍ବସାନ୍ତ ହୋଇଯାଇଛନ୍ତି  । ଛେଳିଙ୍କ ଟୀକାକରଣ ପାଇଁ ବ୍ୟବସ୍ଥା ନଥିବାରୁ ଭୂତାଣୁ  ଜନିତ ରେ।ଗରେ ପଡି ଛେଳିଙ୍କ ମୃତ୍ୟୁ ହେଉଛି । ଯାହାକୁ ସ୍ବୀକାର କରିଛନ୍ତି ବିଭାଗୀୟ ଅଧିକାରୀ ।

{"id":195718,"sizeSlug":"large"}

ରାଜ୍ୟ ସରକାରଙ୍କ ତରଫରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପ୍ରତ୍ୟେକ ପଞ୍ଚାୟତରେ ପଶୁ ମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ପ୍ରାଣୀ ସହାୟତା କେନ୍ଦ୍ର ଖୋଲାଯାଇଛି । କିନ୍ତୁ ଲେ।କଙ୍କ କାମରେ ଆସୁନି । ତୁରନ୍ତ ଏହି ଅଞ୍ଚଳରେ  ସ୍ବାସ୍ଥ୍ୟ ଶିବିର ଆୟୋଜନ କରିବା ସହିତ କ୍ଷତିଗ୍ରସ୍ତ ଛେଳି ଚାଷୀଙ୍କୁ କ୍ଷତିପୂରଣ ପାଇଁ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.