୬୬ ହଜାରରେ ବିକ୍ରି ହେଲା ୧୩୬ କିଲୋ ଓଜନର ଛେଳି, ଉଚ୍ଚତା ସାଢେ ୪ ଫୁଟ୍, ଖାଏ କାଜୁ-ବାଦାମ୍

Published By : Prameya-News7 Bureau | July 07, 2020 IST

ବିଳାସପୁର ୦୭/୦୭ : ସାଧାରଣତଃ ମଇଁଷି ୫୦ ହଜାରରୁ ଲକ୍ଷେ ଟଙ୍କା ମଧ୍ୟରେ ବିକ୍ରି ହୋଇଥାଏ | କିନ୍ତୁ ଗୋଟିଏ ଛେଳି ୬୬ ହଜାର ଟଙ୍କାରେ ବିକ୍ରି ହୋଇଥିବା ଜାଣି ସମସ୍ତେ ଚକିତ ହୋଇପଡିଛନ୍ତି | ହିମାଚଳ ପ୍ରଦେଶ ବିଳାସପୁର ଜିଲ୍ଲାରେ ଗୋଟିଏ ଛେଳି ୬୬ ହଜାର ଟଙ୍କାରେ ବିକ୍ରି ହୋଇଛି | ଜଣେ ବ୍ୟବସାୟୀ ଏହି ଛେଳିକୁ କିଣିଛନ୍ତି |

ବିଳାସପୁର ଅନ୍ତର୍ଗତ ଅମରପୁର ପଞ୍ଚାୟତର ଜ୍ଞାନଚାନ୍ଦ ଠାକୁରଙ୍କ ଛେଳିକୁ ନେଇ ସେହି ଅଞ୍ଚଳରେ ଚର୍ଚ୍ଚା ହେଉଛି | କଳା ରଙ୍ଗର ଏହି ଚଳେଇ ବିଟାଲ ପ୍ରଜାତିର | ଛେଳିର ବୟସ ବର୍ଷେ ୨ ମାସ | ଛେଳିର ଉଚ୍ଚତା ସାଢେ ୪ ଫୁଟ ଓ ଲମ୍ବ ୮ ଫୁଟ | ଛେଳିର ଓଜନ ୧୩୬ କିଲୋ | ଜ୍ଞାନଚାନ୍ଦ ବହୁତ ସ୍ନେହରେ ଛେଳିକୁ ପାଳିଥିଲେ | ଛେଳିକୁ ଆରମ୍ଭରୁ ହିଁ ଭଲ ଖାଦ୍ୟ ଦିଆଯାଉଥିଲା | କଳା ଚଣା ସହ ସପ୍ତାହକୁ ଥରେ କାଜୁ-ବାଦାମ ଦିଆଯାଉଥିଲା | ଜ୍ଞାନଚାନ୍ଦ ଠାକୁର ଆଗରୁ ଡାଏରୀ ଫାର୍ମ ଚଲାଉଥିଲେ | ଏବେ ସେ ଛେଳି ମଧ୍ୟ ପାଳୁଛନ୍ତି | ସେ ଏହି ଛେଳିକୁ ପଞ୍ଜାବରୁ କିଣିକି ଆଣିଥିଲେ | ଜ୍ଞାନଚାନ୍ଦ ଠାକୁର କହିଛନ୍ତି ଯେ ସେ ପଶୁଙ୍କୁ ବହୁତ ସ୍ନେହ କରନ୍ତି | ସେଥିପାଇଁ ବହୁତ ସ୍ନେହର ସହ ତାଙ୍କର ଲାଳନପାଳନ କରନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.