ଛାଡଖାଇ ପୂର୍ବରୁ ମାତିଲେ ଛେଳି ଚୋର, କାରରେ ଚୋରି କରି ନେଇଗଲେ ୨୦ ଖାସି

Published By : Prameya-News7 Bureau | December 01, 2020 IST

ଗୋପ,୦୧/୧୨: ପୁରୀ ଜିଲ୍ଲା ଗୋପ ଥାନା ଅଞ୍ଚଳରେ ଛେଳି ଚୋର ମାତିଛନ୍ତି । ସେମାନେ ରାତିରେ ୨୦ରୁ ଅଧିକ ଛେଳି ଚୋରି କରିଛନ୍ତି। ତେବେ ଚୋରମାନେ ବ୍ୟବହାର କରିଥିବା କାର୍‌ର ଫଟୋ ସିସିଟିଭିରେ ଉତ୍ତୋଳନ ହୋଇଛି। ମାଲିକଙ୍କ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ଗୋପ ପୋଲିସ ।

ସୂଚନାନୁସାରେ, ଗୋପ ଥାନା ବନ୍ତଳୀ ପଞ୍ଚାୟତରେ ରୁହନ୍ତି ଭୀମସେନ କାଣ୍ଡି ଓ ବେନୁ କାଣ୍ଡି । ସେମାନେ ସବୁଦିନ ପରି ରବିବାର ରାତିରେ ଗୁହାଳରେ ଛେଳି ଗୁଡ଼ିକୁ ବାନ୍ଧି ୧୦ଟା ପରେ ଘରକୁ ଫେରିଥିଲେ। କିନ୍ତୁ ରାତି ପ୍ରାୟ ୨ଟା ବେଳେ କିଛି ଦୁର୍ବୃତ୍ତ ଗୋଟିଏ କାରରେ ଆସି ଗୁହାଳରୁ ପ୍ରାୟ ୨୦ଟି ଛେଳି ଚୋରି କରି ନେଇଥିଲେ। ଛେଳିଗୁଡ଼ିକ ରଡ଼ି ଛାଡ଼ିବାରୁ ଗ୍ରାମର କିଛି ଲୋକ ଓ ଛେଳି ମାଲିକ ଉଠି ପଡ଼ିଥିଲେ। ଗାଁ ଲୋରେ ଗୋଟିଏ କାରରେ ଛେଳିଗୁଡ଼ିକୁ ଭର୍ତ୍ତି କରି କେହି ଦୁର୍ବୃତ୍ତ ନେଇ ଯାଉଥିବା ଦେଖିଥିଲେ।

ଗ୍ରାମବାସୀ  ପାଟି କରିବାରୁ ଚୋରମାନେ ମଦରଙ୍ଗ ଆଡକୁ ଦ୍ରୁତ ଗତିରେ ଚାଲି ଯାଇଥିଲେ । ଛେଳି ଚେରି ପରେ ମାଲିକ ଭୀମସେନ ଓ ବେନୁ ଗୋପ ଥାନାରେ ଅଭିଯୋଗ କରିଛନ୍ତି। ଗୋପ ଥାନା ଆଇଆଇସି ସୁଧିର ସାହୁ ଅଭିଯୋଗ ଓ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.