Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ଲାବନ୍ୟନଗର ଗ୍ରାମରେ ଛେଳି ମଡ଼କ, ଅଜଣା ରୋଗରେ ଯାଉଛି ଜୀବନ, ଚିନ୍ତାରେ ଗ୍ରାମବାସୀ

27/07/2021 at 6:39 PM

ଫୁଲବାଣୀ,୨୭/୭: ତୁମୁଡିବନ୍ଧ ବ୍ଲକର ଲାବନ୍ୟନଗର ଠାରେ ଛେଳି ମଡ଼କ । ଅଜଣା ରୋଗରେ ଛେଳି ଗୁଡ଼ିକର ଜୀବନ ଯାଉଛି । ଆଜି ସକାଳୁ ଲୋକେ ଉଠିବା ପରେ ସାତରୁ ଆଠ ଗୋଟି ଛେଳି ମରି ପଡ଼ିଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ଭିଏସ୍‌ଙ୍କୁ ଏନେଇ ଜଣାଇଥିଲେ ।

ପଶୁ ବିଭାଗ କର୍ମଚାରୀ ପହଞ୍ଚିବା ବେଳକୁ ପ୍ରାୟ ୩୦ରୁ ୪୦ ଛେଳି ବର୍ତ୍ତମାନ ସୁଦ୍ଧା ମରି ସାରିଥିବା ଜଣାପଡ଼ିଛି । ସ୍ଥାନୀୟ ପଶୁ ଡାକ୍ତରଖାନାରେ ଏହି ରୋଗର ମେଡ଼ିସିନ ମଧ୍ୟ ନଥିବା ଏବଂ ରୋଗକୁ ସଠିକ୍ ରୁପେ ଚିହ୍ନଟ କରି ପାରୁନଥିବା କହିଛନ୍ତି ପଶୁ ବିଭାଗ ଡାକ୍ତର । ଯଦି ଏହି ରୋଗକୁ ଚିହ୍ନଟ କରି ଉପଯୁକ୍ତ ମେଡ଼ିସିନ କିମ୍ବା ଇଞ୍ଜେକ୍ସନ୍ ତୁରନ୍ତ ନଦିଆଯାଏ ତେବେ ଗାଁରେ ଥିବା ସମସ୍ତ ଛେଳି ମାରିଯିବେ ବୋଲି କହିଛନ୍ତି ଗ୍ରାମବାସୀ ।

ଉଚିତ୍ ସମୟରେ ପଶୁ ଡାକ୍ତରଖାନା ପକ୍ଷରୁ ମେଡ଼ିସିନ୍ କିମ୍ବା ଇନଜେକ୍ସନ୍ ଦେଉ ନଥିବା ହେତୁ ଏଭଳି ହଠାତ୍ ଛେଳି ମରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ମରିଥିବା ଛେଳି ଗୁଡ଼ିକଙ୍କର ରୋଗ ଚିହ୍ନଟ କରି କ୍ଷତି ପୁରଣ ଦେବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।

   Related Posts