Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ମଣିଷ ଓ ପଶୁ ଭିତରେ ଥିବା ଅନାବିଳ ସମ୍ପର୍କରେ ପଡ଼ିଲା ପୂର୍ଣ୍ଣଛେଦ, ମଣିଷ ପରି ହେଲା ଛେଳି “ମାତାଲ” ର ଶେଷକୃତ୍ୟ

17/06/2021 at 8:16 PM

ପାଟଣା, ୧୭/ ୦୬: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବୁଢ଼ୀ କାପୁଡି ପଞ୍ଚାୟତ ତେନ୍ତେଳା ଗ୍ରାମରେ ଦେଖିବାକୁ ମିଳିଛି ମଣିଷ ଓ ପଶୁ ଭିତରେ ଥିବା ଅନାବିଳ ସମ୍ପର୍କ l ପାଳିତ ପଶୁ ଛେଳି ଭିତରେ ଥିବା ଭଲ ପାଇବାର ଅନ୍ତ ଘଟିଛି। ନିଜର ପୁଅ ଭଳି ସ୍ନେହ ଦେଉଥିବା ପଶୁ ଛେଳି “ମାତାଲ” ର ମୃତ୍ୟୁ ପରେ ମଣିଷ ସାମଜ ଭଳି ଛେଳିର ଅନ୍ତିମ ସତ୍କାର କରିଛନ୍ତି ଦମ୍ପତି।

ପାଟଣା ବ୍ଲକ ବୁଢ଼ିକାପୁଡି ପଞ୍ଚାୟତ ତେନ୍ତଳା ଗ୍ରାମର ଦମ୍ପତି ଧନେଶ୍ୱର ନାଏକ ଓ ସ୍ତ୍ରୀ ମିନତି ନାଏକ l ଉଭୟଙ୍କ ବିବାହର ୩୦ ବର୍ଷ ବିତି ଯାଇଥିଲେ ମଧ୍ୟ ନିସନ୍ତାନ ଅଛନ୍ତି l ଏ ନେଇ ଅନେକ ଚିନ୍ତାରେ ଉଭୟ ଦମ୍ପତି ଥିବାବେଳେ ଗରିବ ପରିବାର ହୋଇଥିବାରୁ ଘରେ ଛେଳି ପାଳନ କରିଥିଲେ। ଉଭୟ ପାଖାପାଖି ୩୦ରୁ ଉର୍ଦ୍ଧ୍ଵ ଛେଳି ପାଳନ କରୁଥିଲେ ମଧ୍ୟ ସେଥି ମଧ୍ୟରୁ “ମାତାଲ” ଥିଲା ଅନ୍ୟତମ l ସନ୍ତାନ-ସନ୍ତନ୍ତି ନଥିବାରୁ ଛେଳିକୁ ନିଜର ପୁଅ ଭଳି ସ୍ନେହ ଦେଉଥିଲେ l ଉଭୟ ପାଖରେ ଶୁଆଇବା ସହ ଭାତ ଡାଲି ଖାଇବାକୁ ଦେଇ ପଶୁ ଭିତରେ ଦୀର୍ଘ ୮ ବର୍ଷ ନିଜର ସନ୍ତାନ ଭଳି ଦେଖିଥିଲେ l ଏପରିକି ଖୁସିରେ ଛେଳିର ନାମ ଦେଇଥିଲେ “ମାତାଲ” । ଛେଳିଟି ଯୋଉଠି ଥିଲେ ବି ମାତାଲ ନାଁ ଧରି ଡାକିଦେଲେ ପାଖକୁ ଆସୁଥିଲା l ଆଉ ପଶୁ ଭଳି ଖାଦ୍ୟ ନ ଖାଇ ମଣିଷ ଯାହା ଖାଏ ତାହା ଛେଳିଟି ଖାଏ ବୋଲି କହିଛନ୍ତି l

ନିଃସନ୍ତାନ ମିନତି, ମିନତି ନିଜ କୋଳରେ ଛୁଆଟେ ଧରିବା ପାଇଁ ଅନେକ ଆଶା ବାନ୍ଧିଥିବା ବେଳେ ଭଗବାନ ତାଙ୍କ କୋଳରେ କୌଣସି ସନ୍ତାନଟେ ନଦେବାରୁ ଛେଳି ଖାସିକୁ ମା ର ସ୍ନେହ ଦେଇ ପାଳନ କରିଥିବା କହିଛନ୍ତି। ଗତକାଲି କୋୖଣସି କାରଣରୁ ଛେଳିର ମୃତ୍ୟୁ ପରେ ଉଭୟ ଦମ୍ପତି ସାହି ପଡିଶାକୁ ଡାକି ମଣିଷଙ୍କ ଶେଷ କୃତ୍ୟ ସମ୍ପନ୍ନ ଭଳି ଛେଳିର ଶେଷକୃତ୍ୟ ନିଜ ବାଡ଼ିରେ କରିଛନ୍ତି। ୪ ଖଣ୍ଡ ବାଉଁଶ କୋକେଇ କରି ସାହି ପଡ଼ିଶା ବନ୍ଧୁବାନ୍ଧବଙ୍କ ଗହଣରେ ଜୁଇରେ ନିଆଁ ଲଗାଇ ଛେଳିର ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି।

ଏବେ କରୋନା ଭୟରେ ମଣିଷର ଶେଷକୃତ୍ୟ ସମ୍ପନ୍ନ କରିବା ପାଇଁ ନିଜ ଲୋକ ବନ୍ଧୁବାନ୍ଧବ ଶବର ପାଖ ମାଡୁନଥିବା ବେଳେ ଦମ୍ପତି ଏକ ପଶୁକୁ ପୁଅ ଭଳି ସ୍ନେହ ଦେବା ଆଉ ମୃତ୍ୟୁ ପରେ ମଣିଷ ପରି ଶବ ସତ୍କାର କରିବା ସମୟରେ ସହ ସହ ଲୋକଙ୍କ ଉପସ୍ଥିତି ମଣିଷ ଓ ପଶୁ ମଧ୍ୟରେ ଅନାବିଡ଼ ସମ୍ପର୍କ ସାରା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

   Related Posts