Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ସ୍କୁଲ ଯାଉଥିବା ଝିଅଟି ପଛେ ପଛେ ଚାଲିଲା ଛେଳି, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

21/09/2021 at 2:41 PM

ନୂଆଦିଲ୍ଲୀ ୨୧/୦୯: କୁହାଯାଏ ବନ୍ଧୁର ସଂପର୍କ ବଡ ନିଆରା । ସେ ମଣିଷ ପଶୁ ହେଉ ଅବା ଆଉ କେହି । ତେବେ ସମସ୍ତଙ୍କ ଜୀବନରେ କେହି ନାଁ କେହି ସାଙ୍ଗଟିଏ ଥିବା ନିହାତି ଜରୁରୀ । କାଳ କାଳ ଧରି ଏ ପ୍ରଥା ରହିଆସୁଛି ବା ଚାଲିଆସୁଛି । ସେ ସିନେମା ହେଉ ବା ଅସଲ ଜୀବନରେ । ମଣିଷ ସହ ପଶୁର ସମ୍ପର୍କ ବି ଅତି ନିଆରା ଥାଏ । ପୂର୍ବରୁ ଆମେ ଏନେଇ ଅନେକ ପ୍ରସଙ୍ଗ ଦେଖିସାରିଛୁ ।

ଏବେ ଠିକ୍ ଅନୁରୂପ ଢଙ୍ଗରେ ଗୋଟିଏ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ଗୋଟିଏ ଝିଅ ଓ ଛେଳି ଏକାଠି ରାସ୍ତାରେ ଯାଇଥିବା ନଜର ଆସିଛି । ବହୁତ ସୁନ୍ଦରର ଭାଇରାଲ ହୋଇଥିବା ଏହି ଭିଡିଓଟିକୁ ସମସ୍ତେ ବହୁତ ଲାଇକ ବି କରୁଛନ୍ତି । ସୂଚନା ଥାଉକି, ଏହି ଛୋଟ ଭିଡିଓଟି ପାହାଡ ଅଞ୍ଚଳର ରାସ୍ତାରେ ବୁଲୁଥିବାର ।

ଯେଉଁଠି ଗୋଟେ ଛୋଟ ଝିଅଟି ସ୍କୁଲ ୟୁନିଫର୍ମ ପିନ୍ଧି ସ୍କୁଲ ବାହାରିଛି । ପିଠିରେ ଏକ ବ୍ୟାଗ ମଧ୍ୟ ପକାଇ। ଲାଗୁଛି ଯେମିତି ଝିଅଟି ସ୍କୁଲ ଯାଉଛି । ତେବେ ଆଶ୍ଚର୍ଯ୍ୟର କଥା ଭିଡିଓରେ କେବଳ ଛୁଆଟି ସ୍କୁଲ ଯାଉନି । ବରଂ ତା ସହ ଛେଳିଟି ସ୍କୁଲ ବାହାରୁଛି । ଅର୍ଥାତ୍ ଝିଅଟିର ପଛେ ପଛେ ଏହି ଛୋଟ ପଶୁଟି ସ୍କୁଲ ଯିବାକୁ ବାହାରିଛି । ଯାଉଛି ମଧ୍ୟ ।

ଯେତେ ମନା କେଲ ବି ପିଛା ଛାଡୁନି । ଉଭୟଙ୍କ ଭିତରେ ବନ୍ଧୁତା କେତେ ତାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏବଂ ଲୋକଙ୍କ ହୃଦୟ ଜିତୁଛି । ଏହି ଭିଡିଓଟିକୁ ଡାଃ ଅଜୟିତା ତାଙ୍କର ଟ୍ୱିଟର ହ୍ୟାଣ୍ଡେଲରେ ଏହାକୁ ପୋଷ୍ଟ କରିଛନ୍ତି । ଏହା କେଉଁ ଜାଗାର ତାହା ଜଣାପଡିନି । କିନ୍ତୁ ବହୁତ ସଂଖ୍ୟାରେ ଲାଇକ ଓ ସେୟାର ହୋଇସାରିଲାଣି.

   Related Posts