Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଭୋଜି ପାଇଁ କରୁଥିଲେ ଛେଳି ଚୋରି, ଧରାପଡି ଛେଚା ଖାଇଲେ

18/07/2021 at 2:27 PM

ବଳଙ୍ଗା,୧୮/୦୭: ଭୋଜି କରିବା ପାଇଁ ଛେଳି ଚୋରି କରି ଦୁଇ ଯୁବକ ଗ୍ରାମବାସୀଙ୍କ ଠାରୁ ନିସ୍ତୁକ ମାଡ଼ ଖାଇଛନ୍ତି । ପରେ ପୁଲିସ ଉଭୟଙ୍କୁ ଗିରଫ କରିଛି । ଗିରଫ ଯୁବକମାନେ ହେଲେ ଗୋପ ଥାନା ଅନ୍ତର୍ଗତ ରୁଷିପଡ଼ା ଗ୍ରାମର ପଦ୍ମଚରଣ ସ୍ୱାଇଁ (୩୫) ଏବଂ ଜିତେନ୍ଦ୍ର ସ୍ୱାଇଁ (୩୨) ।

ସୂଚନା ମୁତାବିକ, ବଳଙ୍ଗା ଥାନା ଅନ୍ତର୍ଗତ କେତକୀପାଟଣା ବିଶ୍ୱନାଥଦେଉଳୀ ଗ୍ରାମରେ ଚୈତନ୍ୟ ସ୍ୱାଇଁ ନାମକ ଜଣେ ବୃଦ୍ଧ ବନ୍ଧ ନିକଟରେ ଛେଳି ଚରାଉଥିଲେ । ପଦ୍ମଚରଣ ଏବଂ ଜିତେନ୍ଦ୍ର ଏକ ବାଇକ୍‌ରେ ଆସି ହଠାତ ଚରୁଥିବା ଛେଳିଭିତରୁ ଏକ ଛେଳିକୁ ଉଠାଇ ନେଇ ପଳାଇଥିଲେ । ଏହାଦେଖି ଚୈତନ୍ୟ ସ୍ଥାନୀୟ ଲୋକଙ୍କୁ ଡାକ ପକାଇଥିଲେ । କିଛି ଯୁବକ ସେଠାରେ ପହଞ୍ଚି ସମସ୍ତ କଥା ଜାଣିବା ପରେ ବାଇକ୍‌ ଯୋଗେ ଯୁବକମାନଙ୍କ ପିଛା କରଥିଲେ । ଗୋପ ଥାନା ଅନ୍ତର୍ଗତ ଯାଉଳୀପୋଖରୀ ନିକଟରେ ଉଭୟଙ୍କୁ ଧରିବାରେ ସକ୍ଷମ ହୋଇଥିଲେ ।

ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ଜମା ହେବା ସାଙ୍ଗକୁ ପଦ୍ମଚରଣ ଏବଂ ଜିତେନ୍ଦ୍ରଙ୍କୁ ନିସ୍ତୁକ ମାଡ଼ ଦେଇ ଗୋପ ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଂଚି ଯୁବକମାନଙ୍କୁ ଥାନାକୁ ଆଣିଥିଲା । ପରେ ଘଟଣାଟି ବଳଙ୍ଗା ଥାନା ଅଂଚଳର ହୋଇଥିବାରୁ ଗୋପ ପୁଲିସ ବଳଙ୍ଗା ଥାନାକୁ ଉକ୍ତ ୨ ଯୁବକଙ୍କୁ ହସ୍ତାନ୍ତର କରିଥିଲା ଚୈତନ୍ୟଙ୍କ ଅଭିଯୋଗ ଆଧାରରେ ବଳଙ୍ଗା ଥାନାରେ ଏକ ମାମଲା ରୁଜୁ ହୋଇଛି । ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନିମାପଡା କୋର୍ଟରେ ହାଜର କରାଯାଇଥିଲା । ଜାମିନ ନାମଂଜୁର ହେବାରୁ ସେମାନଙ୍କୁ ନିମାପଡ଼ା ଉପକାରାଗାରାକୁ ପଠାଇ ଦିଆଯାଇଛି । ଯୁବକମାନେ ଗାଁରେ ରହୁନଥିବାବେଳେ ଗତକାଲି ଗାଁକୁ ଆସି ଭୋଜି କରିବା ପାଇଁ ଏଭଳି କରିଥିବା ପଦ୍ମଚରଣଙ୍କ ବାପା କହିଛନ୍ତି ।

   Related Posts