ଜନ୍ମନେଲା ଅଦ୍ଭୁତ ଛେଳି ଛୁଆ, ରହିଛି ଦୁଇଟି ମୁଣ୍ଡ ଓ ୪ ଆଖି

Published By : Prameya-News7 Bureau | January 18, 2021 IST

ରାଇରଙ୍ଗପୁର ,୧୮/୦୧: ମୟୂରଭଞ୍ଜ ଦିଲ୍ଲା ତିରିଂ ଥାନା ଝରାଡ଼ିଫାଣ୍ଡି ଅନ୍ତର୍ଗତ ପୋଖରୀଆ ଗ୍ରାମରେ ଏକ ଅଦ୍ଭୁତ ଛେଳି ଛୁଆ ଜନ୍ମ ହୋଇଛି । ଏହି ଛେଳି ଛୁଆର ୪ଟି ଆଖି ରହିଛି ।

ଗତ ଶନିବାର ରାତିରେ ଗ୍ରାମର ଜନୈକ ବାହାଦୂର ହାଁସଦାଙ୍କ ଛେଳି ଏକ ଦୁଇ ମୁଣ୍ଡିଆ ଛେଳି ଛୁଆ ଜନ୍ମ ଦେଇଥିଲା । ଛେଳିଟିର ଚାରୋଟି ଆଖି ଥିଲା। ଉକ୍ତ ଛେଳି ଛୁଆ ଦୁଇଟି ଯାକ ରଡି ଛାଡୁଥିବା ବେଳେ କ୍ଷୀର ମଧ୍ୟ ପିଉଥିବା ଦେଖିବାକୁ ମିଳିଛି ।

ଏହି ବିଚିତ୍ର ଛେଳିକୁ ଦେଖିବା ପାଇ ବାହାଦୂରଙ୍କ ଘରେ ଜନ ସମାଗମ ହୋଇଥିଲା । ବହୁ ଦୂରରୁ ଲୋକେ ଆସି ଏଙି ଛେଳି ଛୁଆଟିକୁ ଦେଖୁଛନ୍ତି । ତେବେ ଛୁଆଟି ଭଲ ଥିବାର ଖବର ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.