Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||

ଦେଶର ୬୭ ତମ ଗ୍ରାଣ୍ଡମାଷ୍ଟର ହେଲେ ଗୋଆର ୧୪ ବର୍ଷୀୟ ଲିଓନ ମେଣ୍ଡୋଙ୍କା, ଶୁଭେଚ୍ଛା ଜଣାଇଲେ ବିଶ୍ବନାଥ ଆନନ୍ଦ

1/01/2021 at 7:00 PM

ଚେନ୍ନାଇ ୦୧/୦୧: ଇଟାଲିରେ ତୃତୀୟ ତଥା ଶେଷ ନର୍ମ ହାସଲ କରିବା ପରେ ଭାରତର ୬୭ ତମ ଗ୍ରାଣ୍ଡମାଷ୍ଟର ହେଲେ ଗୋଆର ୧୪ ବର୍ଷୀୟ ଚେସ୍‌ ଖେଳାଳି ଲିଓନ ମେଣ୍ଡୋଙ୍କା। ମେଣ୍ଡୋଙ୍କା  ୧୪ ବର୍ଷ ୯ ମାସ , ୧୭ ଦିନରେ ଏହି ଲକ୍ଷ୍ୟ ହାସଲ କରିଛନ୍ତି। ।ସେ ପ୍ରଥମ ଗ୍ରାଣ୍ଡମାଷ୍ଟର ନର୍ମ  ଅକ୍ଟୋବରରେ ରିଗୋ ଜିଏମ ରାଉଣ୍ଡ ରୋବିନରେ ହାସଲ କରିଥିଲେ।

ଦ୍ବିତୀୟ ଗ୍ରାଣ୍ଡମାଷ୍ଟର ବୁଡାପେଷ୍ଟ ଓ ତୃତୀୟ ଜିଏମ ନର୍ମ ଇଟାଲିରେ ହାସଲ କରିଛନ୍ତି ମେଣ୍ଡୋଙ୍କା । ଇଟାଲିରେ ହେଉଥିବା ଶେଷ ଜିଏମରେ ୟୁକ୍ରେନ୍‌ର ଭିଟାଲି ବର୍ନାଡିସ୍କିଙ୍କ ପରେ ସେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ମେଣ୍ଡୋଙ୍କା କରୋନା ମହାମାରୀ ପାଇଁ ଲକ୍‌ଡାଉନ୍‌ କାରଣରୁ ୟୁରୋପରେ ଫିସିଥିଲେ। ଏହି ସମୟରେ ସେ ଅନେକ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରି ଗ୍ରାଣ୍ଡମାଷ୍ଟର ହେବାର ନିକଟତର ହୋଇଥିଲେ। ମେଣ୍ଡୋଙ୍କା ମାର୍ଚ୍ଚରୁ ଡିସେମ୍ବର ପର୍ଯ୍ୟନ୍ତ ୧୬ଟି ଟୁର୍ଣ୍ଣାମେଣ୍ଟ ଖେଳିବାରୁ ତାଙ୍କର ଇଏଲଓ ରେଟିଂ ୨୪୫୨ରୁ ବଢ଼ି ୨୫୪୪ ହୋଇଛି।

ସଫଳତା ପରେ ମେଣ୍ଡୋଙ୍କା କହିଛନ୍ତି, ‘ ମୁଁ ବହୁତ ଖୁସି ଅଛି। ଏଥିପାଇଁ ବହୁ ପରିଶ୍ରମ କରିଛି। ମୁଁ ମୋର ମାତା ପିତା, କୋଚ୍‌ ଓ ପ୍ରାୟୋଜକଙ୍କୁ ଧନ୍ୟବାଦ ଦେଉଛି।’ ତେବେ ପୂର୍ବତନ ବିଶ୍ବ ଚାମ୍ପିୟନ ତଥା ବରିଷ୍ଠ ଖେଳାଳି ବିଶ୍ବନାଥ ଆନନ୍ଦ ମେଣ୍ଡୋଙ୍କାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

   Related Posts