ପୁଣି ଉଡ଼ିବ ବିମାନ : ଅପ୍ରେଲ୍ ୧୫ରୁ ଆରମ୍ଭ ହେଉଛି ବୁକିଂ
6/04/2020 at 6:54 PM

ନୂଆଦିଲ୍ଲୀ ୫/୪: ବିମାନ କମ୍ପାନୀ ଗୋ ଏୟାର ଅପ୍ରେଲ୍ ୧୫ତାରିଖରୁ ଘରୋଇ ବିମାନ ପାଇଁ ଟିକେଟ ବୁକିଂ ଆରମ୍ଭ କରିବାକୁ ଘୋଷଣା କରିଛି।
ନାଗରିକ ବିମାନ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏହି ଅଟକଳକୁ ଖାରଜ କରିବାର ଗୋଟିଏ ଦିନ ପରେ କମ୍ପାନୀ ଏହି ନିଷ୍ପତ୍ତି ନେଇଛି। କମ୍ପାନୀ କହିଛି ଯେ ସରକାର ଅପ୍ରେଲ୍ ୧୪ତାରିଖରେ ୨୧ଦିନ ଲକଡାଉନ୍ ସରିଯିବା ପରେ ଚରଣବଦ୍ଧଭାବେ ଘରୋଇ ଏବଂ ବିଦେଶୀ ଉଡ଼ାଣ ପାଇଁ ଅନୁମତି ଦେବ।
ଗୋ ଏୟାରର ମୁଖ୍ୟ ନ୍ୟୁଜ ଏଜେନ୍ସିକୁ କହିଛନ୍ତି ଯେ ଗୋ ଏୟାରର ଘରୋଇ ସେବା ପାଇଁ ଅପ୍ରେଲ୍ ୧୫ତାରିଖରୁ ବୁକିଂ ଆରମ୍ଭ ହେଉଛି ଏବଂ ମଇ ୧ତାରିଖଠୁ ଆନ୍ତର୍ଜାତୀୟ ବିମାନ ପାଇଁ ବୁକିଂ ଆରମ୍ଭ ହେବ।