Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଶସ୍ତା ହେଲା ବିମାନ ଯାତ୍ରା: ମାତ୍ର ୮୫୯ ଟଙ୍କାରେ ଯୁଆଡେ ବି ଯାଇପାରିବେ, ଅଫର୍ ଦେଇଛି ଗୋଏୟାର୍

23/01/2021 at 12:32 PM

ନୂଆଦିଲ୍ଲୀ ୨୩/୦୧ : ଯଦି ଆପଣ ଯାତ୍ରା କରିବାକୁ ଭଲ ପାଆନ୍ତି ତାହେଲେ ଆପଣଙ୍କ ଏୟାରଲାଇନ୍ସର ଅଫର ଅଛି ସେ ପୁଣି ନିଜ ବଜେଟରେ। ଗୋଏୟାର ଶସ୍ତାରେ ବିମାନ ସେବା ଆରମ୍ଭ କରିଛି। ଗୋଏୟାର ରିପବ୍ଲିକ ଡେ ଫ୍ରିଡମ ସେଲ (Republic Day Freedom Sale) ଅଫର ଆଣିଛି। ଏହି ଅଫର ଜାନୁଆରୀ ୨୨ ତାରିଖରୁ ଆରମ୍ଭ ହୋଇଛି। ଏହି ଅଫର୍ ଜାନୁଆରୀ ୨୯ ତାରିଖରେ ଚାଲିବ। ଏହି ଅଫର ଅନୁସାରେ ବିମାନ ଟିକେଟ ଦାମ ୮୫୯ ଟଙ୍କାରେ ଆରମ୍ଭ ହେବ।

ଗୋଏୟାରର ଏହି ଅଫର୍ ଅନୁସାରେ ଆପଣ ରିହାତି ଦରରେ ବିଭିନ୍ନ ସହର ପାଇଁ ଟିକେଟ ବୁକ କରିପାରିବେ। ତାଛଡା ଗୋଏୟାର ଟିକେଟ ବଦଳାଇଲେ କୌଣସି ଫି ଲାଗିବନି। ଜାନୁଆରୀ ୨୨ ରୁ ମାର୍ଚ୍ଚ ୩୧ ତାରିଖ ଯାତ୍ରା ଅବଧି ମଧ୍ୟରେ ଅଫର୍ ଅନୁସାରେ ବୁକ ହୋଇଥିବା ଟିକେଟରେ ପ୍ରସ୍ଥାନ ତାରିଖର ୩ ଦିନ ପୂର୍ବରୁ ଟିକେଟ୍ ବଦଳାଇଲେ କୌଣସି ଶୁଳ୍କ ଦେବାକୁ ପଡ଼ିବନି।

ସେଲ ସମୟରେ ଏପ୍ରିଲ ୧ ତାରିଖରୁ ଡିସେମ୍ବର ୩୧ ତାରିଖ ମଧ୍ୟରେ ଯାତ୍ରା କରିବାକୁଥିବା ବୁକ ହୋଇଥିବା ଟିକେଟରେ ୧୪ ଦିନ ପୂର୍ବରୁ ଟିକେଟ ବଦଳାଇଲେ କୌଣସି ଫି ଲାଗିବନି। ଗୋଏୟାର ୱେବସାଇଟକୁ ଯାଇ ଆପଣ ଏହି ଅଫରର ଲାଭ ଉଠାଇ ପାରିବେ। କମ୍ପାନୀ ଟ୍ୱିଟ୍ କରି ସେଲ୍ ସମ୍ବନ୍ଧରେ ସୂଚନା ଦେଇଛି।

ସୂଚନାଯୋଗ୍ୟ ଯେ, ସ୍ପାଇସଜେଟ ଓ ଇଣ୍ଡିଗୋ ଏୟାରଲାଇନ୍ସ ଭଳି ଅନ୍ୟ ଏୟାରଲାଇନ୍ସ ମଧ୍ୟ ଏହିଭଳି ଅଫର୍ ବ୍ୟବସ୍ଥା ରଖିଛନ୍ତି। ସ୍ପାଇସଜେଟ୍ ଓ ଇଣ୍ଡିଗୋ ନିଜର ସ୍ପେଶାଲ୍ ସେଲ୍ ତାରିଖ ଆଗକୁ ବଢ଼ାଇ ଦେଇଛନ୍ତି। କରୋନା ମହାମାରୀ ପରେ ଅଧିକାଂଶ ଏୟାରଲାଇନ୍ସ ଶସ୍ତା ଦରରେ ସେଲ୍ ମାଧ୍ୟମରେ ଟିକେଟ୍ ବିକ୍ରି କରୁଛନ୍ତି। ଅଧିକରୁ ଅଧିକ ଲୋକ କିଭଳି ବିମାନ ଯାତ୍ରାର ଆନନ୍ଦ ଉଠେଇପାରିବେ, ତାହା ହିଁ ଏୟାରଲାଇନ୍ସର ଉଦ୍ଦେଶ୍ୟ।

   Related Posts