ଗୋଆରେ ମାର୍ଚ୍ଚ ୩୧ ଯାଏଁ ସମ୍ପୂର୍ଣ ଲକଡାଉନ
24/03/2020 at 2:47 PM

ପଣଜୀ ୨୪/୦୩ : ଭୟାବହ ମହାମାରୀ କରୋନା ଲଗାତାର ନିଜର କାୟା ବିସ୍ତାର କରିଚାଲିଛି | କିଛି ଆକ୍ରାନ୍ତ ସୁସ୍ଥ ହେଉଥିଲେ ମଧ୍ୟ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି | ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ଛୁଇଁଲନି | ଭାଇରସକୁ ବ୍ୟାପିବାରେ ରୋକିବା ପାଇଁ ସରକାର ୩୦ଟି ରାଜ୍ୟକୁ ଲକଡାଉନ ଘୋଷଣା କରିଛନ୍ତି | ଗୋଆରେ ଆଜି ମଧ୍ୟରାତ୍ରିରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ ଲକଡାଉନ ଘୋଷଣା କରାଯାଇଛି | ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏନେନି ସୂଚନା ଦେଇଛନ୍ତି | ଲକଡାଉନ ସମୟରେ କ୍ଷୀର, ପନିପରିବା ଓ ଅନ୍ୟାୟ ଆବଶ୍ୟକୀୟ ଜିନିଷ ପାଇଁ କିଛି ସମୟ ପାଇଁ ଦୋକାନ ଖୋଲା ରହିବ |
ହିମାଚଳ ପ୍ରଦେଶ କାଙ୍ଗଡାରେ ଆଉ ଦୁଇ କରୋନା ଆକ୍ରାନ୍ତ ହୋଇଛନ୍ତି | ଏଠାରେ ମଧ୍ୟ କର୍ଫ୍ୟୁ ଜାରି କରାଯାଇଛି | ତାମିଲନାଡୁରେ ଆଉ ୩ଜଣ ଆକ୍ରାନ୍ତ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି | ଆମେରିକାରୁ ଫେରିଥିବା ୭୪ ବର୍ଷ ବୟସ୍କ ଓ ୫୨ ବର୍ଷ ବୟସ୍କା ଜଣେ ମହିଳା ଓ ସ୍ୱିଜରଲ୍ୟାଣ୍ଡରୁ ଫେରିଥିବା ଜଣେ ୨୫ ବର୍ଷ ବୟସ୍କା ମହିଳା କରୋନାରେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି | ଏମାନଙ୍କୁ ଆଇସୋଲେସନରେ ରଖାଯାଇଛି |
ତାମିଲନାଡୁ କୋଏମ୍ବାଟୁରର ଏକ ପରିବା ହାଟରେ ଆଜି ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା | ଆଜି ସନ୍ଧ୍ୟା ୬ଟା ରୁ ମାର୍ଚ୍ଚ ୩୧ ତାରିଖ ଯାଏଁ ୧୪୪ ଜାରି ହେବ | ନୋଏଡା ସେକ୍ଟର ୧୪୭ରେ ଆଉ ଜଣେ କରୋନା ଆକ୍ରାନ୍ତ ହୋଇଛନ୍ତି | ଉତ୍ତର ପ୍ରଦେଶରେ ମୋଟ ୩୫ ଆକ୍ରାନ୍ତ ହେଲେଣି | ମଣିପୁରରେ ମଧ୍ୟ କର୍ଫ୍ୟୁ ଜାରି କରାଯାଇଛି | ମଣିପୁରରେ ଆଜି ସକାଳେ ରାଜ୍ୟର ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି | ବ୍ରିଟେନରୁ ମଣିପୁର ଆସିଥିବା ଜଣେ ୨୩ ବର୍ଷ ବୟସ୍କା ମହିଳାଙ୍କ ଟେଷ୍ଟ ପଜିଟିଭ ଆସିଥିଲା |