Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ବୈଜ୍ଞାନିକଙ୍କ ଦାବି କରୋନାକୁ ମାତ୍‌ ଦେବ ଏହି ଔଷଧ, ଗୋଆ ସରକାର ଦେଲେ ଅନୁମତି

10/05/2021 at 8:59 PM

ପାନାଜି, ୧୦/୦୫: ସୋମବାର ଗୋଆ ସରକାର କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆଇଭର୍‌ମେକ୍ଟିନ୍‌ ନାମକ ଔଷଧକୁ ବ୍ୟବହାର କରିବା ନେଇ ମଞ୍ଜୁରୀ ଦେଇଛନ୍ତି । ସରକାର ୧୮ ବର୍ଷରୁ ଉର୍ଦ୍ଧ୍ୱ ସଂକ୍ରମିତ ବ୍ୟକ୍ତିଙ୍କୁ ଏହାକୁ ବ୍ୟବହାର ପାଇଁ ଅନୁମତି ନେଇଛନ୍ତି । ଯାହାକି ସାଂଘାତିକ ଜ୍ୱରରୁ ଆଶ୍ୱସ୍ତି ଦେବ । କହି ରଖୁଛୁ ଯେ, ହାଲ୍‌କା ବା ଅତ୍ୟଧିକ ଜ୍ୱର କରୋନାର ଲକ୍ଷଣରେ ସାମିଲ୍‌ ।

ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱଜିତ୍‌ ରାଣେ ଏ ନେଇ କହିଛନ୍ତି ଯେ, ଆଇଭର୍‌ମେକ୍ଟିନ୍‌ ଔଷଧ ସମସ୍ତ ହେଲ୍‌ଥ ସେଣ୍ଟର୍‌ରେ ଉପଲବ୍ଧ ହେବ । ଏହା ସମସ୍ତ ବ୍ୟକ୍ତି ନେଇ ପାରିବେ । ବ୍ୟକ୍ତିଙ୍କୁ କରୋନା ହେଉ ବା ନହେଉ ସମସ୍ତଙ୍କ ପାଇଁ ଏହା ଲାଭଦାୟକ । ପ୍ରିଭେଣ୍ଟିଭ୍‌ କିୟୋର୍‌ ଭାବେ ଏହି ଔଷଧକୁ ଆମେ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛୁ ।

ଏହି ଆଇଭର୍‌ମେକ୍ଟିନ୍‌ ଔଷଧର ୧୨ଏମ୍‌ଜି ବଟିକା ୫ ଦିନ ପର୍ଯ୍ୟନ୍ତ କରାଯାଇପାରିବ । ୟୁକେ, ଇଟାଲି, ସ୍ପେନ୍‌ ଓ ଜାପାନର ବୈଜ୍ଞାନିକମାନେ ଏନେଇ ଦାବି କରିଛନ୍ତି ଯେ, ଏହା କରୋନା ମୃତ୍ୟୁ ଦର କମାଇବାରେ ସାହାଯ୍ୟ କରିବ । କେବଳ ମୃତ୍ୟୁ ଦର ନୁହେଁ ଏହା ଆରୋଗ୍ୟ ହାର ଏବଂ ସଂକ୍ରମଣ ହାର ମଧ୍ୟ କମ୍‌ କରିବାରେ ବେଶ୍‌ ସହାୟକ ହେବ ବୋଲି ସେମାନେ ଦାବି କରିଛନ୍ତି ।   

   Related Posts