ଗୋଆର ସମସ୍ତ ଘରୋଇ ଡାକ୍ତରଖାନାରେ ଏଣିକି ମାଗଣାରେ କରୋନା ଚିକିତ୍ସା : ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | May 16, 2021 IST

ପଣଜୀ୧୬/୫: ଗୋଆର ସମସ୍ତ ଘରୋଇ ଡାକ୍ତରଖାନାରେ ମାଗଣାରେ ହେବ କରୋନା ଚିକିତ୍ସା । ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ । ତେବେ GMCHରେ ଅମ୍ଳଜାନ ଅଭାବରୁ ରୋଗୀଙ୍କର ମୃତ୍ୟୁ ହୋଇଥିବା ଘଟଣାକୁ ଖଣ୍ଡନ କରିଛନ୍ତି ଗୋଆ ସରକାର । ସରକାର କହିଛନ୍ତି ଯେ ଉଭୟ ଅମ୍ଳଜାନର ଅଭାବ ଏବଂ ରୋଗୀ ମୃତ୍ୟୁକୁ ଆମେ ଏକାଠି କରାଯାଇପାରିବ ନାହିଁ ।

ଗୋଆ ସରକାର ମେ ୧୭ ଅର୍ଥାତ୍ ଆସନ୍ତାକାଲିଠୁ କୋଭିଡ ଚିକିତ୍ସା କରୁଥିବା ରାଜ୍ୟର ସମସ୍ତ ୨୧ ଘରୋଇ ଡାକ୍ତରଖାନାରେ ମାଗଣାରେ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବାରମ୍ୱାର ବିଭିନ୍ନ ନିୟମର ଉଲ୍ଲଂଘନ ହେଉଥିବାରୁ ସରକାର ଏହି ପଦକ୍ଷେପ ନେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ପଦକ୍ଷେପ ନେବା ଦ୍ୱାରା ଗୋଆ ମେଡିକାଲ କଲେଜ ଏବଂ ହସ୍ପିଟାଲ (GMCH) ପରି ଡାକ୍ତରଖାନା ଉପରେ ବୋଝ କମିବ ।

wp:html /wp:html

ସୂଚନା ଥାଉକି, ଗତ ଚାରି ଦିନ ମଧ୍ୟରେ GMCH ଚିକିତ୍ସିତ ହେଉଥିବା ୭୫ ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ହେଲାଣି । ଯାହା ପ୍ରଶାସନ ପାଇଁ ଏକ ସତର୍କ ଘଣ୍ଟି ସଦୃଶ । ରାଜ୍ୟ ସରକାରଙ୍କ ନିଷ୍ପତ୍ତିର କାରଣ ଦର୍ଶାଇ ସାୱନ୍ତ କହିଛନ୍ତି ଯେ ଘରୋଇ ଡାକ୍ତରଖାନାଗୁଡ଼ିକ କୋଭିଡ ରୋଗୀଙ୍କ ପାଇଁ ଉପଲବ୍ଧ ଥିବା ମୋଟ ଶଯ୍ୟା ମଧ୍ୟରୁ ୫୦ ପ୍ରତିଶତ ସଂରକ୍ଷଣ କରୁନଥିଲେ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାରଙ୍କ ଚିକିତ୍ସା ବୀମା ଯୋଜନା ଅଧୀନରେ ଘରୋଇ ଡାକ୍ତରଖାନା କୋଭିଡ ରୋଗୀଙ୍କୁ ଚିକିତ୍ସା ମିଳିନଥିବା ଅନେକ ଘଟଣା ଆମ ସାମ୍ନାକୁ ଆସିଥିଲା । ଏପରିକି ରୋଗୀମାନଙ୍କଠାରୁ ଅଧିକ ଫି ମଧ୍ୟ ଆଦାୟ କରୁଥିବା ଦେଖିବାକୁ ମିଳିଥିଲା । ସେ କହିଛନ୍ତି ଯେ ସରକାର କେବଳ ଏହି ଡାକ୍ତରଖାନାଗୁଡ଼ିକରେ ରୋଗୀ ଭର୍ତ୍ତି କରିବାର ଦାୟିତ୍ୱ ନେବେ ବାକି ପରିଚାଳନା ଦାଯିତ୍ୱ ସେମାନଙ୍କର ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.