ଦିଲ୍ଲୀକୁ ଅଫିସିଆଲ୍‌ ଭିଜିଟ୍‌ରେ ଯାଇଥିବା ବେଳେ ଗୋଆ ଡିଜିପି ପ୍ରଣବ ନନ୍ଦଙ୍କର ହୃଦ୍‌ଘାତରେ ମୃତ୍ୟୁ

Published By : Prameya-News7 Bureau | November 16, 2019 IST

ପାଣାଜୀ - ଦିଲ୍ଲୀକୁ ଅଫିସିଆଲ୍‌ ଭିଜିଟ୍‌ରେ ଯାଇଥିବା ବେଳେ ଗୋଆ ଡିଜିପି ପ୍ରଣବା ନନ୍ଦଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ଶନିବାର ସକାଳେ ହୃଦଘାତ ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି । ଗୋଆର ଆଇଜିପି ଜଶପାଲ୍‌ ସିଂ ଏ ବିଷୟରେ ଟ୍ୱିଟ କରିଛନ୍ତି ।

ପ୍ରଣବ ନନ୍ଦ ୧୯୮୮ ବ୍ୟାଚର ଆଇପିଏସ୍‌ ଅଧିକାରୀ । ପୂର୍ବରୁ ସେ ଗୃହ ମନ୍ତ୍ରାଳୟରେ କାମ କରୁଥିଲେ । ଅରୁଣାଚଳ ପ୍ରଦେଶ ଓ ମିଜୋରାମ୍‌ରେ ସେ ପୁଲିସ ବିଭାଗରେ କାମ କରୁଥିଲେ । ଚଳିତ ବର୍ଷ ତାଙ୍କୁ ଗୋଆର ଡିଜିପି ଭାବେ ନିଯୁକ୍ତି ଦିଆଯାଇଥିଲା ।

ପ୍ରଣବ ନନ୍ଦଙ୍କ ପତ୍ନୀ ସୁନ୍ଦରୀ ନନ୍ଦ ମଧ୍ୟ ପୁଡୁଚେରୀର ଡିଜିପି ଭାବେ କାର୍ଯ୍ୟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.