ବିଧାୟକଙ୍କୁ ନେଇ ଭାରତୀୟ ଗଣତନ୍ତ୍ରରେ ବିଚିତ୍ର ରେକର୍ଡ କଲା ଗୋଆ, ଏଡିଆର ରିପୋର୍ଟରୁ ଖୁଲାସା

Published By : Prameya-News7 Bureau | January 22, 2022 IST

ନୂଆଦିଲ୍ଲୀ,୨୨/୦୧ : ଗୋଆରେ ଗତ ୫ ବର୍ଷରେ ୨୪ ବିଧାୟକ ଗୋଟିଏ ଦଳ ଛାଡି ଅନ୍ୟ ଦଳରେ ସାମିଲ ହୋଇଛନ୍ତି । ଏହି ସଂଖ୍ୟା ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାର ୬୦ ପ୍ରତିଶତ । ଆସୋସିଏସନ ଅଫ ଡେମୋକ୍ରେଟିକ୍ ରିଫର୍ମ ପକ୍ଷରୁ ଏହି ସୂଚନା ଦିଆଯାଇଛଇ । ଏହାସହ ଏଡିଆର କହିଛି, ଗୋଆ ଏହି ମାମଲାରେ ଏକ ବିଚିତ୍ର ରେକର୍ଡ ସ୍ଥାପନ କରିଛି । ଭାରତୀୟ ଗଣତନ୍ତ୍ରର ଇତିହାସରେ ଏହିପରି ଦ୍ୱିତୀୟ ମାମଲା ନାହିଁ।

ଗୋଆରେ ଆସନ୍ତା ୧୪ ତାରିଖରେ ବିଧାନସବା ନିର୍ବାଚନ ପାଇଁ ମତଦାନ ହେବ। ରିପୋର୍ଟରେ କୁହାଯାଇଛି, ବର୍ତ୍ତମାନର ବିଧାନସଭା (୨୦୧୭-୨୦୨୨)ର ପାଞ୍ଚ ବର୍ଷ ଭିତରେ ପ୍ରାୟ ୨୪ ଜଣ ବିଧାୟକ ଦଳ ପରିବର୍ତ୍ତନ କରିଛନ୍ତି । ଭାରତର ଇତିହାସରେ ଏହିପରି କେବେ ହୋଇ ନଥିଲା । ଜନାଦେଶର ଘୋର ଅପମାନ ହେଉଥିବା ସ୍ପଷ୍ଟ ଦେଖିବାକୁ ମିଳୁଛି । ଏବଂ ଲୋଭ, ନୈତିକ ଦୃଷ୍ଟିକୋଣ ଏବଂ ଅନୁଶାସନ ଉପରେ ଭାରୀ ପଡୁଥିବା ଦେଖୁବାକୁ ମିଳୁଛି।

୨୦୧୯ରେ ୧୦ ଜଣ କଂଗ୍ରେସ ବିଧାୟକ ଦଳ ଛାଡି ବିଜେପିରେ ସାମିଲ ହୋଇଥିଲେ । ଏଥିରେ ବିରୋଧୀ ଦଳ ନେତା ଚନ୍ଦ୍ରକାନ୍ତ କାବଲେକର ମଧ୍ୟ ସାମିଲ ଥିଲେ । ଏହାସହ ଏମଜିପିର ବିଧାୟକ ଦୀପକ ପୋକ୍ସର ଏବଂ ମନୋହର ଅଜଙ୍ଗାୱକର ମଧ୍ୟ ବିଜେପିରେ ସାମିଲ ହୋଇଥିଲେ। ସାଲିଗାଁଓରୁ ଗୋଆ ଫରୱାର୍ଡ ପାର୍ଟିର ବିଧାୟକ ଜୟେଶ ସାଲଙ୍ଗାୱକର ମଧ୍ୟ ପଦ୍ମ ଦଳରେ ସାମିଲ ହୋଇଥିଲେ । ନିକଟରେ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୋଣ୍ଡାରୁ କଂଗ୍ରେସର ବିଧାୟକ ରବି ନାଇକ ମଧ୍ୟ ବିଜେପିରେ ସାମିଲ ହୋଇଥିଲେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.