ଗୋଆ ବିଚ୍‌ରେ ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ : ଦୁଃଖ ଯନ୍ତ୍ରଣାକୁ ବଳିଗଲା ମୁଖ୍ୟମନ୍ତ୍ରୀଙ୍କ ବୟାନ, ବିରୋଧି କହିଲେ- ବାଃ ବାଃରେ ନେତା !

Published By : Prameya-News7 Bureau | July 29, 2021 IST

ପାନାଜୀ, ୨୯/୦୭:  ଗୋଆରେ ନିକଟରେ ଦୁଇଜଣ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ରାଜ୍ୟ ସରକାର ବିରୋଧୀଙ୍କ ଟାର୍ଗେଟରେ ରହିଛନ୍ତି । ଏହାମଧ୍ୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ୱନ୍ତ ବିଧାନସଭାରେ ଅଜବ ପ୍ରତିକ୍ରିୟା ରଖିଛନ୍ତି । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ନାବାଳିକା ଦ୍ୱୟ ରାତିରେ କୁଆଡେ ଯାଉଛନ୍ତି ସେନେଇ ଅଭିଭାବକ ଧ୍ୟାନ ରଖିବା ଦରକାର ବୋଲି ପ୍ରମୋଦ କହିଥିଲେ । ଯାହାକୁ ନେଇ ତମ୍ବିତୋଫାନ ଆରମ୍ଭ ହୋଇଛି ।

ସୂଚନାନୁସାରେ, ଏହି ଘଟଣା ପରେ ପ୍ରମୋଦ ବିଧାନସଭାରେ କହିଥିଲେ ଯେ, ଜଣେ ୧୪ ବର୍ଷୀୟା ନାବାଳିକା ସାରା ରାତି ସମୁଦ୍ର କୂଳରେ ରହୁଛି । ଏନେଇ ମାତା-ପିତା ସଚେତନ ହେବା ଦରକାର । କାରଣ ପିଲାମାନେ କଥା ମାନନ୍ତି ନାହିଁ । ଖାଲି ସରକାର ଓ ପୋଲିସକୁ ଦୋଷ ଦେଲେ ହେବ ନାହି । ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି କରିଛି ।

wp:html /wp:html

ଗୋଆ ଫରଓ୍ୱାର୍ଡ ପାର୍ଟିର ବିଧାୟକ ବିଜୟ ସରଦେଶାଇ କହିଛନ୍ତି ଯେ, ରାଜ୍ୟର ନାଗରିକଙ୍କ ସୁରକ୍ଷା ପୋଲିସ ଓ ସରକାରଙ୍କ ଦାୟିତ୍ୱ । ଏପରି ନହେଲେ ମୁଖ୍ୟମନ୍ତ୍ରୀ ପଦବୀରେ ରହିବାର କୌଣସି ଅଧିକାର ନାହିଁ । ସ୍ୱାଧିନ ବିଧାୟକ ରୋହନ ଖାଉନ୍ତେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ବିରୋଧ କରିଛନ୍ତି । ଯଦି ରାଜ୍ୟ ସରକାର ସୁକ୍ଷା ଦେଇପାରିବେ ନାହିଁ ତେବେ କିଏ ଦେବ ବୋଲି ସେ ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ, ଗତ ୨୪ ତାରିଖରେ ଗୋଆର ବେନାଲିମ୍ ବିଚରେ ଥିବା ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିଲା । ସେମାନଙ୍କ ସହ ଥିବା ୨ ଯୁବକଙ୍କୁ ମଧ୍ୟ କିଛି ଦୁର୍ବୃତ୍ତ ମାଡ ମାରିଥିଲେ । ଏହି ମାମଲାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ଜଣେ ସରକାରୀ କର୍ମଚାରୀ ମଧ୍ୟ ଅଟନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.