ଶେଷନିଶ୍ଵାସ ତ୍ୟାଗକଲେ ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକର ,ସ୍ଵାସ୍ଥ୍ୟ ଅବସ୍ଥା ଥିଲା ଗୁରୁତର

Published By : Prameya-News7 Bureau | March 17, 2019 IST

ଗୋଆ ୧୭/୩- ଆରପାରିରେ ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକର । ସେ କିଛିଦିନ ହେବ ସଂକଟାପନ୍ନ ଅବସ୍ଥାରେ ଚିକିତ୍ସା ହେଉଥିଲେ । ଦୀର୍ଘଦୀନ ଧରି କ୍ୟାନସର ରୋଗରେ ପୀଡ଼ିତ ଥିଲେ ।

ବିଗତ କିଛି ମାସ ହେଲା ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ସ୍ଵାସ୍ଥ୍ୟବସ୍ଥା ଭଲ ନ ଥିଲା | ଗୋଆ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ପାରିକରଙ୍କ ଚିକିତ୍ସା ଚାଲିଥିଲା | ୬୩ ବର୍ଷା ବୟସ୍କ ପାରିକର କ୍ୟାନସର ରୋଗର ଶିକାର ହୋଇଥିଲେ | ଆମେରିକା ସହ ଦିଲ୍ଲୀ ଏମ୍ସ ଏବଂ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା | ଏଭଳି ଅବସ୍ଥାରେ ମଧ୍ୟ ପାରିକର ଗୋଆର ବଜେଟ ଉପସ୍ଥାପନା କରିଥିଲେ |

ରାଜନୈତିକ ସଙ୍କଟ ମଧ୍ୟରେ ଗୋଆରେ ଶନିବାର ଦିନ ବିଜେପି ବିଧାୟକ ଏବଂ ଦଳର କୋର କମିଟି ସଦସ୍ୟ ପରସ୍ପର ମଧ୍ୟରେ ଆଲୋଚନା କରିଥିଲେ | ଏହି ଆଲୋଚନାରେ ପାରିକରଙ୍କ ଖରାପ ସ୍ଵାସ୍ଥ୍ୟ ନେଇ ଚର୍ଚ୍ଚା ହୋଇଥିଲା | ଶନିବାର ସକାଳେ ପାରିକରଙ୍କ ଅବସ୍ଥା ବହୁତ ଖରାପ ହୋଇଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.