ଗୋ ସୁରକ୍ଷାକାରୀଙ୍କ ଉପରେ ମାଫିଆଙ୍କ ଗୁଳିମାଡ଼, ଦୁଇ ଗୁରୁତର ଓ ଦୁର୍ବୃତ୍ତ ଫେରାର୍

Published By : Prameya-News7 Bureau | May 21, 2022 IST

କରଞ୍ଜିଆ ୨୧/୦୫ : ଗୋ ମାଫିଆଙ୍କ ଗୁଳି ମାଡ଼ରେ ଦୁଇ ଗୋ ସୁରକ୍ଷାକାରୀ ଗୁରୁତର । ଜଶୀପୁର ଥାନା ୪୯ ନମ୍ବର ଜାତୀୟ ରାଜପଥ ବେଗୁନିଆ ଟୋଲଗେଟ ନିକଟରେ ଘଟିଛି ଗୁଳିକାଣ୍ଡ ।

ଆଜି ଭୋର ୪ଟା ସମୟରେ କିଛି ଗୋ ଚାଲାଣକାରୀ ୮ଟି ୧୬ଚକିଆ ଟ୍ରକରେ କଲିକତା ଅଭିମୁଖେ ଗୋ ଚାଲାଣ କରୁଥିବା ଖବର ପାଇ କଟକ ଶାଖାର ଦେଵସେନା ଓ ବଜରଙ୍ଗଦଳର ଗୋ ସୁରକ୍ଷା କର୍ମୀ କେନ୍ଦୁଝରରୁ ପିଛାକରି ବେଗୁନିଆ ଟୋଲଗେଟ ନିକଟକୁ ଯାଇ ଗାଡିକୁ ଅଟକାଇବା ପାଇଁ ଚେଷ୍ଟା କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହଇଥିଲା ।

ତେବେ ପାଟିତୁଣ୍ଡ ଏତେ ଉଗ୍ରଥିଲା ଯେ ଗୋ ଚାଲାଣକାରୀ ଗୋ ସୁରକ୍ଷା କର୍ମୀ ଉପରକୁ ଅତର୍କିତ ୪୦ରାଉଣ୍ଡ ଗୁଳିଚାଳନା କରିଥିଲେ । ଫଳରେ ଦୁଇ ଗୋସୁରକ୍ଷା କର୍ମୀ ଗୁରୁତର ହୋଇଥିବାରୁ ତାଙ୍କୁ ପ୍ରଥମେ ଯଶୀପୁର ଓ ପରେ ବାରିପଦା PRM ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଜଣଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ଅନ୍ୟଜଣଙ୍କ ହାତରେ ଗୁଳି ବାଜିଥିବା ଜଣାପଡ଼ିଛି ।

ଅନ୍ୟପଟେ ଘଟଣାକୁ ଗୁରୁତର ସହିତ ନେଇ ଜଶୀପୁର ପୋଲିସ ନେଇ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଛି । ତେବେ ଘଟଣା ସ୍ଥଳରୁ ଦୁଇଟି ବୋଲେରୋ ଗାଡିରେ ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଥିବା ପୋଲିସ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.