ସିଆଇଆଇ ଏବଂ ନାଲକୋ ସହାୟତାରେ ସୋଆ ଡିମ୍ଡ ଟୁ ବି ୟୁନିଭରସିଟିରେ ଆଜିଠୁ ଆରମ୍ଭ ହେଲା ‘ ଗୋ ଗ୍ରିନ ଅଭିଯାନ’

Published By : Prameya-News7 Bureau | July 30, 2019 IST

ଭୁବନେଶ୍ବର୩୦|୭: ବୃକ୍ଷ ହିଁ ଜୀବନ । ଏଭଳି କିଛି ମହତ ବାର୍ତା ଦେଇ ‘ ଗୋ ଗ୍ରିନ ଅଭିଯାନ ’ ଆରମ୍ଭ ହୋଇଛି । ସୋଆ ଡିମ୍ଡ ଟୁ ବି ୟୁନିଭରସିଟି, ନାଲକୋ ଓ ସିଆଇଆଇର ମଳିତ ଉଦ୍ୟମରେ ଆରମ୍ଭ ହୋଇଛି ଏଭହି ଅଭିଯାନ ।। ଆଜି ଏହାକୁ ନେଇ  ସୋଆ ଡିମ୍ଡ ଟୁ ବି ୟୁନିଭରସିଟି ଆଇସିଏସ କ୍ୟାମ୍ପସ ପରିସରରେ ବୃକ୍ଷରୋପଣ କରାଯାଇଛି ।

{"id":139083}

ଜଳବାୟୁ ପରିବର୍ତନ ହେଉଛି । ପରିବେଶ ମଧ୍ୟ ବହୁଳ ମାତ୍ରାରେ ପ୍ରଦୂଷିତ ହେବାରେ ଲାଗିଛି । ଏପରି ସମୟରେ ପରିବେଶକୁ ସୁରକ୍ଷା ଦେବା ନିତ୍ୟାନ୍ତ ଜରୁରୀ । ଏହାର ଏକମାତ୍ର ବାଟ ହେଉଛି ବୃକ୍ଷ ରୋପଣ । କାହିଁକି ନା ବୃକ୍ଷ ହିଁ ଜୀବନ । ଏଭଳି କିଛି ମହତ ବାର୍ତା ଦେଇ ‘ ଗୋ ଗ୍ରିନ ଅଭିଯାନ ’ ଆରମ୍ଭ ହୋଇଛି । ସୋଆ ଡିମ୍ଡ ଟୁ ବି ୟୁନିଭରସିଟି, ନାଲକୋ ଓ ସିଆଇଆଇର ମଳିତ ଉଦ୍ୟମରେ ଆରମ୍ଭ ହୋଇଛି ଏଭହି ଅଭିଯାନ । ଆଜି ଏହାକୁ ନେଇ  ସୋଆ ଡିମ୍ଡ ଟୁ ବି ୟୁନିଭରସିଟି ଆଇସିଏସ କ୍ୟାମ୍ପସ ପରିସରରେ ବୃକ୍ଷରୋପଣ କରାଯାଇଛି । ସୋଆ ଡିମ୍ଡ ଟୁ ବି ୟୁନିଭରସିଟିର କୁଳପତି ପ୍ରଫେସର ଡ. ଅମିତ କୁମାର ବାର୍ନାଜୀ, ନାଲକୋ ସିଏମଡି ଡ.ତପନ କୁମାର ଚାନ୍ଦ, ଓ ସିଆଇଆଇ ଓଡିଶା ଷ୍ଟେଟ କାଉନସିଲ ଚେୟାରମ୍ୟାନ ରଞ୍ଜନ କୁମାର ମହାପାତ୍ର ନିଜେ ଗଛ ଲଗାଇ ‘ ଗୋ ଗ୍ରିନ ଅଭିଯାନ ’ ଆରମ୍ଭ କରିଥିଲେ । ବାତ୍ୟା ଫୋନି ପରେ ଭୁବନେଶ୍ବର ଏକ ପ୍ରକାର ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଛି । ତାକୁ ନଜରରେ ରଖି ନାଲକୋ ଓ ସିଆଇଆଇ ଏହି ଅଭିଯାନ ଆରମ୍ଭ କରିଛି ।

{"id":139084}

ସେପଟେ ଏହି ଅବସରରେ ସୋଆ ଡିମ୍ଡ ଟୁ ବି ୟୁନିଭରସିଟି ଆଇସିଏସ କ୍ୟାମ୍ପସ ସ୍ଥିତ କନଭେନସନ ହଲରେ ଏକ ସ୍ବତନ୍ତ୍ର କର୍ମଶାଳା ଆୟୋଜିତ ହୋଇଯାଇଛି । ସୋଆ ଡିମ୍ଡ ଟୁ ବି ୟୁନିଭରସିଟି ଓ ସି ଆଇଆଇ ମଳିତ ଉଦ୍ୟମରେ ହ୍ୟୁମାନ କ୍ୟାପିଟାଲ କନକ୍ଲେଭରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଯାଇଛି । ଏହି କନକ୍ଲେଭରେ ବିଶେଷ କରି ବାଣିଜ୍ୟ ଉପରେ ଆଲୋଚନା ହୋଇଥିଲା ।

{"id":139085}

ସୋଆ ଡିମ୍ଡ ଟୁ ବି ୟୁନିଭରସିଟିରେ ଆଜିଠୁ ଆରମ୍ଭ ହେଲା ‘ ଗୋ ଗ୍ରିନ ଅଭିଯାନ ’ । ନାଲକୋ ଓ ସିଆଇଆଇ ମଳିତ ଉଦ୍ୟମରେ ଏହି ଅଭିଯାନକୁ ସାରା ରାଜ୍ୟରେ ତ୍ବରାନ୍ବିତ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.