‘ତୁମ ଦେଶ ଇଣ୍ଡିଆକୁ ଫେରିଯାଅ ଏବଂ ଗଣ ଦୁଷ୍କର୍ମର ଶିକାର ହୁଅ’, ୨୦୧୨ରେ ପ୍ରିୟଙ୍କାଙ୍କୁ ଶୁଣିବାକୁ ମିଳିଥିଲା ଏମିତି
23/02/2021 at 7:16 PM

ନୂଆଦିଲ୍ଲୀ ୨୩।୦୨: ପ୍ରାୟ ତିନି ବର୍ଷ ପୂର୍ବେ କ୍ଵାଣ୍ଟିକୋ ଜରିଆରେ ଆମେରିକା ଟେଲିଭିଜନରେ ପଦାର୍ପଣ କରିଥିବା ପ୍ରିୟଙ୍କା ଚୋପ୍ରା ଜୋନସ ୨୦୧୨ରେ ନିଜର ପ୍ରଥମ ଭିଡିଓ ସଙ୍ଗ ‘ଇନ ମାଇ ସିଟି’ ଜାରି କରିଥିଲେ। ନିକଟରେ ସେ ନିଜର ପ୍ରଥମ ପୁସ୍ତକ ‘ଅନ ଫିନିସ୍ଡ: ଏ ମେମୋୟ’ ପ୍ରକାଶିତ କରିଛନ୍ତି। ଏଥିରେ ଅଭିନେତ୍ରୀ ନିଜର ପ୍ରଥମ ଭିଡିଓକୁ ନେଇ ଆମେରିକାରେ ମିଳିଥିବା ବିଚିତ୍ର ଓ ନକରାତ୍ମକ ପ୍ରତିକ୍ରିୟା ଉଲ୍ଲେଖ କରିଛନ୍ତି। ଏସବୁ ପ୍ରତିକ୍ରିୟା ଇମେଲ୍, ଟ୍ଵିଟ୍ ଏବଂ ଅନ୍ୟ କିଛି ମାଧ୍ୟମରେ ଆସିଥିଲା। ପ୍ରିୟଙ୍କା ଖୁଲାସା କରିଛନ୍ତି ଯେ, ପ୍ରଥମେ ପ୍ରଥମେ ସେ ବର୍ଣ୍ଣ ବୈଷମତାର ଶିକାର ହୋଇଥିଲେ। ଲୋକେ ତାଙ୍କୁ ନେଇ ଅନେକ ଅଶ୍ଳୀଳ ଟିପ୍ପଣୀ ମଧ୍ୟ କରୁଥିଲେ।
ସେ କହିଛନ୍ତି ଯେ, ମୋତେ ଏବେ ମଧ୍ୟ ଆମେରିକା ଟେଲିଭିଜନରେ ନିଜର ପ୍ରଥମ ରାତିର ରୋମାଞ୍ଚକର ଅନୁଭବ ମନେ ରହିଛି। ମୋର ପୂର୍ବ ଘୋଷଣା ଅନୁଯାୟୀ ଲକ୍ଷ ଲକ୍ଷ ଲୋକଙ୍କ ସହ ‘ଇନ୍ ମାଇ ସିଟି’ର ପ୍ରୋମୋ ଭିଡିଓ ଦେଖିବା ମୋର ମନେ ଅଛି। ସଙ୍ଗୀତର ମୁଖ୍ୟ ସ୍ରୋତରେ ସାମିଲ ହୋଇ ଆମେରିକାରେ ପରିଚିତ ହେବା ପାଇଁ ଏଥିରୁ ଆଉ ଭଲ ସୁଯୋଗ କିଛି ହୋଇନପାରେ ବୋଲି ସେ କହିଛନ୍ତି।
ଯୁକ୍ତରାଷ୍ଟ୍ର ଆମେରିକାରେ ଏତେ ବଡ଼ ପ୍ଲାଟଫର୍ମରେ ମୋର ପ୍ରଥମ ଗୀତ ଡେବ୍ୟୁ ହେବା ଏବଂ ଏଥିରେ ମିଳିଥିବା ଉତ୍ସାହ ସ୍ପଷ୍ଟ ଭାବରେ ମୋ ପ୍ରତି ହୋଇଥିବା ଜାତିପ୍ରଥା, ଘୃଣା ମେଲ୍ ଏବଂ ଟ୍ୱିଟର ଝଡକୁ ନେଇ ହୋଇଥିବା ଯନ୍ତ୍ରଣା ନଷ୍ଟ ହୋଇଯାଇଥିଲା। ମୋ ପ୍ରତି ହୋଇଥିବା ବିବାଦୀୟ ଟ୍ଵିଟ୍ ମଧ୍ୟରେ – ‘ବ୍ରାଉନ୍ ଆତଙ୍କବାଦୀ କଣ ସମସ୍ତଙ୍କୁ ପ୍ରୋତ୍ସାହିତ କରୁଛନ୍ତି ? ଆମେରିକ୍ ଖେଳ ? ‘ ଏବଂ ମଧ୍ୟ ପୂର୍ବକୁ ଫେରିଯାଅ ଏବଂ ତୁମର ବୁର୍କା ରଖି ଦିଅ। ଏସବୁ ମଧ୍ୟରେ ମୋ ପାଇଁ ସବୁଠୁ ଅଧିକ କଷ୍ଟକର ଥିଲା – ‘ତୁମ ଦେଶକୁ ଫେରିଯାଅ ଏବଂ ଗଣ ଦୁଷ୍କର୍ମର ଶିକାର ହୁଅ।