Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

କରୋନାର ବଳି ଚଢିଲା ଭାରତର ଏହି ଏୟାରଲାଇନ୍ସ, ଅବୈତନିକ ଛୁଟିରେ ଗଲେ ୫ ହଜାର ୫୦୦ କର୍ମଚାରୀ

19/04/2020 at 6:47 PM

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଯୋଗୁ ଦେଶରେ ଲକଡାଉନ ଜାରି ରହିଛି। ଫଳରେ ଦେଶ ଭିତରେ ଓ ଅନ୍ତର୍ଜାତୀୟ ଉଡାଣ ବନ୍ଦ ରହିଥିବା ବେଳେ ଘରୋଇ ବିମାନ କମ୍ପାନୀ ଗୁରୁତର କ୍ଷତିର ସମ୍ମୁଖୀନ ହୋଇଛନ୍ତି। କମ୍ପାନୀମାନେ ସେମାନଙ୍କ କ୍ଷତି  ବୋଝ ଏବେ କର୍ମଚାରୀଙ୍କ ଉପରେ ଲଦିବାରେ ଲାଗିଛନ୍ତି।  ଏହି କ୍ରମରେ ଏୟାର ଡେକାନ ତାର ସମସ୍ତ କର୍ମଚାରୀଙ୍କୁ ନୋ ୱାର୍କ ନୋ ପେ ନୀତିରେ ଛୁଟିଦେଇଥିବା ବେଳେ ଏବେ ଗୋ ଏୟାର ମଧ୍ୟ କର୍ମଚାରୀଙ୍କୁ ମେ ୩ ତାରିଖ ପର୍ଯ୍ୟନ୍ତ ଅବୈତନିକ ଛୁଟିଦେଇଛନ୍ତି।

ମାର୍ଚ୍ଚ ୨୫ ତାରିଖରୁ ସମସ୍ତ ବିମାନ ଉଡାଣ ବ୍ୟହତ ହୋଇଛି। ଫଳରେ କମ୍ପାନୀମାନେ କୋଟି କୋଟି ଟଙ୍କା କ୍ଷତିରେ ପଡିଛନ୍ତି। ଉଡାଣ ବନ୍ଦ ରହିବା ଯୋଗୁ ଆୟ ଠପ ହୋଇଯାଇଥିବା ବେଳେ କର୍ମଚାରୀଙ୍କ ବେତନ ଓ ମେଣ୍ଟାନାନ୍ସ ବାବଦକୁ ବିପୁଳ ବ୍ୟୟ ବହନ କରିବାକୁ ପଡୁଛି। ଏଣୁ କମ୍ପାନୀମାନେ ଏବେ କର୍ମଚାରୀଙ୍କ ବୋଝ ହାଲୁକା କରିବା ଲାଗି ଅବୈତନିକ ଛୁଟି ଦେଉଛନ୍ତି। ଏଥିରେ ଗୋ ଏୟାର ତାର ୫ହଜାର ୫୦୦ କର୍ମଚାରୀଙ୍କୁ ମେ ୩ ତାରିଖ ପର୍ଯ୍ୟନ୍ତ ଛୁଟି ଦେଇଥିବା ଜଣାପଡିଛି।

ଏହା ପୂର୍ବରୁ ସ୍ପାଇସ୍ ଜେଟ୍ କ୍ଷତିଭାର ହ୍ରାସ ଲାଗି ଉଚ୍ଚ ବେତନ ହାରର କର୍ମଚାରୀଙ୍କୁ ୩ ମାସ ପର୍ଯ୍ୟନ୍ତ ଅବୈତନିକ ଛୁଟି ଦେବାକୁ ନିଷ୍ପତ୍ତି ନେଇଥିଲେ।  ଦେଶରେ ଲକଡାଉନ ହଟିବା ପରେ ବି ରେଳ ଓ ବିମାନ ସେବା ଆରମ୍ଭ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସଙ୍କେତ ମିଳି ନାହିଁ। ଏଣୁ କ୍ଷତିର ପରିମାଣ ବଢିବା ଆଶଙ୍କାରେ ଏବେ କମ୍ପାନୀମାନେ କର୍ମଚାରୀଙ୍କୁ ଅବୈତନିକ ଛୁଟିରେଯିବା ଲାଗି କହିବାକୁ ବାଧ୍ୟ କରାଯାଉଛି।

   Related Posts