୪୫ ମିନିଟ ଧରି ଠପ୍ ହୋଇଗଲା Youtube ଏବଂ G-mail ସମେତ ଗୁଗୁଲର ଅନେକ ଆପ୍
14/12/2020 at 8:40 PM

ନୂଆଦିଲ୍ଲୀ ୧୪/୧୨ : ସୋମବାର ସନ୍ଧ୍ୟାରେ ଅଚାନକ ୟୁ-ଟ୍ୟୁବ୍ ଏବଂ ଜି-ମେଲ ସମେତ ଗୁଗୁଲର ତମାମ ଆପ୍ଲିକେସନ୍ ଗୁଡିକ ଅକାମୀ ହୋଇଯାଇଥିଲା । ଯାହା ଫଳରେ ଗ୍ରାହକମାନେ ବ୍ୟସ୍ତବିବ୍ରତ ହୋଇପଡିଥିଲେ ଏବଂ ଟ୍ବିଟରରେ ଗୁଗୁଲ ଡାଉନ ଟ୍ରେଣ୍ଡ୍ କରିବା ଆରମ୍ଭ କରିଥିଲା । ଅନେକ ବ୍ୟକ୍ତି ଗୁଗୁଲର କୌଣସି ଆପ ଡାଉନଲୋଡ ହେଉନଥିବା ଅଭିଯୋଗ କରିଥିଲେ ।

ଡାଉନଡିଟେକ୍ଟର ମୁତାବକ ଟିସେମ୍ବର ୧୪ ତାରିଖରେ ସନ୍ଧ୍ୟା ୪ଟା ୪୩ରୁ Gmail ଅକାମୀ ହୋଇଯାଇଥିଲା । ଏହା ପରେ ଅନେକ ସମୟ ଧରି ୟୁ-ଟ୍ୟୁବ ମଧ୍ୟ ଠପ ହୋଇଯାଇଥିଲା । ଅନେକ ୟୁଜର ଗୁଗୁଲ ଡ୍ରାଇଭ୍ ମଧ୍ୟ ଠପ୍ ହୋଇ ଯାଇଥିବା ଅଭିଯୋଗ କରିଛନ୍ତି । ତେବେ ଭାରତରେ କେବଳ ୟୁ-ଟ୍ୟୁବ୍ ଏବଂ ଜି-ମେଲ ନୁହେଁ ବରଂ ଗୁଗୁଲ ଡ୍ରାଇଭ୍, ହ୍ୟାଙ୍ଗଆଉଟ୍, ଗୁଗୁଲ ମିଟ୍ ଭଳି ଅତ୍ୟାବଶ୍ୟକ ଆପ ଅକାମୀ ହୋଇଯାଇଥିଲା ।

ତେବେ ଗୁଗୁଲର ଏହି ସବୁ ସମସ୍ୟା ଦେଖାଯିବା ଫଳରେ ୟୁଜରମାନଙ୍କୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡିଥିଲା । କିନ୍ତୁ ଏହି ସମୟରେ ଗୁଗୁଲ ସର୍ଚ୍ଚ ଇଂଜିନ୍ ସ୍ବାଭାବିକ ଭାବେ କାମ କରୁଥିଲା । ସନ୍ଦେହ କରାଯାଉଛି ଯେ, ସର୍ଭର ଡାଉନ୍ କାରଣରୁ ଏହି ସବୁ ଅସୁବିଧା ଦେଖାଯାଇଥିଲା ।
ତେବେ ଏହାରି ମଧ୍ୟରେ ୟୁ-ଟ୍ୟୁବ୍ ପକ୍ଷରୁ ବୟାନ ଆସିଛି । ଟିମ ୟୁ-ଟ୍ୟୁବ୍ ନାମକ ଏକ ଟ୍ବିଟର ଆକାଉଣ୍ଟରୁ ଟ୍ବିଟ୍ କୁହାଯାଇଛି ‘ଆପଣମାନଙ୍କ ମଧ୍ୟରୁ ଅନେକ ବର୍ତ୍ତମାନ ୟୁ-ଟ୍ୟୁବ୍ ଚଳାଇବାରେ ଅସୁବିଧା ଅନୁଭବ କରୁଛନ୍ତି । ଆମ ଟିମ ଏହା ଉପରେ ତୁରନ୍ତ କାମ ଜାରି ରଖିଛି । ତେବେ ତୁରନ୍ତ ଆପଣଙ୍କ ସମସ୍ୟାର ସମାଧାନ କରାଯିବାକୁ ଆମେ ଦୃଢ ପ୍ରତିଶୃତିବଦ୍ଧ’ । ତେବେ କିଛି ସମୟ ପରେ ସମସ୍ୟାର ସମାଧାନ ହୋଇଯାଇଥିଲା ଏବଂ ସ୍ଥିତି ସ୍ବାଭାବିକ ହୋଇଯାଇଥିବା ଅନେତ ୟୁଜର ସୂଚନା ଦେଇଛନ୍ତି ।