ଦେଶରେ Gmail ସେବା ଠପ ! ମେଲ ଲାଗି ୟୁଜର ହଟହଟା

Published By : Prameya-News7 Bureau | October 12, 2021 IST

ନୂଆଦିଲ୍ଲୀ ୧୨।୧୦: ଗୁଗଲଙ୍କ ମାଗଣା ଇ-ମେଲ ସେବା ଜିମେଲ ମଙ୍ଗଳବାର ଦେଶର ପ୍ରାୟ ଅଞ୍ଚଳରେ ଅଚଳ ହୋଇପଡିଥିବାର  ଅଭିଯୋଗ ଆସୁଛି। ଫଳରେ ଲୋକେ ସେମାନଙ୍କ ମେଲ ପଠାଇବା ଓ ପାଇବାରେ ହଟହଟା ହେଉଛନ୍ତି। ଡାଉନ ଡିଟେକ୍ଟର ଅନୁସାରେ ରିୟଲ ଟାଇମ ଆଉଟେଜ୍‌ ଟ୍ରାକ କରୁଥିବା ୱେବସାଇଟରୁ ମିଳୁଥିବା ତଥ୍ୟରେ ଏବେ ୬୮ ପ୍ରତିଶତ ୟୁଜର କିଛି ସମସ୍ୟାର ସମ୍ମୁଖୀନ ହେଉଥିବାର ସୂଚିତ କରୁଥିବା ବେଳେ ୧୮ ପ୍ରତିଶତ ସର୍ଭର କନେକ୍ସନର ସୂଚନା ଦେଉଛନ୍ତି। ୧୪ ପ୍ରତିଶତ ଲୋକେ ଲଗିନ ସମସ୍ୟାର ସମ୍ମୁଖୀନ ହୋଇଥିବା ଜଣାଇଛନ୍ତି।

{"id":526165,"sizeSlug":"full","linkDestination":"none"}

ତେବେ କେବଳ ଭାରତ ନୁହେଁ ବିଶ୍ୱର ଭିନ୍ନ ଭିନ୍ନ ଦେଶରେ ଲୋକେ ଜିମେଲ ଯୋଗୁ ଉପୁଜିଥିବା ସମସ୍ୟା ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସୂଚିତ କରିଛନ୍ତି। ତେବେ ବାବଦରେ ଗୁଗଲ ଅଥବା ଜିମେଲ ଏପର୍ଯ୍ୟନ୍ତ କୌଣସି ଟିପ୍ପଣୀ କରିନାହାନ୍ତି କି ୟୁଜରଙ୍କୁ ମଧ୍ୟ କୌଣସି ସୂଚନା ଦେଉ ନାହାନ୍ତି। ତେବେ କିଛି ସମୟ ପୂର୍ବରୁ ବିଶ୍ୱର ସର୍ବ ବୃହତ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ଓ ହ୍ୱାଟସ୍‌ ଆପ ୟୁଜର ଅଚାନକ ବନ୍ଦ ହୋଇଯାଇଥିଲା। ଫଳରେ ସୋସିଆଲ ମିଡିଆ ୟୁଜର କିଛି ସମୟ ଲାଗି ସ୍ତବ୍ଦ ହୋଇଯାଇଥିଲେ।

{"id":526166,"sizeSlug":"full","linkDestination":"none"}

ହେଲେ ପରେ ଫେସବୁକ୍ ଓ ହ୍ୱାଟସ୍‌ ଆପ ସଠିକ କାମ କରୁଥିବା ବେଳେ ମଙ୍ଗଳବାର ଅଚାନକ ଜିମେଲ ଅଚଳ ହୋଇଯାଇଛି। ଫଳରେ ଲୋକେ ମେଲ କରିପାରୁନଥିବା ବେଳେ ଅପେକ୍ଷାରେ ଥିବା ଲୋକେ ମେଲ ଖୋଲିପାରୁନଥିବାରୁ ଚିନ୍ତିତ ହୋଇପଡିଛନ୍ତି। ହୁଏତ ଏହା ସ୍ୱଳ୍ପକାଳିକ  ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ତେବେ କେତେକ ସ୍ଥାନରେ ଜିମେଲ ପୁଣି ଆକ୍ସେସ୍‌ ହେଉଥିବାର ମଧ୍ୟ ସୂଚନା ଆସିଲାଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.