Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ସାଙ୍କେତିକ ଭାଷାର ଅନୁବାଦ କରୁଛି ଗ୍ଲୋଭସ୍, ପୁରା ୯୯ % ଠିକ୍, ଦାମ୍ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ

3/07/2020 at 6:02 PM

ଲଣ୍ଡନ, ୦୩|୦୭ :  ୟୁସିଏଲଏର ବୈଜ୍ଞାନିକମାନେ ଏକ ହାଇଟେକ୍ ଗ୍ଳୋଭ୍ ଉଦ୍ଭାବନ କରିଛନ୍ତି । ଏହି ଗ୍ଲୋଭ୍ କୌଣସି ସାଙ୍କେତିକ ଭାଷାକୁ ଲିଖିତ ଓ ମୌଖିକ ଭାଷାକୁ ରୂପାନ୍ତରିତ କରିପାରିବ । ଭାଷା ରୂପାନ୍ତରିତ ହେବା ପରେ ଏହା ଆପଣଙ୍କ ସ୍ମାର୍ଟଫୋନରେ ପ୍ରଦର୍ଶିତ ହେବ ।

ଏହି ଗ୍ଲୋଭ୍ ରିୟଲ୍ ଟାଇମ ଆଧାରରେ କାମ କରିଥାଏ । ଏହା ପ୍ରାୟ ୬୬୦ ଆମେରିକୀୟ ସାଙ୍କେତିକ ଭାଷାକୁ ରୂପାନ୍ତରିତ କରିପାରେ । ଏହାର ସଠିକ୍ ପ୍ରତିଶତ ହେଉଛି ୯୮.୬୩ ।  ଏହାର ବ୍ୟାଟେରୀ ଗୋଟିଏ ଦିନ ଫୁଲ୍ ଚାର୍ଜ ହେବା ପରେ ଚାଲିଥାଏ । ତେବେ ଏହି ସାଙ୍କେତିକ ଭାଷା ବଧିରଙ୍କୁ ସହାୟତା ପ୍ରଦାନ କରିବ । ଯୋଗଯୋଗ କରିବାରେ ସହାୟକ ହେବ ।  

ଏହି ଗ୍ଳୋଭସରେ ଇଲେକ୍ଟ୍ରିକାଲୀ ସେନସିଂ ଟେକ୍ନୋଲୋଜୀ ରହିଛି। ଯାହା ଓୟାରଲେସ୍ ସିଗ୍ନାଲକୁ ସ୍ମାର୍ଟଫୋନରୁ ପଠାଇଥାଏ । ଏକ ଆପ୍ ଏହି ସିଗ୍ନାଲକୁ ଲିଖିତ ଆକାରରେ ଦର୍ଶାଇଥାଏ । ଏହା ଗୋଟିଏ ମିନିଟରେ ପ୍ରାୟ ୬୦ଟି ଶବ୍ଦକୁ ଲିଖିତ ଆକାରରେ ଦର୍ଶାଇ ପାରିବ ।

ଏହି ଗ୍ଲୋଭ୍ ତିଆରି କରିଥିବା ବୈଜ୍ଞାନିକଙ୍କ କହିବାନୁସାରେ, ଏହି କନସେପ୍ଟ ନୂଆ ନୁହେଁ । କିନ୍ତୁ ଏଥିରେ ଅନେକ ମାତ୍ରାରେ ଉନ୍ନତିକରଣ ହୋଇଛି । ଏହାର ଦାମ୍ ରହିଛି ୫୦ ଡଲାର । ଏଥିରେ ଆହୁରି ନୂଆ ନୂଆ ଫିଚର୍ ଯୋଡିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଯେପରି ଏହା ଅଧିକରୁ ଅଧିକ ସାଙ୍କେତିକ ଭାଷାକୁ ବୁଝିପାରିବ । ଏଥିରେ ବଧିରମାନେ ଅଧିକ ଉପକୃତ ହେବେ ବୋଲି ସେ କହିଛନ୍ତି ।

   Related Posts