ଜଗତିକରଣ ଯୋଗୁ ୩ଗୁଣା ବଢିଛି ଭାରତର GDP, ହେଲେ ବଞ୍ଚିତ ହୋଇଛନ୍ତି ଶ୍ରମଜୀବି : ମାସ୍କିନ୍

Published By : Prameya-News7 Bureau | July 31, 2021 IST

ନୂଆଦିଲ୍ଲୀ ୩୧।୭: ଭାରତ ଜଗତିକରଣକୁ ସ୍ୱୀକାର କରିବା ପରଠାରୁ ମାତ୍ର ଗୋଟିଏ ପିଢୀରେ ମୋଟ ସକଳ ଉତ୍ପାଦ (ଜିଡିପି)କୁ ୩ ଗୁଣା କରିପାରିଛି। ତେବେ ଦେଶର ଶ୍ରମିକ ଶ୍ରେଣୀଙ୍କୁ ଏହାର ସୁଫଳ ମିଳିପାରି ନାହିଁ। ଏହା କହିଛନ୍ତି ବିଶିଷ୍ଟ ଅର୍ଥଶାସ୍ତ୍ରୀ ତଥା ନୋବେଲ ବିଜେତା ଏରିକ୍‌ ମାସ୍କିନ୍‌।  ଏହା ଛଡା ଆୟରେ ବୃଦ୍ଧି ପାଉଥିବା ତାରତମ୍ୟତା ଦେଶର କୋଭିଡ-୧୯ ମହାମାରୀ ବିରୋଧରେ ଲଢେଇ ଠାରୁ ମଧ୍ୟ ଅଧିକ ଜଟିଳ ହୋଇପଡିବ ବୋଲି ସେ ସତର୍କ କରାଇଛନ୍ତି।

{"id":488922,"width":838,"height":479,"sizeSlug":"full","linkDestination":"none"}

ହାଭାର୍ଡ ୟୁନିଭର୍ସିଟିରେ ଅର୍ଥଶାସ୍ତ୍ର ଓ ଗଣିତ ପଢାଉଥିବା ପ୍ରଫେସର ମାସ୍କିନ ଶନିବାର ଅଶୋକା ୟୁନିଭର୍ସିଟିର ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଛନ୍ତି। ଭର୍ଚୁଆଲ ଭାଷଣରେ ଜଗତିକରଣରେ ବିକଶିତ ହେଉଥିବା ଅର୍ଥବ୍ୟବସ୍ଥାରେ ବ୍ୟାପକ ସମୃଦ୍ଧି ଆସିଥିବା କହିଛନ୍ତି। ତେବେ ଏଥି ଯୋଗୁ ପାରିଶ୍ରମିକ ଓ ଆୟରେ ମଧ୍ୟ ବଡ଼ ଅନ୍ତର ଦେଖାଦେଇଛି। ୩୦ ବର୍ଷ ପୂର୍ବେ ଭାରତ ଜଗତିକରଣକୁ ଗ୍ରହଣ କରିଥିଲା। ମାତ୍ର ଗୋଟିଏ ପିଢୀରେ ଦେଶର ଜିଡିପିକୁ ୩ ଗୁଣା କରିପାରିବା ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି କୁହାଇପାରେ ବୋଲି ସେ କହିଛନ୍ତି।

{"id":488924,"width":839,"height":561,"sizeSlug":"full","linkDestination":"none"}

ତେବେ ଏଥିଯୋଗୁ କେତେକ ବିକାଶଶୀଳ ଦେଶରେ ଲୋକଙ୍କ ଆୟରେ ବୃଦ୍ଧି ପାଇଥିବା ଅନ୍ତର ବାସ୍ତବିକ ଆଶ୍ଚର୍ଯ୍ୟଜନକ ବୋଲି ସେ କହିଛନ୍ତି।  ତେବେ ଆୟରେ ଦେଖା ଦେଇଥିବା ପ୍ରଭେଦକୁ ବଜାର କ୍ଷମତା ସମାଧାନ କରିପାରିବ ନାହିଁ ବୋଲି ସେ କହିଛନ୍ତି। ତେବେ ଭାରତ ଆର୍ଥିକ ମୋର୍ଚ୍ଚାରେ ସଫଳ ହୋଇଥିଲେ ବି ଆଗକୁ ଭାରତ ଅନେକ ବଡ଼ବଡ଼ ଆହ୍ୱାନର ସମ୍ମୁଖୀନ ହେବ ବୋଲି କହିଛନ୍ତି ମାସ୍କିନ । ତେବେ ଏହି ସବୁ ଆହ୍ୱାନ ମହାମାରୀ ମୁକାବିଲାଠାରୁ ମଧ୍ୟ ଅଧିକ  ଜଟିଳ ହେବା ବୋଲି ସେ ସତର୍କ କରିଛନ୍ତି। ତେବେ ଏହି ସବୁ ଆହ୍ୱାନ ଆୟରେ ଉପୁଜିଥିବା ଅସମାନତା ଯୋଗୁ ଦେଖାଦେବ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.