ଗ୍ଲୋବାଲ ଟାଇମ୍ସର ଫମ୍ଫା ଧମକ, ଯୁଦ୍ଧ ହେଲେ ଅଟଳ ଟନେଲକୁ ବରବାଦ୍ କରି ଦେବ ଚୀନ ସେନା

Published By : Prameya-News7 Bureau | October 05, 2020 IST

ନୂଆଦିଲ୍ଲୀ ୦୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ହିମାଚଳ ପ୍ରଦେଶର ରୋହତାଙ୍ଗରେ ସାମରିକ ଦୃଷ୍ଟିକୋଣରୁ ମହତ୍ଵପୂର୍ଣ୍ଣ ଅଟଳ ଟନେଲର ଉଦ୍‌ଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁଡଙ୍ଗର ଉଦ୍‌ଘାଟନ କରି କହିଥିଲେ, ଏହି ସୁଡଙ୍ଗ ଦେଶର ସୀମା ଭିତ୍ତିଭୂମିରେ ନୂତନ ଶକ୍ତି ପ୍ରଦାନ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନକୁ ଇସାରା ଇସାରାରେ ସନ୍ଦେଶ ଦେଇ କହିଛନ୍ତି ବର୍ଡର ଇନଫ୍ରାଷ୍ଟ୍ରକଚରର ଅନେକ ପ୍ରକଳ୍ପ ପୂରା ହୋଇ ସାରିଛି। ଅନେକ ପ୍ରକଳ୍ପର କାର୍ଯ୍ୟ ଦ୍ରୁତ ଗତିରେ ଜାରି ରହିଛି। ଭାରତର ସୀମାରେ ଭିତ୍ତିଭୂମି ସୁଦୃଢ ହେଉଥିବା ଦେଖି ଚୀନ ମିଡିଆ ବିଚଳିତ ହୋଇ ଉଠିଛି। ଚୀନ ସରକାରର ମୁଖପତ୍ର ଗ୍ଲୋବାଲ ଟାଇମ୍ସ ଅଟଳ ଟନେଲକୁ ନେଇ ଔଷଧ ବିକଳରେ ତାଟିଆ କାମୁଡିଛି। ଚୀନ ଲେଖା ମାଧ୍ୟମରେ ଭାରତକୁ ଧମକ ଦେବାକୁ ଉଦ୍ୟମ କରିଛି।

{"id":338978,"sizeSlug":"large"}

ଗ୍ଲୋବାଲ ଟାଇମ୍ସ ନିଜର ସଂପାଦକୀୟ ପୃଷ୍ଠାରେ ଲେଖିଛି ଯେ, ଭାରତକୁ ଅଟଳ ଟନେଲ ନେଇ ଅଧିକ କିଛି ଫାଇଦା ହେବାର ନାହିଁ। ଗ୍ଲୋବାଟ ଟାଇମ୍ସ ଲେଖିଛି ଟନେଲ ଇଲାକା ପାହାଡିଆ ଏବଂ ଜନସଂଖ୍ୟା ଘନତ୍ଵ ରହିଛି। ତେଣୁ ଏହାର ନିର୍ମାଣ କେବଳ ସୈନ୍ୟ ଉଦ୍ଦେଶ୍ୟରେ କରାଯାଇଛି ବୋଲି ଗ୍ଲୋବାଲ ଟାଇମ୍ସ ନିଜର ସଂପାଦକୀୟରେ ଲେଖିଛି।

ଚୀନ ଖବରକାଗଜ ଲେଖିଛି, ଅଟଳ ଟନେଲ ଖୋଲିବା ଦ୍ଵାରା ଭାରତୀୟ ସେନା ସୀମାରେ ଅଳ୍ପ ସମୟରେ ପହଞ୍ଚି ପାରିବ। ଏହା ସହିତ ସୁଡଙ୍ଗ ଜରିଆରେ ଯୁଦ୍ଧାସ୍ତ୍ର ପରିବହନ ସହଜ ହେବ। ଏହା ସତ୍ୟ ଯେ, ଏହି ସୁଡଙ୍ଗ ନିର୍ମାଣ ହେବାରୁ ଭାରତର ବାକି ଅଞ୍ଚଳରୁ ଲେହ ପହଞ୍ଚିବାରେ ଏବେ ଅଳ୍ପ ସମୟ  ଲାଗିବ। ସେନାର ମୁତୟନ ଏବଂ ରଣନୈତିକ ଦୃଷ୍ଟିରୁ ଏହି ଟନେଲ୍ ବହୁତ ଗୁରୁତ୍ଵବହନ କରୁଛି।

{"id":338979,"sizeSlug":"large"}

ଗ୍ଲୋବାଲ ଟାଇମ୍ସ ଲେଖିଛି, ଏହି ସୁଡଙ୍ଗ ଜରିଆରେ ଭାରତୀୟ ସେନା ଏବଂ ଯୁଦ୍ଧାସ୍ତ୍ର ପରିବହନରେ ଅଳ୍ପ ସମୟ ଲାଗିବ। କିନ୍ତୁ ସୈନ୍ୟ ସଂଘର୍ଷ ସମୟରେ ଏହି ସୁଡଙ୍ଗ ଭାରତୀୟ ଯବାନଙ୍କ କୌଣସି କାମରେ ଆସିବ ନାହିଁ। ଯୁଦ୍ଧ ହେଲେ ଚାଇନା ପିପୁଲ୍ସ ଆର୍ମି ପାଖରେ ଏହି ସୁଡଙ୍ଗକୁ ବରବାଦ୍ କରିବାର ଅନେକ ପ୍ରକ୍ରିୟା ରହିଛି। ଭାରତ ଓ ଚୀନ ପାଇଁ ଏହା ଶ୍ରେୟସ୍କର ଯେ, ଉଭୟ ଦେଶ ଶାନ୍ତିପୂର୍ଣ୍ଣ ଭାବେ ରୁହନ୍ତୁ।

ଖବରକାଗଜ ଭାରତକୁ ସଂଯମ ରହିବାର ପରାମର୍ଶ ଦେଇ କହିଛି, ଭାରତକୁ କୌଣସି ପ୍ରକାରର ଉସୁକାଇବା ପରି କାର୍ଯ୍ୟରୁ ନିବୃତ୍ତ ରହିବା ଉଚିତ୍। ଗ୍ଲୋବାଲ ଟାଇମ୍ସ ଲେଖିଛି କୌଣସି ବି ସୁଡଙ୍ଗ ଭାରତର ଲଢୁଆ କ୍ଷମତାକୁ ବଢାଇ ପାରିବ ନାହିଁ। ଭାରତ ଓ ଚୀନ ମଧ୍ୟରେ ଲଢେଇ କରିବାର କ୍ଷମତାରେ ବହୁତ ଫରକ ରହିଛି। ବିଶେଷ କରି ଭାରତର ଲଢେଇ କରିବାର କ୍ଷମତା ସଂପୂର୍ଣ୍ଣ ଅବ୍ୟବସ୍ଥିତ ହୋଇ ରହିଛି। ଭାରତ ଚୀନର କ୍ଷମତାଠୁ ବହୁତ ଦୂରରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.