Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ନିଆଁ ସହ ଖେଳନି… ବିଜେପି ନେତାଙ୍କୁ ଧମକ ଦେଇଛି ଗ୍ଲୋବାଲ ଟାଇମ୍ସ, ଚୀନ ଦୂତାବାସ ବାହାରେ ତାଇଓ୍ୱାନ ପୋଷ୍ଟର ନେଇ କ୍ଷୁବ୍ଧ ବେଜିଂ ମିଡିଆ

10/10/2020 at 5:39 PM

ବେଜିଂ,୧୦୧୦:   ଚୀନର ସରକାରୀ ଖବର କାଗଜ ଗ୍ଲୋବାଲ ଟାଇମ୍ସ ବିଜେପିକୁ ଧମକ ଦେଇଛି । ବିଜେପି ନେତା ତାଇଓ୍ୱାନ ଜାତୀୟ ଦିବସ ଉପଲକ୍ଷେ ନୂଆଦିଲ୍ଲୀସ୍ଥିତ ଚୀନ ଦୂତାବାସ ସାମ୍ନାରେ ପୋଷ୍ଟର ଲଗାଇଥିଲେ । ତାଇଓ୍ୱାନକୁ ଶୁଭେଚ୍ଛା ଜଣାଇଥିଲେ । ଏହି ଘଟଣାରେ ଚିହିଁକି ଉଠିଛି ଚୀନ୍ । ଏପରି ବିଜେପି ନିଆଁ ସହ ଖେଳୁଥିବା ଗ୍ଲୋବାଲ ଟାଇମ୍ସ କହଛି ।

ଗ୍ଲୋବାଲ ଟାଇମ୍ସ ଚୀନ ବିଶେଷଜ୍ଞ ଲିୟୁ କାଇୟୁଙ୍କ ତରଫରୁ କହିଛି ଯେ, ବିଜେପି ନେତା ଏହି ସମୟରେ ଏପରି ପଦକ୍ଷେପ ନେଇଛନ୍ତି ଯେତେବେଳେ ଭାରତୀୟ ଗଣମାଧ୍ୟମ ତାଇଓ୍ୱାନ ଜାତୀୟ ଦିବସକୁ ସମର୍ଥନ କରୁଛି । ଏହାସହ ତାଇଓ୍ୱାନକୁ ସହଯୋଗ ମଧ୍ୟ କରୁଛି । ଏପରିକି ଭାରତର ଜଣେ ଅଧିକାରୀ ମଧ୍ୟ ଚୀନ ନୀତିକୁ ସମ୍ମାନ ନଜଣାଇ ତାଇଓ୍ୱାନର ପକ୍ଷ ନେଇଥିଲେ ।

ଚୀନ ବିଶେଷଜ୍ଞଜଣଙ୍କ ଆହୁରି କହିଛନ୍ତି ଯେ, ତାଇଓ୍ୱାନ ପ୍ରସଙ୍ଗରେ ଭାରତ ଉତ୍ତେଜନା ସୃଷ୍ଟିକଲା ଭଳି ଆଚରଣ ପ୍ରଦର୍ଶନ କରୁଛି । ସେହିପରି ସାଙ୍ଘାଇ ଇନଷ୍ଟିଚ୍ୟୁଟରେ ଅନ୍ତରାଷ୍ଟ୍ରୀୟ ମାମଲାର ବିଶେଷଜ୍ଞ ଝାଓ ଡାଲେଗା କହିଛନ୍ତି ଯେ, ଭାରତ ଚୀନର ବିଭିନ୍ନ ନୀତିକୁ ଚ୍ୟାଲେଞ୍ଜ ଦେଉଛି । ଦେଶରେ ଚୀନ ବିରୋଧୀ ଭାବନାକୁ ବଢାଉଛନ୍ତି ଭାରତ ସରକାର । ଏପରି ହେଲେ ଭାରତ ଚୀନ ସହ ବ୍ୟବସାୟ ପାଇଁ ଅସୁବିଧାର ସମ୍ମୁଖୀନ ହେବ ।ବିଜେପି ମଧ୍ୟ ତାଇଓ୍ୱାନ ପ୍ରସଙ୍ଗରେ ଉତ୍ତେଜନା ସୃଷ୍ଟି କରୁଛି । ଏପରି ହେଲେ ଭାରତ ପାଇଁ ଭଲ ହେବ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି ।

ସୂଚନାଯୋଗ୍ୟ, ଆଜି ଅର୍ଥାତ ଅକ୍ଟୋବର ୧୦ ହେଉଛି ତାଇଓ୍ବା ନର ନ୍ୟାସନାଲ ଡେ’ ବା ଜାତୀୟ ଦିବସ। ସାମାଜିକ ଗଣମାଧ୍ୟମରେ ଭାରତବାସୀ ତାଇଓ୍ୱାନକୁ ସମର୍ଥନ କରିଛନ୍ତି।  ଏହା ବ୍ୟତୀତ ଦିଲ୍ଲୀରେ ଚୀନ ଦୂତାବାସ ବାହାରେ ତାଇଓ୍ବାନକୁ ଶୁଭେଚ୍ଛା ଦେଉଥିବା ପୋଷ୍ଟର ଲଗାଇଛନ୍ତି। ତେବେ ଏ ପୋଷ୍ଟର ଲଗାଇଛନ୍ତି ବିଜେପି ନେତା ତଞ୍ଜିନ୍ଦର ସିଂହ। ଚାଣକ୍ୟପୁରୀରେ ବିଭିନ୍ନ ସ୍ଥାନରେ ଏଭଳି ପୋଷ୍ଟର ଲାଗିଛି। ଏଥିରେ ଅକ୍ୟୁପାଏଡ ଚୀନର ନକ୍ସା ହୋଇଛି। ଏହା ସହ ବଡ଼ ବଡ଼ ଅକ୍ଷରରେ ତାଇଓ୍ବାନ ତଳେ ଲେଖା ଯାଇଛି ‘ହ୍ୟାପି ନାସନାଲ ଡେ’। ଚୀନ ଦୂତାବାସ ଶାନ୍ତିପଥରେ ପଡ଼ିଥାଏ।

ପୂର୍ବରୁ ଭାରତରେ ଚୀନ ଦୂତାବାସ ଭାରତୀୟ ମିଡିଆକୁ କାର୍ଯ୍ୟକ୍ରମରୁ ଦୂରରେ ରହିବାକୁ କହିଥିଲା। ସେତେବେଳେ ମଧ୍ୟ ତାଇଓ୍ୱାନ ଚୀନକୁ ଏହାର କଡ଼ା ଜବାବ ଦେଇଥିଲା।

   Related Posts