ମୋଦିଙ୍କ ଲେହ ଗସ୍ତରେ ଛାନିଆ ଚୀନ୍, ଗ୍ଲୋବାଲ ଟାଇମ୍ସରେ ଜାରି କଲା ଯୁଦ୍ଧପ୍ରସ୍ତୁତିର video

Published By : Prameya-News7 Bureau | July 04, 2020 IST

ବେଜିଂ ୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲେହ ଗସ୍ତରେ ଚୀନ୍‌ ଏବେ ଛାନିଆ। ଭାରତ ଜିଦ୍‌ରେ ଅଡିଯାଇଥିବା ପ୍ରଧାନମନ୍ତ୍ରୀଙ୍କ ସରପ୍ରାଇଜ ଭିଜିଟ୍‌ରୁ ସ୍ପଷ୍ଟ ହୋଇଛି। ଏଣୁ ବେଳେ ଚୀନ୍‌ ଏବେ ସୀମାରେ ଯୁଦ୍ଧ ଲାଗି ଅଣ୍ଟାଭିଡୁଥିବା ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ  ଟ୍ୱିଟରରେ ସୂଚତି କରିବାକୁ ଉଦ୍ୟମ କରିଛି।  ଟ୍ୱିଟ୍‌ ହ୍ୟାଣ୍ଡଲରେ ଗ୍ଲୋବାଲ ଟାଇମ୍ସ ସୀମାରେ ଚୀନ ସୈନିକଙ୍କ ଯୁଦ୍ଧ ପ୍ରସ୍ତୁତି ଭିଡିଓ ପୋଷ୍ଟ କରିଛି।

{"id":295749,"sizeSlug":"large"}

ଗ୍ଲୋବାଲ ଟାଇମ୍ସ ଏହା ଝିନଝିଆନ୍‌ରେ ଯୁଦ୍ଧାଭ୍ୟାସ ବୋଲି  ଉଲ୍ଲେଖ କରିଥିବା ବେଳେ ଏଥିରେ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ ପୂର୍ବକ ଚାପ ସୃଷ୍ଟି ଲାଗି ଉଦ୍ୟମ କରାଯାଇଛି। ତେବେ ଏହା ଏକ ସମ୍ପାଦିତ ଭିଡିଓ ବୋଲି ସ୍ପଷ୍ଟ ଜଣାପଡିଯାଉଛି ଯେଉଁଥିରେ ଶବ୍ଦ ଓ ଆଲୋକ ଇଫେକ୍ଟ ଦିଆଯାଇ ଭୟ ସୃଷ୍ଟି କରିବାକୁ ଉଦ୍ୟମ କରାଯାଇଥିବା ଜାଣି ହେଉଛି।

{"id":295752,"width":581,"height":298,"sizeSlug":"large"}

ତେବେ ସରକାରୀ ଗଣମାଧ୍ୟମର ଟ୍ୱିଟ୍ ପୋଷ୍ଟରୁ ଚୀନ୍‌ ନିଜକୁ ଯୁଦ୍ଧଲାଗି ପ୍ରସ୍ତୁତ ରଖିଥିବାର ଦୁନିଆକୁ ଦେଖାଇବାକୁ ଚାହୁଁଛି।  ଏହା ଦ୍ୱାରା ଦୁନିଆକୁ ଭୟଭୀତ କରିବା ତାର ଅସଲ ଉଦ୍ଦେଶ୍ୟ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି। ତେବେ ଭାରତ-ଚୀନ୍‌ ଗତିରୋଧ ଏତେ ଶୀଘ୍ର ସମାପ୍ତ ହେବ ନାହିଁ ବୋଲି ଚୀନ୍‌ ବିଶେଷଜ୍ଞମାନେ ମଧ୍ୟ ସ୍ୱୀକାର କରିଛନ୍ତି। ଏହା ସତ୍ତ୍ୱେ ଚୀନ୍‌ ଦେଖାଇ ହେବାକୁ ସୀମାରେ ଏସୟୁ-୩୦ ଓ ଏଚ୍‌-୬ ବମ୍ବର୍ସ ମୁତୟନ କରିଥିବା ବେଳେ ଜବାବରେ ଭାରତ ‘ଆକାଶ’ ପ୍ରତିରକ୍ଷା ପ୍ରଣାଳୀ ମୁତୟନ କରିବା ଏବେ ଚୀନ୍‌ର ନିଦ ହଜେଇ ଦେଇଛି।

wp:html /wp:html

ଭାରତ ଓ ତାଇୱାନ୍‌ ସୀମାରେ ଉତ୍ତେଜନାମୂଳକ ପରିସ୍ଥିତି ଜାରି ଥିଲେ ବି ଯୁଦ୍ଧଭଳି ପରିସ୍ଥିତି ଉପୁଜିବନି ବୋଲି ଚୀନ୍‌ ଜାଣିଛି। ଏହା ସତ୍ତ୍ୱେ ଉପୁଜିଥିବା ପରିସ୍ଥିତିରେ ଯଦି ଚୀନ୍‌ ଜବାବ ଦେବାକୁ ଚେଷ୍ଟା କରେ ଦକ୍ଷିଣ ଚୀନ ସାଗରରେ ଆମେରିକା ଓ ସୀମାରେ ଭାରତ ଚୀନ୍‌କୁ ପାନେ ଚଖେଇବା ନିଶ୍ଚିତ। ଏଣୁ ଭୟଭତୀ ଚୀନ୍‌ ଗ୍ଲୋବାଲ ଟାଇମ୍ସରେ ବିଭ୍ରାନ୍ତିକର ଟାଇମ୍ ଲାପ୍ସ ଭିଡିଓ ଜାରି କରି ଧମକାଇବାକୁ ଚେଷ୍ଟା କରୁଛି ବୋଲି ପ୍ରତିରକ୍ଷା ବିଶେଷଜ୍ଞ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.