Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||
  • ନିଆଳି : ଭାରସାମ୍ୟ ହରାଇ ନାଳକୁ ଖସିପଡିଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର
  • ||
  • ମୁନିଗୁଡା : ଅପରେସନ୍ ଗ୍ରୀନ୍ କ୍ଲିନ୍, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଢେଙ୍କାନାଳ : ଚାଷୀଙ୍କୁ କଚାଡି ମାରିଲା ଦନ୍ତା, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ
  • ||
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||

ଭାରତର ପ୍ରଧାନମନ୍ତ୍ରୀ ଚୀନ୍‌ରେ ଲୋକପ୍ରିୟ : ୫୧ ପ୍ରତିଶତ ମୋଦିଙ୍କ ପ୍ରଶଂସକ, ଦିଲ୍ଲୀ-ବେଜିଂ ବିବାଦକୁ ୭୦ପ୍ରତିଶତଙ୍କ ନାପପନ୍ଦ

28/08/2020 at 9:34 AM

ନୂଆଦିଲ୍ଲୀ ୨୮।୦୮: ଲଦାଖର ଗଲଓ୍ୱାନ ଘାଟିରେ ଭାରତ ଓ ଚୀନ୍ ମଧ୍ୟରେ ହୋଇଥିବା ହିଂସା ଘଟଣା ପରଠାରୁ ଉଭୟ ଦେଶ ମଧ୍ୟରେ ତିକ୍ତତା ଲାଗିରହିଛି । ପ୍ରତିଦିନ ଉଭୟ ଦେଶର ସୀମାରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ରହିଛି । କୌଣସି ପରିସ୍ଥିତିରେ କିଛି ବି ହୋଇପାରେ  ବୋଲି କହିବା ଅସମ୍ଭବ । ଉଭୟ ଦେଶ ସୀମାରେ ନିଜ ନିଜର ସୈନ୍ୟ କ୍ଷମତା ପ୍ରତିଦିନ ବୃଦ୍ଧି କରିବାରେ ଲାଗିଛନ୍ତି । ଯାହାକୁ ନେଇ ନୂଆଦିଲ୍ଲୀ-ବେଜିଂ ମଧ୍ୟରେ ଆଲୋଚନା ଜାରି ରହିଛି । କିନ୍ତୁ ଏଭଳି ପରିସ୍ଥିତିରେ ଏକ ଘଟଣା ସାମ୍ନାକୁ ଆସିଛି । ଚୀନ୍‌ର ୫୧ପ୍ରତିଶତ ଲୋକ ମୋଦି ସରକାରଙ୍କୁ ପ୍ରଶଂସା କରିଥିବା ବେଳେ ନିଜ ଦେଶର କିଛି ନୀତିକୁ ନାପସନ୍ଦ କରିଛନ୍ତି । ଚୀନ୍‌ ସରକାରୀ ଖବରକାଗଜ ‘ଗ୍ଲୋବାଲ୍‌ ଟାଇମ୍‌ସ’ ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଏହି ତଥ୍ୟା ସାମ୍ନାକୁ ଆସିଛି ।  

ଗ୍ଲୋବାଲ୍‌ ଟାଇମ୍‌ସ’ ଚୀନ୍‌ର କମୁନିଷ୍ଟ ସରକାରଙ୍କ ମୁଖପାତ୍ର ବୋଲି ମନେ କରାଯାଏ । ଖବରକାଗଜ ଭାରତ ଓ ଚୀନ୍‌ ମଧ୍ୟରେ ସମ୍ପର୍କକୁ ନେଇ ଏକ ସର୍ଭେ କରାଯାଇଥିଲା । ଏହି ସର୍ଭେରେ ଚୀନ୍‌ର ୫୧ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିଥିବା ବେଳେ ୭୦ ପ୍ରତିଶତ ଚୀନ୍‌ ନାଗରିକ ଭାବୁଛନ୍ତି ଯେ, ଭାରତରେ ଚୀନ୍‌ ବିରୋଧୀ ଚିନ୍ତା ଦିନକୁ ଦିନ ବଢିଚାଲିଛି । ଯାହାକି  ଉଭୟ ଦେଶ ପାଇଁ ଉପଯୁକ୍ତ ନୁହେଁ ।   

କିନ୍ତୁ ୩୦ ପ୍ରତିଶତ ଲୋକ ଭାବୁଛନ୍ତି ଯେ, ଆସନ୍ତା ଦିନରେ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ସୁଧାର ଆସିବ । ସର୍ଭେରେ ଚୀନ୍‌ରେ ନାଗରିକମାନେ ରୁଷ୍‌, ଜାପାନ ଓ ପାକିସ୍ତାନ ପରେ ଭାରତକୁ ସବୁଠାରୁ ପସନ୍ଦର ଦେଶ ବୋଲି ମନେ କରୁଛନ୍ତି । ସେହିପରି ସର୍ଭେରେ ସାମିଲ ହୋଇଥିବା ୯୦ପ୍ରତିଶତ ଲୋକେ ଭାବୁଛନ୍ତି ଯେ, ଭାରତ ବିରୋଧରେ ସୈନ୍ୟ ଲଢେଇକୁ ସହମତ ପରିପୋଷଣ କରିଛନ୍ତି । ୫୦ ପ୍ରତିଶତ ଚୀନ୍‌ ନାଗରିକ ମାନୁଛନ୍ତି ଯେ, ଭାରତୀୟ ଅର୍ଥବ୍ୟବସ୍ଥା ଚୀନ୍‌ ଉପରେ ଅନେକାଂଶରେ ନିର୍ଭର କରିଥାଏ । ଗତ କିଛି ଦିନର ପଦକ୍ଷେପ ଅନୁଯାୟୀ ଭାରତକୁ ଆଗକୁ ବହୁ କ୍ଷତି ହେବାର ଆଶଙ୍କା ରହିଛି।  

ଭାରତକୁ ନେଇ ଚୀନ୍‌ରେ ହୋଇଥିବା ସର୍ଭେରେ ୫୬ ପ୍ରତିଶତ  ଚୀନ୍ ନାଗରିକ ବିଶ୍ୱାସ କରନ୍ତି ଯେ, ସେମାନେ ଭାରତ ପ୍ରତି ଆଗ୍ରହୀ ଅଟନ୍ତି । ସେମାନେ ଭାରତ ବିଷୟରେ ଅନେକ କିଛି ଜଣାଅଛି । ୫୭ପ୍ରତିଶତ ଚୀନ୍‌ ନାଗରିକ ମାନୁଛନ୍ତି ଯେ, ଚୀନ୍‌ ସହିତ ସାମ୍‌ନା ସାମ୍‌ନା ପାଇଁ ଭାରତକୁ ଆଉକିଛି ଦିନ ଲାଗିବ ।

   Related Posts