ତାଇଓ୍ଵାନକୁ ଭାରତର ସମର୍ଥନରେ ଚିହିଁକି ଉଠିଲା ଚୀନ, ସିକ୍କିମକୁ ଅଲଗା କରିବାକୁ ଦେଲା ଧମକ
16/10/2020 at 11:14 PM

ବେଜିଂ ୧୬।୧୦: ଗତ କିଛି ବର୍ଷରେ ଭାରତରେ ତାଇଓ୍ଵାନ ପ୍ରତି ବଢୁଥିବା ସମର୍ଥନ ଦେଖି ଚୀନ ରାଗରେ ଜର୍ଜରିତ ହୋଇ ଉଠିଛି। ପ୍ରଥମେ ତାଇଓ୍ଵାନର ଜାତୀୟ ଦିବସରେ ଭାରତୀୟ ସାମିଲ ହେବା ନେଇ ବିଚଳିତ ଚୀନର ଭାରତକୁ ଖଣ୍ଡ ଖଣ୍ଡ କରିବା ଉଦ୍ଦେଶ୍ୟ ସାମ୍ନାକୁ ଆସିଛି। ତାଇଓ୍ଵାନର ବୈଦେଶିକ ମନ୍ତ୍ରୀ ଭାରତୀୟ ଚ୍ୟାନେଲରେ ଦେଇଥିବା ସାକ୍ଷାତକାରରେ ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସର ସଂପାଦକ ସିଧାସଳଖ ଭାରତକୁ ଧମକ ଦେଉଥିବା କହିଛନ୍ତି। ସେ କହିଛନ୍ତି ଚୀନ ପୂର୍ବୋତ୍ତରକୁ ଭାରତଠୁ ଅଲଗା କରିବାକୁ ଚେଷ୍ଟା କରିପାରେ।
ଗ୍ଲୋବାଲ ଟାଇମ୍ସର ସଂପାଦକ ହୁ ସିଜିନ ଟ୍ଵିଟ୍ କରିଛନ୍ତି, ଭାରତର ସାମାଜିକ ଶକ୍ତି ତାଇଓ୍ଵାନ ସପକ୍ଷରେ ଦୃଢ ଭାବେ ଛିଡା ହୋଇଛନ୍ତି। କିନ୍ତୁ ଚୀନ ଏହାର ଜବାବରେ ଭାରତରେ ବିଚ୍ଛିନ୍ନତାବାଦୀଙ୍କ ସମର୍ଥନରେ ସିକ୍କିମକୁ ଭାରତଠୁ ବିଚ୍ଛିନ୍ନ କରିବାକୁ ଚେଷ୍ଟା କରିପାରେ। ତେଣୁ ଏହି ପରିପ୍ରେକ୍ଷୀରେ ଆମକୁ ଜବାବି ପଦକ୍ଷେପ ନେବାକୁ ପଡିବ। ଭାରତୀୟ ରାଷ୍ଟ୍ରବାଦୀଙ୍କୁ ଆମ ବିଷୟରେ ଚିନ୍ତା କରିବା ଉଚିତ୍।
ଉଲ୍ଲେଖନୀୟ ଇଣ୍ଡିଆ ଟୁଡେ ତାଇଓ୍ଵାନର ବୈଦେଶିକ ମନ୍ତ୍ରୀ ଜୋଶେଫ ଓ୍ଵଙ୍କ ସାକ୍ଷାତକାର ନେଇଥିଲା। ଏଥିରେ ସେ କହିଥିଲେ ଯେ, ତାଇଓ୍ଵାନ କେବେ ମଧ୍ୟ ଚୀନର ଅଂଶ ନୁହେଁ। ସେ ଅନ୍ତରାଷ୍ଟ୍ରୀୟ ସମୁଦାୟକୁ ତାଇଓ୍ଵାନର ଅସ୍ଥିତ୍ଵକୁ ସ୍ଵୀକାର କରିବାକୁ ଅପିଲ୍ କରିଥିଲେ। ଏହା ପରେ ଭାରତରେ ସ୍ଥିତ ଚୀନ ଦୂତାବାସ ଏହା ଉପରେ ତୀବ୍ର ଆପତ୍ତି ଜଣାଇଥିଲେ। କହିଲେ ତାଇଓ୍ଵାନକୁ ମଞ୍ଚ ଦିଆଯିବାରୁ ଓ୍ଵାନ ଚାଇନା ନୀତିର ଉଲ୍ଲଂଘନ ହୋଇଛି।