Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

ଭାରତର ବନ୍ଧୁତ୍ୱ ଦେଖିଥିଲା,ଏବେ ଶତ୍ରୁତାକୁ ମାନିଲା ଚୀନ୍, ଗ୍ଲୋବାଲ ଟାଇମ୍ସ ସ୍ୱୀକାର କଲା ମାଟି ସାଉଣ୍ଟିବ ଅର୍ଥନୀତି

1/07/2020 at 10:30 PM

ବେଜିଂ ୧।୭: ଭାରତୀୟ ସେନାଙ୍କ ଆକ୍ରମକତାକୁ ବେଶ ଜାଣେ ଚୀନ୍‌। ଏଣୁ ଧର୍ମର ଦ୍ୱାହୀ ଦେଇ ଅତୀତରେ ଭାରତୀୟ ସେନା ସହ ଅହିଂସାର ବୁଝାମଣା କରିଥିଲା। ଦୁଇ ଦେଶ ସେନା କେବେ ଅସ୍ତ୍ରଶସ୍ତ୍ର ସହ ଆମନା ସାମନା ହେଉ ନଥିଲେ। ତେବେ ୧୫ ଜୁନ୍‌ ଘଟଣା ଚୀନ୍‌ର ବାସ୍ତବିକତାକୁ ପଦାରେ ପକାଇ ଦେଇଥିଲା। ଚୀନ୍‌ ଗୁଣ୍ଡାଙ୍କ ମାର୍ସଲ ଆର୍ଟର ଉଚିତ ଜବାବ ଦେଇଥିଲେ ଭାରତୀୟ ସେନା। ଯେତକ ମଲେ ବାକି ଲୋକଙ୍କ ମୁଣ୍ଡ ସାରା ଜୀବନ ଏବେ ଗର୍ଦ୍ଦନରୁ ଝୁଲି ରହିବ। ଭାରତୀୟ ସେନା ଭଳି ନରେନ୍ଦ୍ର ମୋଦିଙ୍କ ସରକାର ଏବେ ଜିନପିଙ୍ଗ ସରକାରଙ୍କୁ ସମାନ ଅବସ୍ଥାରେ ପହଞ୍ଚାଇ ଦେଇଛନ୍ତି।

ଭାରତ ସରକାର ଅଚାନକ ଚୀନ୍‌ ମୋବାଇଲ ଆପ୍‌ ନିଷିଦ୍ଧ କରିଦେଇଛନ୍ତି। ଏଭଳି ହେବ ବୋଲି ଜିନ୍‌ପିଙ୍ଗ ସରକାର ଜାଣିଥିଲେ। ହେଲେ ଏପରି କଲେ ଭାରତର କ୍ଷତି ହେବ ଚୀନ୍‌ ଲାଗି ସେଭଳି କିଛି ହେବନି ବୋଲି  ଡିଂ ମାରୁଥିଲେ। ହେଲେ ଏବେ ଭାରତର ପଦକ୍ଷେପ କରୋନା ପରବର୍ତ୍ତି ଚୀନର ଅର୍ଥବ୍ୟବସ୍ଥା ଅଣ୍ଟାରେ ଗୋଇଠା ସଦୃଷ ହୋଇଛି। ଭାରତ ଚୀନ୍‌ର ୫୯ଟି ମୋବାଇଲ ଆପ୍‌କୁ ବ୍ୟାନ୍‌ କରିଛି। ଏଥିରୁ ଗୋଟିଏ ଆପ୍‌ ଟିକ୍‌ଟକ୍‌ର ପ୍ୟାରେଣ୍ଟ କମ୍ପାନୀ ବାଇଟ୍‌ ଡ୍ୟାନ୍ସ ୬ ବିଲିୟନ ଡଲାରରୁ ଅଧିକ କ୍ଷତିର ସମ୍ମୁଖୀନ ହେବାକୁ ଯାଉଥିବା ଚୀନ୍‌ ସରକାର ସ୍ୱୀକାର କରିଛନ୍ତି।

ଏହି କମ୍ପାନୀ ନିକଟରେ ଆଇପିଓ ଆଣିବାକୁ ଯୋଜନା ରଖିଥିଲେ। ହେଲେ ଏପରି ସମୟରେ ଭାରତର ପଦକ୍ଷେପ ଏହି ସଂସ୍ଥାର ସମସ୍ତ ଯୋଜନା ପାଣିଚିଆ କରିଦେଇଛି। ଫଳରେ ଚୀନ ସେୟାର ବଜାର ଏବେ ଗୁରୁତର ସଂକଟର ସମ୍ମୁଖୀନ ହେବା ସ୍ପଷ୍ଟ ହୋଇଯାଇଥିବା ବେଳେ ଆର୍ଥିକ ମୋର୍ଚ୍ଚାରେ ଭାରତଠାରୁ ଭଲରେ ମୁଥେ ପାଇଛି।

କେବଳ ବାଇଟ୍ ଡ୍ୟାନ୍ସ ନୁହେଁ ଡିଜିଟାଲ ମନି ଆଧାରିତ ଚୀନ୍‌ ବଜାର ଏବେ ସମୂଳେ ନଷ୍ଟ ହେବା ପରିସ୍ଥିତିରେ ପହଞ୍ଚିଥିବାର ସରକାର ମୁଖପାତ୍ର ଗ୍ଲୋବାଲ ଟାଇମ୍ସ ମଧ୍ୟ ସ୍ୱୀକାର କରିଛି। କରୋନା ଚୀନ୍‌ରୁ ଆରମ୍ଭ ହୋଇଥିଲା। ସଂକ୍ରମଣ ଓ ଏହାର ଲକ୍ଷଣ ସମ୍ପର୍କରେ ସବୁକିଛି ଗୋପନ ରଖିଥିଲା ଚୀନ୍‌। ଏପରିକି ସଂକ୍ରମଣ ଓ ଏଥିଯୋଗୁ ମୃତ୍ୟୁହାରକୁ ବି। ସାଧାରଣ ସଂକ୍ରମଣ ଭାବିଥିଲା ବିଶ୍ୱ, ହେଲେ ସଞ୍ଚରିଯିବା ପରେ ଦେଶ ପରେ ଦେଶ ବର୍ବାଦ ହେବା ଚୀନ୍‌ ବିରୋଧ ଆକ୍ରାଶ ବଢିବାରେ ଲାଗିଛି। ଏଥିରେ ଭାରତର ପଦକ୍ଷେପ ଅନ୍ୟ ଦେଶଙ୍କୁ ମଧ୍ୟ ପ୍ରଭାବିତ କରିବାର ଆଶଙ୍କା କରାଗଲାଣି।

ଏଣୁ ଚୀନ୍‌ କରୋନା ପରେ ଯେଉଁ ଝଡର ସମ୍ମୁଖୀନ ହେବାକୁ ଯାଉଛି ତାର ଅନ୍ଦାଜ୍ ମଧ୍ୟ ହୋଇଗଲାଣି। ଭାରତର ପଦକ୍ଷେପକୁ ଆମେରିକା ସ୍ୱାଗତ କରିଛି। ଫଳରେ ଆମେରିକୀୟ ସୋସିଆଲ ମିଡିଆ ଓ ଆପ୍‌ ବଜାରରେ ଏବେ ଧାକ୍ ଜମେଇବାକୁ ଯାଉଥିବା ବେଳେ ନିଜେ ଭାରତ ମଧ୍ୟ ଡିଜିଟାଲ ଜଗତରେ ନିଜ ଲାଗି ସ୍ଥାନ ସୃଷ୍ଟିକରିବ ବୋଲି ଚୀନ୍‌ ଏବେ ନିଶ୍ଚିତ । ଯଦି ବି ଭାରତ ସହ ସମ୍ପର୍କରେ ଚୀନ୍‌ ସୁଧାର କରେ ତଥାପି ବଜାରକୁ ଫେରିବାର ଆଶା କିନ୍ତୁ କମ୍‌ ବୋଲି ଚୀନ୍‌ ଅର୍ଥନୀତିଜ୍ଞ ସ୍ୱୀକାର କଲେଣି। ଚୀନ୍‌ ଅନୁନ୍ୟ ୫୦ ପ୍ରତିଶତ ବଜାର ନିର୍ଭରତା ହରାଇବା ନିଶ୍ଟିତ ବୋଲି ଅର୍ଥନୀତିଜ୍ଞ  କହୁଛନ୍ତି।  

   Related Posts