Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଟିକା ପାଇଁ ଗ୍ଲୋବାଲ ଟେଣ୍ଡର, ରାଜ୍ୟ ସରକାରଙ୍କୁ ମିଳିଲା ଦୁଇଟି ବିଡ୍

4/06/2021 at 5:46 PM

ଭୁବନେଶ୍ଵର ୦୪।୦୬: କରୋନାର ଦ୍ଵିତୀୟ ଲହରର ମୁକାବିଲା ପାଇଁ କେନ୍ଦ୍ରଠୁ ନେଇ ରାଜ୍ୟ ଟିକାକରଣ ଉପରେ ଜୋର ଦେଉଛନ୍ତି। ତେବେ ଚାହିଦା ଅନୁଯାୟୀ ଉତ୍ପାଦନ ହୋଇ ପାରୁନଥିବାରୁ ରାଜ୍ୟରେ ଟିକା ଅଭାବ ମଧ୍ୟ ଦେଖିବାକୁ ମିଳୁଛି। ଏହା ଟିକାକରଣକୁ ମଧ୍ୟ ପ୍ରଭାବିତ କରୁଛି। ଟିକା ଅଭାବ ଦୂର କରିବା ପାଇଁ ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡର ଦେଇଥିଲେ। ଏଥିରେ ଏବେ ଉନ୍ନତି ଘଟିଛି। ଗ୍ଲୋବାଲ ଟେଣ୍ଡରରେ ରାଜ୍ୟକୁ ଦୁଇଟି ବିଡ୍ ମିଳିଛି।

ଟିକା କିଣିବା ନେଇ ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡରରେ ଦୁଇଟି ଆବେଦନ ମିଳିଛି। ୨ଟି କମ୍ପାନୀ ବିଡକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି। ୨ଟି ବିଡ୍ ଆସିଥିବା ନେଇ ଶୁକ୍ରବାର ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।  ଏହି ଦୁଇଟି ବିଡର ସର୍ତ୍ତ ଓ ମୂଲ୍ୟକୁ ସରକାର ତର୍ଜମା କରୁଥିବା ସେ କହିଛନ୍ତି।

ରାଜ୍ୟରେ କରୋନା ଟିକାର ଆବଶ୍ୟକତା ପୂରଣ କରିବା ପାଇଁ ଗ୍ଲୋବାଲ୍‌ ଟେଣ୍ଡର କରିବାକୁ ନିଷ୍ପତ୍ତି ହୋଇଥିଲା । ଏଥି ପାଇଁ ରାଜ୍ୟ ସରକାର ଦୁଇଟି କମିଟିର ଗଠନ କରିଛନ୍ତି। ଏଥିରେ ଗୋଟିଏ ବୈଷୟିକ କମିଟି ଏବଂ ଅନ୍ୟ ଗୋଟିଏ ପରିଚାଳନା କମିଟି । ବୈଷୟିକ କମିଟିରେ ମୋଟ ୧୦ ଜଣ ସଦସ୍ୟ ରହିଥିବା ବେଳେ ପରିଚାଳନା କମିଟିରେ ୯ ଜଣ ସଦସ୍ୟ ରହିଛନ୍ତି । ଇ-ଗ୍ଲୋବାଲ୍‌ ଟେଣ୍ଡର ପଲିସିରେ ରାଜ୍ୟ ଔଷଧ ନିଗମ କରୋନା ଟିକା କିଣିବ ବୋଲି ଜଣାପଡ଼ିଛି ।

   Related Posts