ଘୁଞ୍ଚିଲା ଟିକା ଟେଣ୍ଡର, ୭ ଦିନ ପାଇଁ ତାରିଖ ଘୁଞ୍ଚାଇ ଦିଆଯାଇଥିବା ସୂଚନା

Published By : Prameya-News7 Bureau | May 28, 2021 IST

ଭୁବନେଶ୍ୱର, ୨୮/୦୫: ରାଜ୍ୟରେ ଟିକା ସମସ୍ୟା ଦୂର କରିବା ପାଇଁ ରାଜ୍ୟ ସରକାର ଗ୍ଲୋବାଲ୍‌ ଟେଣ୍ଡର ଆହ୍ୱାନ କରିବାକୁ ନିଷ୍ପତ୍ତି ନେଇଥିଲେ । ଆଜି ଏହାର ଟେଣ୍ଡର ଆହ୍ୱାନ କରିବାର ତାରିଖ୍ ଥିବା ବେଳେ ଉପରବେଳା ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବା ନେଇ ସୂଚନା ରହିଥିଲା ।

କିନ୍ତୁ ଆଜି ଏହି ବିଜ୍ଞପ୍ତି ପ୍ରକାଶ ପାଇବ ନାହିଁ । ୨ଟି କାରଣ ପାଇଁ ଏହି ତାରିଖକୁ ୭ ଦିନ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ପ୍ରଥମତଃ ଭେଣ୍ଡରଙ୍କ ଅନୁରୋଧ ଏବଂ ବାତ୍ୟା ୟାସ୍‌ ପାଇଁ ସରକାର ଏହି ତାରିଖ ଘୁଞ୍ଚାଇଛନ୍ତି । ଅର୍ଥାତ ଜୁନ୍‌ ୪ ତାରିଖରେ ଟେଣ୍ଡର୍‌ ଆହ୍ୱାନ କରାଯିବ ବୋଲି ଜଣାପଡ଼ିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.