ସ୍ମାର୍ଟ ଫୋନ ବିକ୍ରିରେ ପ୍ରଥମ ଥର ୩୮ ପ୍ରତିଶତ ହ୍ରାସ, ଭାରତରେ ମହଙ୍ଗା ହେବ ଫୋନ୍

Published By : Prameya-News7 Bureau | March 23, 2020 IST

ନୂଆଦିଲ୍ଲୀ ୨୩।୦୩: କରୋନା ଭୂତାଣୁ କୋଭିଡ-୧୯ କାରଣରୁ ଏମିତିରେ ଅନେକ ଇଣ୍ଡଷ୍ଟ୍ରୀ ପ୍ରଭାବିତ  ହୋଇଛି, ମାତ୍ର ବଡ ଝଟକା ସ୍ମାର୍ଟଫୋନ ମାର୍କେଟ୍‌କୁ ଲାଗିଛି। ରିପୋର୍ଟ ମୁତାବକ କରୋନା ଭୂତାଣୁ କାରଣରୁ ସ୍ମାର୍ଟଫୋନ୍ ଇଣ୍ଡଷ୍ଟ୍ରୀରେ ପ୍ରଥମ ଥର ବଡ ହ୍ରାସ ଦେଖିବାକୁ ମିଳିଛି।

ଷ୍ଟ୍ରାଟିଜି ଆନାଲିଟିକ୍ସର ରିପୋର୍ଟ ମୁତାବକ ଫେବୃଆରୀରେ ଗ୍ଲୋବାଲ ସ୍ମାର୍ଟଫୋନ୍ ସିପମେଣ୍ଟରେ ୩୮ ପ୍ରତିଶତ ଇୟର ଅନ ଇୟର ହ୍ରାସ ଦେଖିବାକୁ ମିଳିଛି। ସ୍ମାର୍ଟଫୋନ୍‌ ସିପମେଣ୍ଟରେ ହୋଇଥିବା ୩୮ ପ୍ରତିଶତ ହ୍ରାସ ଆଜି ପର୍ଯ୍ୟନ୍ତ କେବେ ହୋଇନଥିଲା।

{"id":242905,"sizeSlug":"large"}

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଫେବୃଆରୀରେ ସମଗ୍ର ଦୁନିଆରେ ୯୯.୨ ମିଲିୟନ  ସ୍ମାର୍ଟଫୋନ୍ ବିକ୍ରି ହୋଇଥିଲା, ମାତ୍ର ୨୦୨୦ର ପ୍ରଥମ ଦୁଇ ମାସରେ ଏହା ହ୍ରାସ ଘଟି ୬୧.୮ ମିଲିୟନକୁ ଖସି ଆସିଛି। ରିପୋର୍ଟ ଅନୁଯାୟୀ ଗତ ମାସରେ କୋଭିଡ୍-୧୯ କାରଣରୁ କେବଳ ଏସିଆରେ ସ୍ମାର୍ଟଫୋନର ଚାହିଦାରେ ହ୍ରାସ ଘଟିନାହିଁ ବରଂ ଏହାର ପ୍ରଭାବ ସମଗ୍ର ଦୁନିଆରେ ପଡିଛି। ଫଳରେ ସମଗ୍ର ବିଶ୍ଵରେ ସ୍ମାର୍ଟଫୋନ୍ ବିକ୍ରିର ଚାହିଦା ହ୍ରାସ ପାଇଛି।

କୁହାଯାଉଛି ଯେ, କିଛି ଏସିୟାନ ଫ୍ୟାକ୍ଟ୍ରିରେ ସ୍ମାର୍ଟଫୋନ ଉତ୍ପାଦନ ହେଉ ନାହିଁ। ଅଧିକାଂଶ ଗ୍ରାହକ ସ୍ମାର୍ଟଫୋନ୍ କିଣିବା ପାଇଁ ରିଟେଲ୍ ଷ୍ଟୋର୍ସ ଯିବାକୁ ଚାହୁଁ ନାହାନ୍ତି। ଏହି କାରଣରୁ ସ୍ମାର୍ଟଫୋନର ଚାହିଦା କମିବାରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.