Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ଲାଲ ସଙ୍କେତ ସହ ଖୋଲିଥିଲା ସେୟାର ବଜାର, କାରବାର ସମୟରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ : ସେନସେକ୍ସ ୨୬୧ ଅଙ୍କ ବୃଦ୍ଧି

5/01/2021 at 4:51 PM

ନୂଆଦିଲ୍ଲୀ ୦୫/୦୧ : ଅନ୍ତରାଷ୍ଟ୍ରୀୟ ବଜାରରେ କାରବାର ମାନ୍ଦା କାରଣରୁ ଦେଶରେ ସେୟାର ବଜାର ଲାଲ ସଙ୍କେତ ସହ ଆରମ୍ଭ ହୋଇଥିଲା । ଶୁକ୍ରବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୁଚକାଙ୍କ ଅନୁଯାୟୀ ସେନସେକ୍ସ ୧୩୯ ଅଙ୍କ ହ୍ରାସ ପାଇ ୪୮,୦୩୭.୬୩ରେ ଖୋଲିଥିଲା । ସେହିପରି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୫୭ ଅଙ୍କ ହ୍ରାସ ପାଇ ୧୪,୦୭୫.୧୫ରେ ଖୋଲିଥିଲା ।

ତେବେ କାରବାର ସମୟରେ ସେନସେକ୍ସ ଏବଂ ନିଫ୍ଟି ସବୁଜ ସଙ୍କେତ ଛୁଇଁଥିଲା । ମଙ୍ଗଳବାର ସେୟାର ବଜାର ବନ୍ଦ ହେବା ବେଳକ ସେନସେକ୍ସ ୨୬୦.୯୮  ଅଙ୍କ ବୃଦ୍ଧି ପାଇ ୪୮,୪୩୭.୭୮ରେ ବନ୍ଦ ହୋଇଛି । ସେହିପରି ନିଫ୍ଟି ମଧ୍ୟ ୬୬.୬୦ ଅଙ୍କ ବୃଦ୍ଧି ପାଇ ୧୪,୧୯୯.୫୦ରେ ବନ୍ଦ ହୋଇଥିଲା ।  ୧୪,୦୩୩.୮୫ ଛୁଇଁଥିଲା । କାରବାର ସମୟରେ ନିଫ୍ଟିର ପ୍ରାୟ ୫୮୧ ସେୟାରରେ ବୃଦ୍ଧି ଏବଂ ୧୦୨୨ଟି ସେୟାରରେ ହ୍ରାସ ଘଟିଛି ।

କାରବାର ସମୟରେ ସେନସେକ୍ସ ୨୭୩ ଅଙ୍କ ହ୍ରାସ ପାଇ ୪୭,୯୦୩କୁ ଖସିଆସିଥିଲା। ସେହିପରି ନିଫ୍ଟି ମଧ୍ୟ ୮୪ ଅଙ୍କ ହ୍ରାସ ପାଇ ୧୪,୦୪୮.୧୫ ପର୍ଯ୍ୟନ୍ତ ଖସିଆସିଥିଲା । ଆଇଟି ସେକ୍ଟରକୁ ଛାଡି ବାକି ସମସ୍ତ ସେକ୍ଟର ଲାଲ ସଙ୍କେତରେ ରହିଛି । ନିଫ୍ଟିରେ ସବୁଠାରୁ ଅଧିକ କ୍ଷତି ସହିଥିବା ସେୟାରମାନଙ୍କ ମଧ୍ୟରେ ଆଇଏନଜିସି, ICICI ବ୍ୟାଙ୍କ୍ ଏବଂ M & M ସାମିଲ ଅଛନ୍ତି ।

ଏହା ପୂର୍ବରୁ ସପ୍ତାହର ପ୍ରଥମ କାରବାର ଦିନ ଅର୍ଥାତ ସୋମବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୁଚକାଙ୍କ ଅନୁଯାୟୀ ସେନସେକ୍ସ ୨୪୧ ଅଙ୍କ ବୃଦ୍ଧି ପାଇ ରେକର୍ଡ ୪୮,୧୦୯ରେ ଖୋଲିଥିଲା । ପ୍ରଥମ ଥର ପାଇଁ ସେନସେକ୍ସ ୪୮ ହଜାର ଅଙ୍କ ପାର କରିଥିଲା । ଯେତେବେଳେକି ନିଫ୍ଟି ୮୬ ଅଙ୍କ ବୃଦ୍ଧି ପାଇ ୧୪,୧୦୪.୩୫ରେ ଖୋଲିଥିଲା । ଏହା ପରେ ସେୟାର ବଜାର ବନ୍ଦ ହେବା ବେଳକୁ ସେନସେକ୍ସ ୩୦୮ ଅଙ୍କ ବୃଦ୍ଧି ସହ ୪୮,୧୭୬.୮୦ ଏବଂ ନିଫ୍ଟି ୧୧୪.୪୦ ଅଙ୍କ ବୃଦ୍ଧି ପାଇ ୧୪,୧୩୨.୯୦ରେ ବନ୍ଦ ହୋଇଥିଲା ।

   Related Posts