Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଦୁର୍ଗାପୂଜା ପେଣ୍ଡାଲରେ କରୋନା ଓ ସୀମା ବିବାଦର ଝଲକ, ମହିଁଷାସୁର ବଦଳେ ଜିନପିଙ୍ଗ୍ ସଂହାର!

25/10/2020 at 6:27 PM

ମୁର୍ଷିଦାବାଦ : ସାରା ଦେଶରେ ଏବେ ପୂଜାର ମାହୋଲ। କରୋନା ଭାଇରସ ମହାମାରୀ ସତ୍ତ୍ୱେ କମିନି ଲୋକଙ୍କ ଉତ୍ସାହ। ସବୁ ବର୍ଷ ପରି ଚଳିତବର୍ଷ ମଧ୍ୟ ପଶ୍ଚିମବଙ୍ଗର ବିଭିନ୍ନ ପୂଜା ମଣ୍ଡପରେ ମହିଷାସୁର ମର୍ଦ୍ଦିନୀଙ୍କ ଆରାଧନା ଧୁମଧାମରେ ହେଉଛି। ତେବେ ମୁର୍ଷିଦାବାଦର ଏକ ପୂଜା ପେଣ୍ଡାଲ ଏବେ ସାରା ଦେଶର ଧ୍ୟାନ ଆକର୍ଷଣ କରିଛି। ଏଠାରେ ଦୁର୍ଗା ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସଂହାର କରୁଥିବା ଦେଖାଯାଇଛି।

ପଶ୍ଚିମବଙ୍ଗ ସମେତ ପୂର୍ବ ଭାରତରେ ପୂଜା ପେଣ୍ଡାଲ ଜରିଆରେ ସାମାଜିକ ସମସ୍ୟାର ରଚନାତ୍ମକ ଉପସ୍ଥାପନ କରାଯାଏ। ଏହି କ୍ରମରେ ପୂର୍ବ ଲଦ୍ଦାଖ ସୀମାରେ ଗତ ଜୁନ ମାସରୁ ଉପୁଜିଥିବା ପରିସ୍ଥିତିକୁ ପୂଜା କମିଟି ପ୍ରାଥମିକତା ଦେଇଛନ୍ତି। ଚୀନ୍‌ରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ମହାମାରୀର ଦେଶରେ ପ୍ରକୋପ ସାଙ୍ଗକୁ ରଷ୍ଟ୍ରମୁଖ୍ୟ ସି ଜିନପିଙ୍ଗଙ୍କ ଅଭିମୁଖ୍ୟକୁ ପୂଜା କମିଟି ବିରୋଧ କରିଛି। ଏଥିରେ ଦେବୀ ଦୁର୍ଗାଙ୍କ ମେଢରେ ଅସୁର ବଦଳେ ସି ଜିନପିଙ୍ଗ ବଧ ହେଉଥିବାର ଦେଖାଯାଇଛି। 

କେବଳ ଚୀନ୍‌ ଭୂତାଣୁ ଓ ସୀମାରେ ଉତ୍ତେଜନା ନୁହେଁ କରୋନା ଯୋଗୁ ଦେଶରେ ଲକଡାଉନ ଜାରି ଓ ପ୍ରବାସୀ ଶ୍ରମିକଙ୍କ ଦୁର୍ଦଶାକୁ ମଧ୍ୟ ବିଭିନ୍ନ ପୂଡା ପେଣ୍ଡାଲରେ ପ୍ରଦର୍ଶିତ କରାଯାଇଛି। ଏଥିରେ ଲୋକଙ୍କୁ ସହାୟତାର ହାତ ବଢାଇଥିବା ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ଧନ୍ୟବାଦ ଜ୍ଞାପନ କରିବାକୁ ବି ଭୁଲି ନାହାନ୍ତି ପୂଜା କମିଟି।

   Related Posts